Bearded lady Harnaam Kaur

ମହିଳାଙ୍କ ଦାଢ଼ି, ଆପଣ ଜାଣିଲେ ଚମକି ପଡ଼ିବେ !!!

20838153 573619196095129 5657489032922267648 n 1583415993 rend 1 1
Reading Time: 3 minutes

ସମାଜରେ ପୁରୁଷର ମୁହଁରେ କେଶ ରହିଲେ ଏହା ଏକ ସମ୍ମାନ ସୂଚକ ବୋଲି ଗ୍ରହଣ କରାଯାଏ l ଏପରିକି ପୁରୁଷଙ୍କ ମୁହଁରେ କେଶ ନ ଉଠିଲେ ତାହା ବି ଏକ ବିରାଟ ସମସ୍ୟା l କେତେ ଉପହାସ, କେତେ ତାଚ୍ଛଲ୍ୟର ସାମ୍ନା କରିବାକୁ ପଡ଼େ ସେହି ବ୍ୟକ୍ତିଙ୍କୁ l କିନ୍ତୁ ଜଣେ ମହିଳାଙ୍କ ମୁହଁରେ ଯେବେ ମେଞ୍ଚା ମେଞ୍ଚା ନିଶ ଦାଢ଼ି ଦେଖାଯାଏ ଆପଣଙ୍କୁ କେମିତି ଲାଗିବ ? ସତରେ ଏହା ଏକ ବ୍ୟତିକ୍ରମ l ଆସନ୍ତୁ ଜାଣିବା ସେମିତି ଜଣେ ମହିଳାଙ୍କ ବିଷୟରେ;

ଆମେ ମାନେ ଏବେ ଏତେ ସୌନ୍ଦର୍ଯ୍ୟ ସଚେତନ ହୋଇଯାଇଛେ ଯେ ଶରୀରରେ ଟିକେ ବି କୌଣସି ଅନିୟମିତତା ନଜରକୁ ଆସିଲେ ଆମେ ଯଥା ସାଧ୍ୟ ଉଦ୍ୟମ କରୁଛେ ସଂଶୋଧନ କରିବାକୁ l ଡାକ୍ତର, ବିୟୁଟି ପାର୍ଲର, ପ୍ରସାଧନ ସାମଗ୍ରୀ, ଡାଏଟିଂ ଆହୁରି କେତେ କଣ l ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଏହା ଆଉ ଟିକେ ଅଲଗା l ସଜେଇ ହେବା ଏକ ପ୍ରକାରର ଝୁଙ୍କ ସେମାନଙ୍କ ପାଇଁ l ନିଜର ଶରୀରକୁ ସୁଗଠିତ କରିବା ଏବଂ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ନିମନ୍ତେ ମହିଳାମାନେ କିଛିବି କରିବାକୁ ପ୍ରସ୍ତୁତ l ଏ ବିଷୟରେ ପୁରୁଷଙ୍କ ଠାରୁ ମହିଳାମାନେ ଗୋଟିଏ ପାଦ ଆଗରେ l ମୁହଁରେ ବା ଦେହରେ କୌଣସି ଅନାବଶ୍ୟକ କେଶ ଦେଖାଦେଲେ ଏହାକୁ ଯଥାଶୀଘ୍ର ହଟେଇବାକୁ ଆଜିର ବଜାରରେ ପ୍ରସାଧନ ସାମଗ୍ରୀଗୁଡ଼ିକର ଅଭାବ ନାହିଁ l

ଆପଣ ଥରେ ଚିନ୍ତା କରିଲେ, ଜଣେ ମହିଳାଙ୍କ ମୁହଁରେ ମେଞ୍ଚା ମେଞ୍ଚା ଦାଢ଼ି ରହିଛି ଏହା ଶୁଣିବାକୁ କେମିତି ଟିକେ ଅଲଗା ଲାଗେ l କିନ୍ତୁ ଏହା ସତ କଥା, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ l ପୁରୁଷଙ୍କ ପରି ତାଙ୍କର ମୁହଁରେ ଲମ୍ବା ଲମ୍ବା ଘଞ୍ଚ ଦାଢ଼ି l ସେ ହେଉଛନ୍ତି ଲଣ୍ଡନର ବାସିନ୍ଦା ହରନାମ କୌର l ଏବେ ତାଙ୍କର ବୟସ ୩୦ ବର୍ଷ l ତାଙ୍କୁ ୧୨ ବର୍ଷ ବୟସ ହୋଇଥିବା ବେଳେ ଜଣାପଡ଼ିଲା ଯେ ସେ ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମରେ ଆକ୍ରାନ୍ତ l ଏହି ରୋଗର ପ୍ରଭାବରେ ତାଙ୍କର ଶରୀରରେ ଏ ପରି ପରିବର୍ତ୍ତନ ଦେଖାଦେଉଛି l

Bearded lady' Harnaam Kaur: 'I don't give a sh*t about gender ...

ଡାକ୍ତରୀ ବିଜ୍ଞାନ କୁହେ ଯେ, ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମରେ ଆକ୍ରାନ୍ତ ମହିଳାଙ୍କ ଠାରେ ଆଣ୍ଡ୍ରୋଜେନ ହର୍ମୋନର (ପୁରୁଷ ହର୍ମୋନ) ସ୍ତର ବହୁତ ବଢ଼ିଯାଏ l ଯାହାର ଫଳ ସ୍ୱରୂପ ମହିଳାମାନଙ୍କ ଠାରେ ମାସିକ ଋତୁସ୍ରାବରେ ଅନିୟମିତତା, ଶରୀରରେ ଏବଂ ମୁହଁରେ କେଶ ବୃଦ୍ଧି, ଗର୍ଭଧାରଣରେ ସମସ୍ୟା ପ୍ରଭୃତି ଲକ୍ଷଣଗୁଡ଼ିକ ଦେଖାଯାଏ l

ହରନାମ କୌର ନିଜର ଦାଢ଼ିକୁ ନେଇ ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇ ଆସିଛନ୍ତି l ସେଥିପାଇଁ ସେ ବିଭିନ୍ନ ଟେଲିଭିଜନ ସୋ ଏବଂ ବିଭିନ୍ନ କମ୍ପାନୀର ବିଜ୍ଞାପନରେ ଅଂଶ ଗ୍ରହଣ କରିଆସୁଛନ୍ତି l ୨୦୧୬ ମସିହାରେ ନିଜର ଲମ୍ବା ଦାଢ଼ି ପାଇଁ ସେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ l ସେ ସମୟରେ ତାଙ୍କର ୬ ଇଞ୍ଚ ଲମ୍ବର ଦାଢ଼ି ରହିଥିଲା l

ମୁହଁରେ ଏମିତି ଦାଢ଼ି ବୃଦ୍ଧି ହେବା ଦ୍ୱାରା ହରନାମ କୌର ପ୍ରଥମେ ପ୍ରଥମେ ବହୁତ ଚିନ୍ତାଗ୍ରସ୍ତ ଥିଲେ ଏବଂ କେତେକ କ୍ଷେତ୍ରରେ ହୀନମନ୍ୟତାର ଶିକାର ହେଉଥିଲେ l ସେ ଯଥା ସାଧ୍ୟ ଉଦ୍ୟମ କରୁଥିଲେ ଏହାକୁ ହଟାଇବାକୁ l କିନ୍ତୁ କିଛି ଫଳ ମିଳିନଥିଲା l ପରବର୍ତ୍ତୀ ସମୟରେ ସେ ନିଜର ମନକୁ ସମ୍ପୂର୍ଣ୍ଣ ଦୃଢ଼ କରିଲେ ଏବଂ ଏହାକୁ ନିଜ ଜୀବନର ଏକ ଅଂଶ ଭାବରେ ବାଛିନେଲେ l ଏବେ ଏହା ତାଙ୍କ ପାଇଁ ଗୋଟିଏ ସାଧାରଣ କଥା, ନା ଅଛି ଚିନ୍ତା, ନା ଅଛି ଉଦବିଗ୍ନତା l ନିଜର ଶରୀର ଏପରି ସମସ୍ୟାକୁ ନେଇ ସେ ବିଭିନ୍ନ ସ୍ତରରେ ପହଞ୍ଚାଇଛନ୍ତି l ସେ ଜଣେ ମୋଟୀଭେସନାଲ ସ୍ପିକର ଭାବରେ ପରିଚିତ l ସକାରାତ୍ମକ ମନୋଭାବକୁ ନେଇ କିପରି ଜୀବନରେ ଆଗକୁ ଗତି କରିପାରିବ ସେ ବିଷୟରେ ଏବେ ସେ ସମାଜର ବିଭିନ୍ନ ଗୋଷ୍ଠୀର ଲୋକମାନଙ୍କୁ ଉତ୍ସାହ ପ୍ରଦାନ କରୁଛନ୍ତି l

Harnaam Kaur: Bearded model creates history by walking the ramp ...

ହରନାମ କୁହନ୍ତି ଯେ, “ଏ ହେଉଛି ମୋର ଶରୀର ଆଉ ମୋର ଦାଢ଼ି l ମୋର ତ ଆଉ କୌଣସି ଦ୍ଵିତୀୟ ଶରୀର ନାହିଁ ବଞ୍ଚିବା ପାଇଁ l ମୁଁ ଏହାକୁ ବହୁତ ଭଲ ପାଏ l” ହରନାମ କୌର ଶିଖ ସମ୍ପ୍ରଦାୟର l ଶିଖ ସମ୍ପ୍ରଦାୟର ନୀତି ନିୟମ ଅନୁସାରେ ସେ ମଧ୍ୟ ପଗଡ଼ି ବାନ୍ଧନ୍ତି ଏବଂ ଦାଢ଼ି ବି ରଖନ୍ତି l

ହରନାମ ଗଣମାଧ୍ୟମ ଗୁଡ଼ିକ ମାଧ୍ୟମରେ ଏବଂ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସକାରାତ୍ମକ ଜୀବନଧାରା ଉପରେ ନିଜର ଗୁରୁତ୍ୱପୂର୍ଣ୍ଣ ମତାମତ ବ୍ୟକ୍ତ କରାଇଛନ୍ତି l ନିଜର ଫେସବୁକ୍, ଟ୍ୱିଟର୍‌, ଇନଷ୍ଟାଗ୍ରାମ ଏବଂ ୟୁଟୁବ ପ୍ରୋଫାଇଲରେ ଏ ବିଷୟରେ ନିଜର ଯୁକ୍ତିକୁ ଉପସ୍ଥାପନ କରନ୍ତି l

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x