The old Monk Rum

ଓଲ୍ଡ ମଙ୍କ୍ ରମ୍: ପୁରୁଣା ଦିନର ମଦ

057907a211f575e18ed5f4adb2908b95
Reading Time: 2 minutes

ପୁରାଣ ଶାସ୍ତ୍ରର ପୃଷ୍ଠା ଲେଉଟାଇଲେ କେବେ କେମିତି ଆମର ଆଖିରେ ପଡ଼େ ସୋମରସ ବା କାଦମ୍ବରୀ ରସର କିଛି ଦୃଷ୍ଟାନ୍ତ l କଥିତ ରହିଛି ଯେ, ଦେବତା ଏବଂ ଅସୁରମାନେ ଏହି ନିଶାକୁ ଅତୀତରେ ସେବନ କରୁଥିଲେ l ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ମଦ୍ୟପାନର ପ୍ରଚାର ଆଉ ପ୍ରସାର ହୋଇଆସୁଛି ସମାଜରେ l ଭାରତ ଇତିହାସରେ ସୁରାପାନର ଜ୍ୱଳନ୍ତ ଦୃଷ୍ଟାନ୍ତ ମିଳେ ମୋଗଲ ଶାସନ ସମୟରେ l କେତେକ ମୋଗଲ ସମ୍ରାଟ କେବଳ ସୁରା ସାକୀରେ ଲିପ୍ତ ରହୁଥିଲେ ବୋଲି ଇତିହାସ ସାକ୍ଷ୍ୟ ଦିଏ l ଆଉ ଆଜି ଏହି ସୁରା ବା ମଦ୍ୟ ବ୍ୟବସାୟର କଳେବର ବୃଦ୍ଧି ପାଇଛି l ମଦ ବ୍ୟବସାୟ ନିମନ୍ତେ ସହର ବଜାରରେ ଛୋଟ ବଡ଼ ବାର୍ ଖୋଲିଯାଇଛି ଆଉ ସେହି ଅନୁସାରେ ଚାହିଦା ବି ବଢ଼ିଛି l ସୁରାର ଖୋଲା ବ୍ୟବସାୟରେ ପ୍ରତିଯୋଗିତା ମଧ୍ୟ ସମାନ ଭାବରେ ବଢ଼ିଛି l

images 4 4

ବର୍ତ୍ତମାନର ଭାରତର ମଦ୍ୟ ବଜାରରେ ମଧ୍ୟରେ ଓଲ୍ଡ ମଙ୍କ୍ ରମ୍ ଗୋଟିଏ ଅତି ଜନପ୍ରିୟ l ଆଜିର ପ୍ରତିଯୋଗିତାମୂଳକ ବ୍ୟବସାୟରେ ନିଜର ମୌଳିକତା ବଜାୟ ରଖି ଏହି ରମ୍ ଦୀର୍ଘ ପଥ ଅତିକ୍ରମ କରିସାରିଛି l ଅନ୍ୟ ମଦ ବ୍ରାଣ୍ଡ ସହିତ ନିଜର ସ୍ଥିତି ରକ୍ଷା କରିବା ନିମନ୍ତେ ବହୁ ଘାତ ପ୍ରତିଘାତର ସାମ୍ନା କରିଛି ଓଲ୍ଡ ମଙ୍କ୍ l ଏହାର ମଧ୍ୟ ଏକ ଲମ୍ବା ଇତିହାସ ରହିଛି l ଭାରତର ମଦ ବଜାରରେ ନିଜକୁ ସଫଳ ଭାବରେ ପ୍ରତିଷ୍ଠିତ କରିପାରିଛି ଓଲ୍ଡ ମଙ୍କ୍ l ସବୁଠାରୁ ଆଶ୍ଚର୍ଯ୍ୟ ହେବାର କଥାଟା ହେଉଛି ନିଜର ପ୍ରଚାର ପ୍ରସାର ପାଇଁ ଗୋଟିଏ ଟଙ୍କା ବି ଖର୍ଚ୍ଚ କରେ ନାହିଁ କମ୍ପାନୀ l ମଦ ବ୍ରାଣ୍ଡର ଆରମ୍ଭ ହେବା ଦିନରୁ ଏହା ଏମିତି ଚାଲିଆସିଛି l ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ହୋଇଛି ଓଲ୍ଡ ମଙ୍କ୍ l ଓଲ୍ଡ ମଙ୍କ୍ ଆଜି ଏତେ ଉପରକୁ ଯାଇଛି ଏବଂ ଗୋଟିଏ ସଫଳ ବ୍ରାଣ୍ଡ ହିସାବରେ ମାନ୍ୟତା ପାଉଛି କେବଳ ଗୋଟିଏ କଥା ପାଇଁ l ଏହାର ପ୍ରସ୍ତୁତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରାଯାଇନାହିଁ l ସେଇଥିପାଇଁ ଏହା ହୋଇପାରିଛି ଗ୍ରାହକମାନଙ୍କର ପ୍ରଥମ ପସନ୍ଦ l ସେତେବେଳର କଲେଜ ଜୀବନରେ ଓଲ୍ଡ ମଙ୍କ୍ ଅନେକଙ୍କ ପାଇଁ ଗୋଟେ ଭିନ୍ନ ମଜା ଆଣୁଥିଲା l‌ କେହି କେହି ବିଦେଶରେ ଥିବା ନିଜର ଅନ୍ତରଙ୍ଗ ବନ୍ଧୁମାନଙ୍କୁ ଓଲ୍ଡ ମଙ୍କ୍ ଉପହାର ଦେଉଥିଲେ l ଏଥିରେ ଥିଲା ଭାରତୀୟତାର ଏକ ସ୍ୱତନ୍ତ୍ର ବାସ୍ନା l

rum old14

ଟିକେ ପଛକୁ ଫେରି ଦେଖିଲେ ଜଣାପଡ଼େ ଯେ, ବ୍ରିଟିଶ ସୈନ୍ୟ ମାନଙ୍କୁ ଶସ୍ତା ମୂଲ୍ୟରେ ବିୟର ମଦ୍ୟ ଯୋଗାଇବା ନିମନ୍ତେ ହିମାଚଳ ପ୍ରଦେଶର କାସାଉଲି ଠାରେ ମଦ କାରଖାନାର ପ୍ରତିଷ୍ଠା କରାଗଲା ୧୮୫୫ ମସିହାରେ l ସ୍କଟଲ୍ୟାଣ୍ଡର ବ୍ୟବସାୟୀ ଏଡ଼ୱାର୍ଡ଼ ଅବ୍ରହାମ ଡାୟାର ଏହାର ଶୁଭାରମ୍ଭ କରିଥିଲେ l ଏହାକୁ ଭାରତର ମୁଖ୍ୟ ବିଦେଶୀ ମଦ କାରଖାନା ଭାବରେ ବିବେଚନା କରାଗଲା l ଦେଶ ସ୍ୱାଧୀନ ହେବାର ଦୁଇ ବର୍ଷ ପରେ ଏହି ମଦ କାରଖାନାକୁ ନିଜ ହାତକୁ ନେଲେ ଭାରତର ଉଦ୍ୟୋଗପତି ମୋହନ ମେକିନ l ମଦ କମ୍ପାନୀର ନାମ ରଖିଲେ ମୋହନ ମେକିନ ପ୍ରାଇଭେଟ ଲିମିଟେଡ଼ l ନିଜର ବ୍ୟବସାୟକୁ ଗୋଟେ ପାଦ ଆଗକୁ ବଢାଇବାକୁ ଯାଇ ସେ ସର୍ବ ପ୍ରଥମେ ୧୯୫୪ ମସିହାରେ ବଜାରକୁ ଛାଡ଼ିଲେ ଓଲ୍ଡ ମଙ୍କ୍ ରମ l ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ଓଲ୍ଡ ମଙ୍କ୍ ନିଜର ଯାତ୍ରା ଜାରି ରଖିଛି l

ଓଲ୍ଡ ମଙ୍କ୍ ରମ୍ କେବଳ ଯେ ଭାରତରେ ପ୍ରସିଦ୍ଧ ବା ପରିଚିତ ଏହା ନୁହେଁ l ସାରା ବିଶ୍ୱରେ ସର୍ବାଧିକ ବିକ୍ରି ହେଉଥିବା ମଦ୍ୟ ହେଉଛି ଓଲ୍ଡ ମଙ୍କ୍ ରମ୍ l ଏ ଭଳି ଏକ ବିରଳ ପରିଚୟ ନିଜପାଇଁ ସୃଷ୍ଟି କରିପାରିଛି ଓଲ୍ଡ ମଙ୍କ୍ l କମ୍ପାନୀ ସୂତ୍ରରୁ ଜଣେ ପଡ଼େ ଯେ, ୨୦୧୪ ମସିହାରେ ଓଲ୍ଡ ମଙ୍କ୍ ୨୦ କୋଟି ଟଙ୍କାର ବ୍ୟବସାୟିକ କ୍ଷତି ସହିଲା l ଏମିତି ବି ଚର୍ଚ୍ଚା ହେଲା ଯେ କମ୍ପାନୀ ବନ୍ଦ ହୋଇଯିବ ବୋଲି l ଏ ଭଳି ମାନ୍ଦାବସ୍ଥାରେ ଏହାର ବରିଷ୍ଠ ଅଧିକାରୀମାନେ ମଧ୍ୟ ସ୍ପଷ୍ଟୀକରଣ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ପୁଣି ଓଲ୍ଡ ମଙ୍କ୍ ଆଗକୁ ବଢ଼ିଲା l ଯଦିଓ ବଜାରରେ ଅନେକ ବ୍ରାଣ୍ଡର ରମ୍ ଉପାଲାଭ ହେଉଛି ସେହି ତୁଳନାରେ ଓଲ୍ଡ ମଙ୍କ୍ ବ୍ୟବସାୟ ଟିକେ ଧିମେଇଛି l ଭାରତର ନିଜସ୍ୱ ରମ୍ ଭାବରେ ଓଲ୍ଡ ମଙ୍କ୍ ବିଶ୍ୱସନୀୟତାର ପ୍ରମାଣ ଦେଇଛି l

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x