Fasting Yogi Prahlad Jani

ପ୍ରହଲାଦ ଜାନି: ବିଜ୍ଞାନ ଯେବେ ଚୁପ୍ ହୁଏ !!

images 5 1
Reading Time: 3 minutes

ରକ୍ତ ମାଂସରେ ଗଢ଼ା ଆମର ଏ ମନୁଷ୍ୟ ଶରୀର l କେହି କେହି ବିଜ୍ଞ ବ୍ୟକ୍ତି ଏହି ଶରୀରକୁ ଅନ୍ନ ପିଣ୍ଡ ବୋଲି ଆଖ୍ୟା ଦେଇଛନ୍ତି ଏବଂ ଏହାର ଯଥାର୍ଥତା ମଧ୍ୟ ରହିଛି l ଆମର ଶରୀର ମୁଖ୍ୟତଃ ଖାଦ୍ୟ ଗ୍ରହଣ କରି ତିଷ୍ଠି ରହିଥାଏ l ଆମେ ଅନ୍ନ ଗ୍ରହଣ କରି ଜୀବନ ଧାରଣ କରୁ l ଏଇଠି ମନକୁ ଆସେ ଗୋଟିଏ ରସାଣିତ ପଦ “ଆହାର ବିନା ହଂସ ହାନୀ, ଯୋଗ ସାଧିବୁ କାହା ଘେନି” l ଅର୍ଥାତ ବିନା ଆହାରରେ ଏ ଶରୀରରୁ ପ୍ରାଣ ଚାଲିଯିବ l ଜୀବନର କୌଣସି କାର୍ଯ୍ୟ ହୋଇପାରିବ ନାହିଁ l ଏ ତ ଗଲା ପୁରାଣର କଥା l ଆଧୁନିକ ପ୍ରାଣୀବିଜ୍ଞାନ ମଧ୍ୟ ପ୍ରମାଣ କରୁଛି ଯେ ଶରୀରର ସମସ୍ତ ପ୍ରକ୍ରିୟା ସଠିକ ଭାବରେ ସନ୍ତୁଳିତ ହୋଇ ଚାଲିବା ନିମନ୍ତେ ଖାଦ୍ୟ ଗ୍ରହଣ ନିହାତି ଦରକାର l

ଆମେ ଯଦି କେବେ ଗୋଟିଏ ଥର ଖାଇବା ବ୍ୟତିକ୍ରମ କରିଦେଉ ଆମର କେତେ ରୋଗ ବାହାରୁଛି l କିନ୍ତୁ ଜଣେ ବ୍ୟକ୍ତି ଯେ କି ବର୍ଷ ବର୍ଷ ଧରି ଉପବାସ ରହିଆସୁଛନ୍ତି l ଆପଣ ଟିକେ ଚିନ୍ତା କରି ଦେଖିଲେ, ସତରେ ଏହା କଣ ଅଟେ ? ଏହା ଦୈବୀଶକ୍ତିର ଆଶୀର୍ବାଦ ନା କଠିନ ସାଧନାର ଏକ ପ୍ରକ୍ରିୟା ? ଏହାର ସତ୍ୟତା ପରଖିବା ନିମନ୍ତେ ସମସ୍ତ ପରୀକ୍ଷା ହୋଇ ସାରିଛି ଏବଂ ଆଧୁନିକ ଡାକ୍ତରୀ ବିଜ୍ଞାନ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନାହିଁ l

କେବେ କେମିତି ଉପବାସ ରହିଲେ ଏହା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇ ଥାଏ ବୋଲି ବିଜ୍ଞାନୀ ମାନେ ମତ ପ୍ରକାଶ କରନ୍ତି l ଏପରିକି ଗୋଟିଏ ଦିନରୁ ଅଧିକ ଉପବାସ ରହିଲେ ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ l ଶରୀରର ଅନ୍ୟ ବ୍ୟବସ୍ଥା ଧୀରେ ଧୀରେ ମନ୍ଥର ହୋଇଯାଆନ୍ତି l କିନ୍ତୁ ଏ ସମସ୍ତ କଥାର ବ୍ୟତିକ୍ରମ ହେଉଛନ୍ତି ଜଣେ ମଣିଷ l ବିନା ଖାଦ୍ୟ ପାନୀୟରେ ସେ ଦୀର୍ଘ ବର୍ଷ ଧରି ବଞ୍ଚି ରହିଛନ୍ତି l ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ, କିନ୍ତୁ ଏହା ସତ୍ୟ ଅଟେ l ସେ ହେଉଛନ୍ତି ପ୍ରହଲାଦ ଜାନି l

Holy Man Prahlad Jani hasnt eaten in over 75 years and its been ...

ଗୁଜୁରାଟର ମେହସାନା ଜିଲ୍ଲାର ଚରଦା ଗ୍ରାମରେ ପ୍ରହଲାଦ ଜାନିଙ୍କର ଜନ୍ମ l ୯୦ ବର୍ଷ ବୟସ୍କ ପ୍ରହଲାଦ ଜାନି କୁହନ୍ତି ଯେ ସେ ୭ ବର୍ଷ ବୟସରୁ ଗୃହ ତ୍ୟାଗ କରିଥିଲେ ଏବଂ ଘନ ଅରଣ୍ୟ ମଧ୍ୟରେ ବାସ କରୁଥିଲେ l ୧୨ ବର୍ଷ ବୟସରେ ସେ କିଛି ଅଲୌକିକ ଶକ୍ତିର ସଂସ୍ପର୍ଶରେ ଆସିଲେ ଏବଂ ଅମ୍ବା ମାତାଙ୍କୁ ଅନୁସରଣ କରିଲେ l ସ୍ଥାନୀୟ ଅଞ୍ଚଳରେ ପ୍ରହଲାଦ ଜାନି ମାତାଜୀ ବା ଚୁନରୀବାଲା ମାତାଜୀ ନାମରେ ପରିଚିତ l ସେ ନିଜକୁ ମାତାଙ୍କର ଜଣେ ମହିଳା ଭକ୍ତ ଭାବରେ ଉତ୍ସର୍ଗ କରିଛନ୍ତି l ସେ ଶାଢ଼ୀ ପରି ଏକ ପୋଷାକ ପରିଧାନ କରିଥାନ୍ତି, ଲମ୍ବା କେଶ ଏବଂ ଲମ୍ବା ଦାଢ଼ି l କେଶରେ ଫୁଲ ଖୋସା ହୋଇଥାଏ ଏବଂ ନାକ, କାନରେ ଅଳଙ୍କାର ପିନ୍ଧିଥାନ୍ତି l ପ୍ରହଲାଦଙ୍କର ଦିନଚର୍ଯ୍ୟା ବ୍ରାହ୍ମ ମୁହୂର୍ତ୍ତରୁ ଆରମ୍ଭ ହୁଏ l ନିୟମିତ ଭାବରେ ନିଜର ନିତ୍ୟକର୍ମ ସାରି ସେ ଯୋଗ କରିଥାନ୍ତି l

ପ୍ରହଲାଦ ଜାନି ସ୍ୱୀକାର କରନ୍ତି ଯେ, ମା ଅମ୍ବାଙ୍କର ଆଶୀର୍ବାଦରେ ସେ ବଞ୍ଚି ରହିଛନ୍ତି l ତାଙ୍କର ତାଳୁର ଉପର ଭାଗର ଏକ ସୁକ୍ଷ୍ମ କଣାରୁ ଦେବୀଙ୍କ ଆଶୀର୍ବାଦର ଅମୃତ ଝରୁଛି ଏବଂ ଏହାକୁ ଆସ୍ଵାଦନ କରି ସେ ବଞ୍ଚି ରହିଛନ୍ତି ବୋଲି ସେ ସ୍ୱୀକାର କରନ୍ତି l ଖାଦ୍ୟ ପାନୀୟ ପ୍ରତି ତାଙ୍କର କୌଣସି ଆଗ୍ରହ ବା ଆସକ୍ତି ନାହିଁ l ଏହା ତ ବଡ଼ ଆଶ୍ଚର୍ଯ୍ୟର କଥା l

Man from Gujarat raises curiosity among scientists: Claims to ...

ଏଠାରେ ବିଜ୍ଞାନ ଅଟକି ଯାଇଛି l ବୈଜ୍ଞାନିକମାନଙ୍କ ମତରେ ଜଣେ ସୁସ୍ଥ ମଣିଷ ବିନା ଖାଦ୍ୟରେ ୧୫ ରୁ ୨୦ ଦିନ ମଧ୍ୟରେ ମୃତ୍ୟୁବରଣ କରିବ l ଏ ସମସ୍ତ ଘଟଣାର ସତ୍ୟତାକୁ ପରୀକ୍ଷା କରିବା ନିମନ୍ତେ ୨୦୦୩ ଏବଂ ୨୦୧୦ ମସିହାରେ ଡାକ୍ତରୀ ଦଳଙ୍କ ପରୀକ୍ଷାକୁ ସାମ୍ନା କରିଛନ୍ତି l ଭାରତର ସେନା ବାହିନୀର ଡାକ୍ତରମାନେ ତାଙ୍କ ଉପରେ ବହୁତ ଅନୁସନ୍ଧାନ କରିଛନ୍ତି l କିନ୍ତୁ ପରୀକ୍ଷା ସମୟରେ ପ୍ରହଲାଦ ଜାନିଙ୍କ ଶରୀରରେ କୌଣସି ଅନିୟମିତତା ବା ବ୍ୟତିକ୍ରମ ଦେଖାଯାଇନାହିଁ l ସତରେ ଏହା ବଡ଼ ଆଶ୍ଚର୍ଯ୍ୟର କଥା !!

ତାଙ୍କ ଉପରେ ହୋଇଥିବା ପରୀକ୍ଷାର ସତ୍ୟତା ନିମନ୍ତେ ସିସିଟିଭି ଏବଂ ଭିଡିଓ ରେକର୍ଡିଙ୍ଗ କରାଯାଇଛି l ଡାକ୍ତର ଦଳଙ୍କ ତତ୍ଵାବଧାନରେ ରହି କିଛି ବି ଖାଇବା ପିଇବା ନ କରି ତାଙ୍କର ଶରୀରର ସମସ୍ତ ଅବସ୍ଥା ସାଧାରଣ ରହୁଛି l ଏ ବିଷୟରେ କିଛି ଡାକ୍ତର ମତ ପ୍ରକାଶ କରନ୍ତି ଯେ ତାଙ୍କର ଶରୀର ଉପବାସ ସହିତ ଅନୁକୂଳ ହୋଇଯାଇଛି ଏବଂ ତାଙ୍କର ଯୋଗ କ୍ରିୟାଗୁଡ଼ିକ ଏଥିରେ ସହାୟକ ବୋଲି ମତ ଦିଅନ୍ତି l

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x