
ଶିଳ୍ପୀ ର ନିହାଣ ମୁନ ଠାରୁ
କବି ର କଲମ ମୁନ ବେଶି ତୀକ୍ଷ୍ଣ
ସେ ଆଙ୍କି ପlରେ ଅକ୍ଷତ ଚିତ୍ରପଟ
ମୁରୁକି ମୁରୁକି ହସୁଥିଲା ବେଳେ ସମୟ
ସେ ରଖିପାରେ ଅପାସୋରା ସ୍ମୃତି ୲
ସେ ଶୁଣାଇ ପାରେ ଦୂରଦର୍ଶୀ ନିଷ୍ପତି
ଆଉ କହିପାରେ ବିପର୍ଯ୍ୟୟ ସଂଘର୍ଷ କlହାଣୀ
ସେ ଛାଡିଦିଏ ପlଦଚିହ୍ନ
ଏଠି , ସେଠି , ସବୁଠି
ଠିକ ଉପକୂଳ ମହାବାତ୍ୟା ପରି ୲
ଏବେ ସେଇ କଲମ ଗୋଟେଇ ଚlଲିଛି
କରୋନା ଆତଙ୍କ ଆଉ କରୋନା ଯୋଦ୍ଧାଙ୍କ କlହାଣୀ
କରୋନା ଲଢେଇରେ ମୁଖ୍ୟମନ୍ତ୍ରୀ , ପ୍ରଧାନମନ୍ତ୍ରୀ
ଆଉ ଲଢେଇର ମୁଖ୍ୟ ସେନାପତିଙ୍କ ଶବ୍ଦ ସବୁକୁ
ମହାମାରୀ ନିୟନ୍ତ୍ରଣରେ ଅନେକଙ୍କ ଭୂମିକା
ଭବିଷ୍ୟତ ଦାୟାଦ ପଢିବେ ଏମାନଙ୍କୁ
ଗାନ୍ଧୀ , ଗୋପବନ୍ଧୁ ପରି 🙏🙏
ବେଳେ ବେଳେ କଲମର ସ୍ୟାହି ସରିଯାଏ
ନଚେତ ସକ୍ରେଟିସ ପରି
ମୃତ୍ୟୁକୁ ନିମନ୍ତ୍ରଣ କରିବାକୁ ହେଵ
ସକ୍ରେଟିସଙ୍କ ବିପର୍ଯ୍ୟସ୍ତ ଜୀବନ କଥା
କଲମ ମୁନରେ ପ୍ରଶଂସନିୟ ଭୂମିକା
🤔🤔🤔🤔
କଲମ ସଂକ୍ଷିପ୍ତ କରିପାରେ ସୃଷ୍ଟିକୁ
ଆଉ ପୁନରlବୃତି କରିପାରେ ପ୍ରତିଟି ଜୀବନ
ଡାକ୍ତର କଲମ ମୁନରେ ଜୀବନ ଦେଲାବେଳେ
ଓକିଲ କଲମ ମୁନରେ ନେଇପାରେ ଜୀବନ ୲
ଆଜି କିନ୍ତୁ କଲମମୁନ ସଂକଳ୍ପ କରୁ
ସେ ଲେଖିବ କେବଳ ତାହାହିଁ ଲେଖିବ
କରୋନା ଵିଶ୍ଵ ରେ ସମସ୍ୟା 😢😢
ଯାହା ସମାଜ ପାଇଁ ଦିଗଦର୍ଶନ ହେଵ
ଗୀତା , ଭାଗବତ ପରି
ଭବିଷ୍ୟତ ଦାୟାଦ ମାନଙ୍କୁ
ପଥ ପ୍ରଦର୍ଶନ କରିପାରୁଥିବ 🙏