lockdown extended by two weeks

ଦେଶରେ ଆଉ ଦୁଇ ସପ୍ତାହ ବଢ଼ିଲା ଲକଡାଉନ

download
Reading Time: 2 minutes

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନକୁ ଆଉ ଦୁଇ ସପ୍ତାହ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ମେ’ ୪ରୁ ୧୭ ତାରିଖ ଯାଏ ଲକଡାଉନ ୩.୦ କାର୍ଯ୍ୟକାରୀ ହେବ। କରୋନା ପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନ, ପରେ ଏପ୍ରିଲ ୧୪ରୁ ମେ’ ଯାଏ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା।

ଅର୍ଥାତ ଦେଶରେ ୪୦ ଦିନ ପାଇଁ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମେ’ ୩ ରାତି ୧୨ଟାରେ ଶେଷ ହେବାର ଥିଲା। କିନ୍ତୁ ଆଜି କେନ୍ଦ୍ର ସରକାର ଲକଡାଉନ ଅବଧିକୁ ୨ ସପ୍ତାହ ଯାଏ ବୃଦ୍ଧି କରିଛନ୍ତି।

ମେ’ ୧୭ ତାରିଖ ରାତି ୧୨ଟା ଯାଏ ଏହି ଲକଡାଉନ ନିୟମ ବଳବତ୍ତର ରହିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ଦୁଇ ଥର ଦେଶବାସୀଙ୍କୁ ଉଦବୋଧନ କରି ଲକଡାଉନ ବୃଦ୍ଧି ସମ୍ପର୍କରେ ଘୋଷଣା କରିଥିଲେ। ହେଲେ ଏଥିର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ବୃଦ୍ଧି ସମ୍ପର୍କରେ ଘୋଷଣା କରିଛି।

WhatsApp Image 2020 05 01 at 12.58.12

WhatsApp Image 2020 05 01 at 21.02.42

WhatsApp Image 2020 05 01 at 21.02.43

WhatsApp Image 2020 05 01 at 21.02.43 1

Coronavirus In India

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x