Know about Radhika Apte

ରାଧିକା ଆପ୍ତେଙ୍କ ବିଷୟରେ କିଛି ଅଜଣା କଥା

download 1 1
Reading Time: 2 minutes

ହିନ୍ଦୀ ତଥା ଆଞ୍ଚଳିକ ଚଳଚ୍ଚିତ୍ର ଜଗତରେ ରାଧିକା ଆପ୍ତେ ଏକ ଜଣାଶୁଣା ନାଁ l ନିଜର ବଳିଷ୍ଠ ଅଭିନୟର ଯାଦୁରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଧିକା l ବେଳେ ବେଳେ କିଛି ବିବାଦୀୟ ମନ୍ତବ୍ୟ ଦେଇ କିମ୍ବା ବିବାଦୀୟ ଚରିତ୍ରରେ ଅଭିନୟ କରି ସେ କଟୁ ସମାଲୋଚନାର ସାମ୍ନା କରିଛନ୍ତି l ଯଦିଓ ସେ ବଲିଉଡ ବାହାରର ଜଣେ ଅଭିନେତ୍ରୀ ଅଟନ୍ତି, ସେ ତାଙ୍କର ଅଭିନୟ ପ୍ରତିଭା ଦ୍ୱାରା ଆଜି ନିଜକୁ ଦର୍ଶକଙ୍କ ପାଖରେ ପ୍ରମାଣିତ କରିପାରିଛନ୍ତି l

Worth an RSVP': Radhika Apte receives global praise for her work ...

ଆଜି ଆସନ୍ତୁ ରାଧିକାଙ୍କ ବ୍ୟକ୍ତିଗତ ଜୀବନର କିଛି ନୂଆ କଥା ଜାଣିବା;

ରାଧିକା ଆପ୍ତେଙ୍କ ଜନ୍ମ ତାମିଲନାଡ଼ୁର ଭେଲୋର ସହରରେ, କିନ୍ତୁ ମହାରାଷ୍ଟ୍ରର ପୁନେରେ ବଢ଼ିଛନ୍ତି l

ରାଧିକାଙ୍କ ପିତା ଡଃ. ଚାରୁଦତ୍ତ ଆପ୍ତେ ଜଣେ ନ୍ୟୁରୋସର୍ଜନ ଏବଂ ପୁନେସ୍ଥିତ ସହ୍ୟାଦ୍ରି ହସ୍ପିଟାଲର ଚେୟାରମ୍ୟାନ ଅଟନ୍ତି l

ଶିକ୍ଷାଗତ ଯୋଗ୍ୟତା ହିସାବରେ ରାଧିକା ପୁନେସ୍ଥିତ ଫର୍ଗୁସନ କଲେଜରୁ ଅର୍ଥନୀତି ଏବଂ ଗଣିତରେ ନିଜର ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି l ସେ ଯେ ଜଣେ ଜ୍ଞାନୀ ଏବଂ ସୁନ୍ଦରୀ ତାହାର ପ୍ରମାଣ ଏଥିରୁ ଜଣାଯାଏ l

ହିନ୍ଦୀ ଚଳଚ୍ଚିତ୍ର ବାଃ ! ଲାଇଫ ହୋ ତୋ ଐସୀ! ମାଧ୍ୟମରେ ଏକ ଛୋଟ ଭୂମିକାରେ ଅଭିନୟ କରି ରାଧିକା ଆପ୍ତେ ୨୦୦୫ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପାଦ ଥାପିଲେ l

ବଲିଉଡର ଅଭିନୟ ଜଗତରେ ପ୍ରଥମେ ପାଦ ଦେଲାବେଳେ ରାଧିକା-ତୁଷାର କପୁରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଚର୍ଚ୍ଚା ହୋଇଥିଲା l ସେ ଏହାକୁ ଉଡ଼ା ଖବର କହି ଏଡ଼ାଇ ଦେଇଥିଲେ l

Manjhi – The Mountain Man' has incredible story, says Radhika Apte ...

ମାଂଝୀ ଚଳଚ୍ଚିତ୍ରରେ ରାଧିକାଙ୍କ ସହ-ଅଭିନେତା ନୱାଜଉଦ୍ଦିନ ସିଦ୍ଦିକିଙ୍କର ତାଙ୍କ ପ୍ରତି ପ୍ରେମ ଆକର୍ଷଣ ରହିଥିଲା ବୋଲି ଖବର ମିଳିଥିଲା l

ରାଧିକା ଆପ୍ତେ ବିବାହିତା l ସେ ୨୦୧୨ ରେ ବ୍ରିଟିଶ ସଂଗୀତ କଳାକାର, ବେନେଡିକ୍ଟ ଟେଲରଙ୍କୁ ବିବାହ କରିଛନ୍ତି l ରାଧିକା ଆପ୍ତେ କିଛି ବର୍ଷ ବେନେଡିକ୍ଟ ସହିତ ଲିଭ-ଇନ ରେ ରହିବ ପରେ ତାଙ୍କୁ ବିବାହ କରିଥିଲେ l  ବେନେଡିକ୍ଟ ଅନୁରାଗ କାଶ୍ୟପ ଏବଂ କିରଣ ରାଓଙ୍କ ଚଳଚ୍ଚିତ୍ରରେ ସଂଗୀତ ସଂଚାଳକ ଭାବରେ କାର୍ଯ୍ୟ କରିଛନ୍ତି l

ରାଧିକା ଆପ୍ତେ ହେଉଛନ୍ତି ଜଣେ ତାଲିମପ୍ରାପ୍ତ କଥକ ନୃତ୍ୟଶିଳ୍ପୀ l ସେ କଥକ ନୃତ୍ୟରେ ୮ ବର୍ଷ ତାଲିମ ଗ୍ରହଣ କରିଛନ୍ତି ଏବଂ କଣ୍ଟେମ୍ପରାରୀ ନୃତ୍ୟରେ ଲଣ୍ଡନରେ ଏକ ବର୍ଷ ତାଲିମ ଗ୍ରହଣ କରିଛନ୍ତି l ଲଣ୍ଡନରେ ତାଲିମ ଗ୍ରହଣ କରିବା ସମୟରେ ସେ ନିଜର ସ୍ୱାମୀଙ୍କୁ ଭେଟିଥିଲେ ବୋଲି ରାଧିକା କୁହନ୍ତି l

ବଲିଉଡରେ ପାଦ ଦେବା ପୂର୍ବରୁ ରାଧିକା ସକ୍ରିୟ ଭାବରେ ଥିଏଟରରେ ଅଭିନୟ କରିଆସୁଥିଲେ l ଏହା ସହିତ ସେ ଆଞ୍ଚଳିକ ସିନେମାଗୁଡ଼ିକରେ ଅଭିନୟ କରୁଥିଲେ l

Radhika Apte's nude clip goes viral, Anurag Kashyap livid - Movies ...

ଅଭିନୟରେ ନଗ୍ନତାକୁ ସେ ନ୍ୟୁନ ଦୃଷ୍ଟିରେ ଦେଖନ୍ତି ନାହିଁ ବୋଲି ନିଜର ମତ ପ୍ରକାଶ କରନ୍ତି, ଏହାର ପ୍ରମାଣ ସ୍ୱରୂପ ସେ ଅନୁରାଗ କାଶ୍ୟପଙ୍କ ଚଳଚ୍ଚିତ୍ରରେ ନିବସ୍ତ୍ର ଭାବରେ ଅଭିନୟ କରିଛନ୍ତି l

ତାମିଲ ଚଳଚ୍ଚିତ୍ର “କବାଲୀ”ରେ ସେ ସୁପରଷ୍ଟାର ରଜନୀକାନ୍ତଙ୍କ ବିପକ୍ଷରେ ୨୦୧୬ରେ ଅଭିନୟ କରି ପ୍ରସିଦ୍ଧି ଅର୍ଜନ କରିଛନ୍ତି l

ରାଧିକା ଆପ୍ତେ ୨୦୧୯ ରେ ହଲିଉଡ଼ ଚଳଚ୍ଚିତ୍ର ଲିବର୍ଟି: ଏ କଲ ଟୁ ସ୍ପାଏ ରେ ନୁର ଇନାୟତ ଖାଁ ଭୂମିକାରେ ଅଭିନୟ କରି ଚର୍ଚ୍ଚାର ପରିସରକୁ ଆସିଥିଲେ l ଏହି ଚଳଚ୍ଚିତ୍ରର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ l

ଶ୍ରଦ୍ଧା କପୁରଙ୍କ ବ୍ୟକ୍ତିଗତ କଥା, ଆପଣ ଜାଣନ୍ତି କି ?

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x