Senior Super model Dinesh Mohan

ଦୀନେଶ ମୋହନ: ଅଟକି ଯାଇଛି ବୟସ…

1534226466425
Reading Time: 3 minutes

ସମୟ ଏବଂ ବୟସ ହେଉଛି ଜୀବନରେ ଅଫେରା ନଈର ସ୍ରୋତ ପରି l ବୟସ ଆଉ ସମୟକୁ ନେଇ କେତେ କଥା, କେତେ ଉପଦେଶ l କାରଣ ଆମକୁ କୁହାଯାଏ ଯେ ବୟସ ଆଉ ସମୟ କେବେ ପଛକୁ ଫେରେନାହିଁ l ସମୟକୁ ଆଧାର କରି ଓଡ଼ିଆରେ ଆମର ବହୁତ ଉକ୍ତିଗୁଡ଼ିକ ରହିଛି, ଯେମିତି କି ସମୟ ବଡ଼ ବଳବାନ, ସମୟ କାହାକୁ ଅପେକ୍ଷା କରେ ନାହିଁ, ଆହୁରି କେତେ କଣ l ଜଣେ ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ଦୀନେଶ ମୋହନ ଯାହାଙ୍କ ପାଇଁ ବୟସ ଆଉ ସମୟ ସବୁକିଛି ଅଟକି ଯାଇଛି କହିଲେ ଚଳେ l

Dinesh Mohan Is A 60YO Supermodel

ଦୀନେଶ ମୋହନ ଦିଲ୍ଲୀର ବାସିନ୍ଦା l ବୟସ ୬୧ ବର୍ଷ l ଏ ପରିପକ୍ଵ ବୟସରେ ସେ ଜଣେ ଚର୍ଚ୍ଚିତ ଚେହେରା l ସେ ତାଙ୍କର ନୂତନ ପେସାରେ ସକ୍ରିୟ ଏବଂ ସେ ଏଥିରେ ବହୁତ ଖୁସି ଅଟନ୍ତି l ଏମିତି ବି କହିବାକୁ ଗଲେ ସେ ଆଜିର ଆଧୁନିକ ପିଢ଼ିର ଯୁବବର୍ଗଙ୍କୁ ବି ଚ୍ୟାଲେଞ୍ଜ ଦେଉଛନ୍ତି l ସେ ପ୍ରମାଣିତ କରିଦେଇଛନ୍ତି ଯେ ବୟସଟା କିଛି ନୁହେଁ ଗୋଟେ ସଂଖ୍ୟା ଆଉ ମନର ଗୋଟିଏ ଭ୍ରମ l ସବୁକିଛି ନିଜର ମାନସିକତା ଉପରେ ନିର୍ଭର କରେ l
ସେ ଆଜି ଦେଶରେ ଜଣେ ଟପ୍ ମଡେଲ୍ ଭାବରେ ପରିଗଣିତ l ନିଜର ବଳିଷ୍ଠ ଚେହେରା ସହିତ ନିଶ ଏବଂ କେଶର ସୁନ୍ଦର ବେଶ ପରିପାଟୀ ଗ୍ଲାମର ଦୁନିଆଁରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି l ଫେସନ ସୋ ଗୁଡିକରେ ଏବଂ ରାମ୍ପ ୱାକରେ ତାଙ୍କର ଆକର୍ଷଣୀୟ ମନମୋହକ ରାଜକୀୟ ଠାଣୀ ଆଉ ଚାହାଣୀ ସତରେ ସମ୍ମୋହନକାରୀ ଅଟେ l

Meet Dinesh Mohan - The 60-YO Supermodel Who's Giving Youngsters A ...

ସୌନ୍ଦର୍ଯ୍ୟ, ବୟସ, ଆଉ ଫେସନ ସୋକୁ ନେଇ ଆଗରୁ ରହିଥିବା କେତେ ଯେ ଧରାବନ୍ଧା ନୀତି ନିୟମକୁ ସେ ପଦଦଳିତ କରି ପଛକୁ ପକାଇ ଦେଇ ନିଜକୁ ସମସ୍ତଙ୍କ ସାମ୍ନାରେ ସଫଳ ଭାବରେ ପ୍ରମାଣିତ କରିଛନ୍ତି l କିଏ କହିଲା ମଡେଲିଂ ରେ କ୍ୟାରିୟର କରିବା କେବଳ ଯୁବ ବର୍ଗଙ୍କର ଅଧିକାର ବୋଲି l ଏ କଥାକୁ ବୟୋଜ୍ୟେଷ୍ଠ ସୁପର ମଡେଲ ଦୀନେଶ ମୋହନ ମିଥ୍ୟାରେ ପରିଣତ କରିଛନ୍ତି l ଦୀନେଶ ଦିନେ ନିଜର ଶରୀରର ଓଜନକୁ ନେଇ ଚିନ୍ତାଗ୍ରସ୍ତ ଥିଲେ l ତାଙ୍କର ଓଜନ ହ୍ରାସ କରିବାର ଝୁଙ୍କ ତାଙ୍କୁ ଆଜି ଆଣି ଏଠାରେ ପହଞ୍ଚାଇଛି ବୋଲି ସେ ସ୍ୱୀକାର କରନ୍ତି l ସେ ଆଉ ପଛକୁ ଚାହିଁ ନାହାଁନ୍ତି l ସମସ୍ତଙ୍କ ଆଗରେ ସେ ଜଣେ ଦୃଢ଼ ମନୋବଳ ଏବଂ ପେସାଦାର ବ୍ୟକ୍ତିତ୍ୱ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି l

୨୦୧୩ ମସିହାରେ ସେ ନିଜ ପଇସାରୁ ସ୍ବେଛାକୃତ ଅବସର ଗ୍ରହଣ କରିଲେ ଏବଂ ନିଜର ଓଜନ ହ୍ରାସ କରିବା ନିମନ୍ତେ ଜିମ ଯାଉଥିଲେ l ଓଜନ ହ୍ରାସ ହେବା ସଙ୍ଗେ ସଙ୍ଗେ ଦୀନେଶଙ୍କ ମନରେ ଆଗକୁ ବଢିବା ପାଇଁ ଏକ ଝୁଙ୍କ ଆସିଗଲା ଯେମିତି l ୨୦୧୬ ମସିହାରେ ସେ କଠିନ ପରିଶ୍ରମ କରି ୪୧ କି.ଗ୍ରା. ଓଜନ ହ୍ରାସ କରିଲେ ଏବଂ ମଡେଲିଂକୁ ପେସା କରି ଆଗକୁ ବଢିବା ନିମନ୍ତେ ଦୃଢ଼ ନିଷ୍ପତି ନେଲେ l ଆଉ ଆଜି ସିଏ ଜଣେ ଅଗଧାଡ଼ିର ସଫଳ ମଡେଲ l

Model At 61, Dinesh Mohan Is All The Inspiration You Need In Your ...

ଆଜି ଯେଉଁଠି ଯୁବବର୍ଗ ଆଳସ୍ୟରେ ମସଗୁଲ ହୁଅନ୍ତି ଆଉ ଗୁଲିଖଟିରେ ସମୟ କାଟନ୍ତି, ସେ କିନ୍ତୁ ନିୟମିତ ଭାବରେ ଜିମକୁ ଯାଆନ୍ତି ନିଜର ସୁଗଠିତ ଶରୀର ପାଇଁ l ତାଙ୍କ ପାଖରେ ଅଭିନୟ ଏବଂ ମଡେଲିଂ ପାଇଁ ବହୁଦେଶୀୟ କମ୍ପାନୀମାନଙ୍କର ଭିଡ଼ ଲାଗିଛି l ସେ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ l ସେ କୁହନ୍ତି ଜୀବନରେ କିଛି ଗୋଟେ ନୂତନ କରିବାକୁ ହେଲେ ବୟସର କିଛି ଅର୍ଥ ହିଁ ନାହିଁ l ସବୁକିଛି ନିଜର ଦୃଢ଼ ନିଷ୍ପତି ଆଉ ଦୃଢ଼ ମାନସିକତା ଉପରେ ନିର୍ଭର କରେ l ନିଜର ବୟସ ସହିତ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସେ ଗୁରୁତ୍ୱ ପ୍ରଦାନ କରନ୍ତି l

This 60 Year Old Has Broken the Internet And For All the Right Reasons

ଦୀନେଶ କୁହନ୍ତି ଯେ, ଯଦି ଲୋକମାନେ ମୋ ଦ୍ୱାରା ଅନୁପ୍ରାଣିତ ଏବଂ ଉତ୍ସାହିତ ହୁଅନ୍ତି ତେବେ ତାହା ହିଁ ମୋ ପାଇଁ ଶ୍ରେଷ୍ଠ ପୁରସ୍କାର ହୋଇପାରିବ l ମୁଁ ଲୋକମାନଙ୍କୁ ଆଶାବାଦୀ ହେବା ପାଇଁ ଏଂବ ଜୀବନକୁ ପୁଣି ବଞ୍ଚିବା ନିମନ୍ତେ ପ୍ରେରଣା ଦେବି l ଦୀନେଶ ମଧ୍ୟ ସଫଳତାର ସହିତ ସଲମାନ ଖାଁଙ୍କ ପ୍ରଯୋଜିତ ହିନ୍ଦୀ ଚଳଚ୍ଚିତ୍ର ‘ଭାରତ’ରେ ଅଭିନୟ କରିଛନ୍ତି l ଯେଉଁଥିରେ କାତ୍ରିନା କୈଫ, ତବୁ, ଏବଂ ଦିଶା ପଟାନି ମଧ୍ୟ ଅଭିନୟ କରିଛନ୍ତି l ଏହା ବ୍ୟତୀତ ଦୀନେଶ ସୁପ୍ରସିଦ୍ଧ ଡିଜାଇନର ମାନଙ୍କ ପାଇଁ ରାମ୍ପ ୱାକ କରନ୍ତି, ମାଗାଜିନ କଭର ପାଇଁ ଫଟୋ ସେସନ ଏବଂ ଟିଭି ବିଜ୍ଞାପନ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି l ସେ ମଧ୍ୟ କେତେ ଗୋଟି ଦକ୍ଷିଣ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l ତାଙ୍କର ଇନଷ୍ଟାଗ୍ରାମ ନାମ ସିଲଭର ଫକ୍ସ ଏବଂ ଏଥିରେ ତାଙ୍କର ହଜାର ହଜାର ପ୍ରଶଂସକ ରହିଛନ୍ତି l

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x