Poem on tears

ଲୁହ ରେ ଜଳୁଛି…

mittu tear of an angel 500x462 1
Reading Time: < 1 minute

ଲୁହ ରେ ଜଳୁଛି
ଦୀପାଳି ଯେଉଁଠି
ଲହୁ ଖେଳୁଛି ଲୁଚକାଳି
ସଇତାନ ଯେଉଁଠି
ସମୟ ସାଜିଛି
ତୁଟି ଯାଉଛି ସେଠି
ସମ୍ପର୍କ ର ଡୋରି ୲

ଥମି ଗଲା ଝଡ
ନୀରବି ଗଲେଣି ଶବ୍ଦ ମାନେ
ଭାରାକ୍ରାନ୍ତ ହୁଏ ମନ
ଛଟପଟ ହେଉ ଥାଆନ୍ତି
ସମ୍ପର୍କ ର ହସ୍ତାକ୍ଷର ୲

ଆତ୍ମ ଦହନ ରେ
ସିଝୁଛି ଘନିଷ୍ଟ ସମ୍ପର୍କ
ବତୁରି ଯାଉଛି ହୃଦୟ
ସପନ ରେ ଆଖି ଓଦା 😢😢
ତଥାପି …ତଥାପି
ମେଘ ସାଥେ ବସିଛି ମିତ
ଗାଉଛି ଆଜି
ସମ୍ପର୍କ ର ଅଭିମାନ ଗୀତ ୲

ଚlରିଆଡେ ନୀରବ ନିଃଶ୍ଵାସ 😏😏
ସଭିଏଁ କହନ୍ତି
କମିଯାଇଛି ଉତ୍ତାପ
ଭlଙ୍ଗି ଯାଇଛି ବିଷ ଦlନ୍ତ
କିଛି ଗୋଟେ ଅଭାବ ର ଝଡ଼
କରୁଛି ପ୍ରତିଧ୍ଵନି
ଶୋଇ ଶୋଇ ମଣିଷ ଖୋଜୁଛି
ତା ‘ ର ବିଦୀର୍ଣ୍ଣ ଠିକଣା ୲

ତଥାପି ନିଶା ଏଠି
ବଞ୍ଚିବାର ମୋହ
ଭୂଲୁଣ୍ଠିତ ହୁଏ
ଅସୀମ ପରି କଳ୍ପନା
ଏଠି ସେଠି ସବୁଠି
ହେଉଛି ଚର୍ଚ୍ଚା
ଆମକୁ ଛlଡି
ଖୋଜି ଆଣ ନୁଆ ନୁଆ ହlତ
ବଦଳାଇ ଦିଅ ସମ୍ପୂର୍ଣ୍ଣ ଯୋଜନା
ଆଗ ରେ ହେଉ ବା
ହେଉ ସେ ପଛରେ
ପଥ ରୁ ବିଚ୍ୟୁତ
ଏମାନେ ସେମାନେ ସମସ୍ତେ
ଆଙ୍କୁ ଛନ୍ତି ତୁମ ଚାରିପଟେ
ଅଭିଶାପ ର ଗଜଲ ୲

ସମୟ ର ଚୋରାବାଲି
କରିଛି ଅପେକ୍ଷା
ଜୀବନ ଯୁଧ୍ୟ
ମନ୍ତ୍ର ମୁଗ୍ଧ ହୋଇ ଧାଉଁଛି
ଚlରିଆଡୁ ଶୁଭୁଛି
ମଲା ପକ୍ଷୀ ଙ୍କ କାକଳୀ ୲

ତଥାପି ବି
ହାତରେ ମୋ ଆଶାବାଡ଼ି
ହେ ଇଶ୍ଵର !
ଫୁଟି ଉଠୁ ରଜନୀଗନ୍ଧା
ପରlସ୍ତ ହେଉ ଗ୍ଳାନି
ବନ୍ଦ ହେଉ ନିଜ ଖେଳ ରେ
ନିଜେ ହେବା ରେଫରି ୲
🤔🤔🤔🤔

Recommended For You

About the Author: Reeta Sahoo

Dr. Reeta Sahoo is a veteran Ayurveda doctor and an active member of the Utkal Sevak Samaj, Cuttack, Odisha. She also travels extensively to spread the knowledge and benefits of Ayurveda. In her free time, she also loves to pen down articles, stories, and poems.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x