Things to know about Parle G biscuits

ପାର୍ଲେ-ଜୀ: ଆପଣ ଜାଣନ୍ତୁ କିଛି ଅଜଣା କଥା !!!

91eC2O5IN5L. SX679
Reading Time: 2 minutes

ପାର୍ଲେ-ଜୀ ବିସ୍କୁଟ ଆଜି ଘରେ ଘରେ ପରିଚିତ l ଆଜି ଯେମିତି ଗୋଟିଏ ବ୍ରାଣ୍ଡର ନାଁ ହୋଇଯାଇଛି l ଆମ ସମସ୍ତଙ୍କର ବିଶ୍ୱାସ ଏବଂ ଆବେଗ ସହିତ ଜଡ଼ିତ ଇଏ ଗୋଟେ ବିସ୍କୁଟ l ପାର୍ଲେ-ଜୀ ବିସ୍କୁଟ ବିନା ଚା, ଜଳଖିଆ ଆଉ କୁଣିଆ ଚର୍ଚ୍ଚା ଯେମିତି ଅପୂରଣୀୟ ରହିଯାଏ l ଯେତେଦୂର ମୋର ମନେ ପଡ଼େ ପିଲାଦିନୁ ଆମେ ସମସ୍ତେ ଏ ବିସ୍କୁଟ ସହିତ ପରିଚିତ l ପାର୍ଲେ-ଜୀ ବିସ୍କୁଟ ଛୋଟ ବେଳର ଗୋଟେ ଝୁଙ୍କ ଥିଲା, ଆଉ ଘରକୁ ବନ୍ଧୁବାନ୍ଧବ ଆସିଲେ ଚା ସହିତ ଏହାକୁ ଆଗ ଖୋଜାଯାଏ l ହଁ, ଆପଣ ତ ପାର୍ଲେ-ଜୀ ବିସ୍କୁଟ ଘରକୁ ଆଣୁଥିବେ କିନ୍ତୁ ଆପଣ କଣ ଜାଣନ୍ତି ଏ ବିସ୍କୁଟର ଇତିହାସ ? ପାଖାପାଖି ୮୦ ବର୍ଷ ତଳର ଗୋଟିଏ ଇତିହାସ କହିଲେ ଚଳେ l ପାର୍ଲେ-ଜୀ ବିସ୍କୁଟର ସଫଳତା ଏବଂ ଖ୍ୟାତିକୁ ନେଇ ଆଜି ଏଠାରେ ଗୋଟିଏ ଛୋଟ ଉପସ୍ଥାପନା; ବହୁ ପୂର୍ବରୁ ବମ୍ବେର ଚୌହାନ ପରିବାର ରେଶମ ସୂତାର ବ୍ୟବସାୟ କରୁଥିଲେ l

The Parle-G Story: Swadeshi Movement Gave India Its Beloved Biscuit

ଦେଶ ସ୍ୱାଧୀନ ହେବା ପୂର୍ବରୁ ବମ୍ବେର ଚୌହାନ ପରିବାର ଛଣା ଛଣି ଏବଂ ମିଷ୍ଟାନ୍ନ ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ନିଜର ପ୍ରତିଷ୍ଠା ଅର୍ଜନ କରିଥିଲେ l ୧୯୨୯ ମସିହାରେ ଏହା ପାର୍ଲେ ପ୍ରଡକ୍ଟସ ନାମରେ ପରିଚିତ ହୋଇଥିଲା l ସେ ସମୟର ସ୍ବଦେଶୀ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ଚୌହାନ ପରିବାର ନିଜର ବ୍ୟବସାୟକୁ ଗୋଟେ ପାଦ ଆଗକୁ ନେବାକୁ ପ୍ରଚେଷ୍ଟା କରିଲେ l ସୁଦୂର ଜର୍ମାନୀକୁ ଜାହାଜ ଯାତ୍ରା କରି ବିସ୍କୁଟ ପ୍ରସ୍ତୁତିର କୌଶଳ ହାସଲ କରିଲେ ଏବଂ ଚୌହାନ ପରିବାର ଭାରତରେ ବିସ୍କୁଟ ବ୍ୟବସାୟର ମୂଳଦୁଆ ପ୍ରତିଷ୍ଠା କରିଲେ l ଏ ହେଉଛି ୧୯୩୯ ମସିହାର କଥା l ଚୌହାନ ପରିବାରର ମୋହନଲଲ ଦୟାଲ ଚୌହାନ ହେଉଛନ୍ତି ପାର୍ଲେ ପ୍ରଡକ୍ଟସର ପ୍ରତିଷ୍ଠାତା l ଦେଶକୁ ଉପଯୁକ୍ତ ମୂଲ୍ୟରେ ବିସ୍କୁଟ ଯୋଗାଇବା ଏହାର ପ୍ରଥମ ଉଦ୍ଦେଶ୍ୟ ରହିଥିଲା l ପାର୍ଲେ-ଜୀ ବିସ୍କୁଟର ବ୍ୟବସାୟରେ ପ୍ରଥମେ ଚୌହାନ ପରିବାରର ୧୨ ଜଣ ସଦସ୍ୟ ନିଯୁକ୍ତ ହୋଇଥିଲେ ଏବଂ ସେମାନେ ସବୁବେଳେ ବ୍ୟସ୍ତ ରହୁଥିଲେ l

Parle-G is worst hit; volumes have declined by 7-8%, says Mayank ...

ବମ୍ବେର ସହରତଳି ଅଞ୍ଚଳ ଭାଇଲ ପାର୍ଲେ ଇଲାକାରେ ପ୍ରଥମେ କମ୍ପାନୀ ନିଜର ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିଥିଲା l ଏହି ଅଂଚଳର ନାମାନୁସାରେ ବିସ୍କୁଟର ନାମକରଣ ପାର୍ଲେ-ଜୀ କରାଗଲା ଏବଂ ଇଂରାଜୀ ଅକ୍ଷର ‘ଜୀ’ ଜିନିୟସ ବା ‘ବୁଦ୍ଧିମାନ’ କୁ ସୂଚାଏ ବୋଲି କମ୍ପାନୀ ସ୍ପଷ୍ଟୀକରଣ ପ୍ରଦାନ କରେ l ପାର୍ଲେ ପ୍ରଡକ୍ଟସ ପ୍ରଥମେ କମଳା ବାସ୍ନା ଥିବା ଛୋଟ ଚକୋଲେଟର ବ୍ୟବସାୟ କରୁଥିଲା l ପାର୍ଲେ-ଜୀ ବିସ୍କୁଟର ବିଜ୍ଞାପନରେ ପ୍ରଦର୍ଶିତ ଛବିକୁ ସେ ସମୟରେ, ୧୯୬୦ ମସିହାରେ ଏଭେରେଷ୍ଟ କ୍ରିଏଟିଭର ମଗନଲାଲ ଦୈୟା ଅଙ୍କନ କରିଥିଲେ l ଏ ଛବିକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ରୋଚକ ଖବର ଆସିଛି କିନ୍ତୁ ସେ ସବୁ ମିଥ୍ୟା ବୋଲି ପାର୍ଲେ-ଜୀ ବିସ୍କୁଟର ବର୍ତ୍ତମାନର ପରିଚାଳକ ମୟଙ୍କ ସାହା ସ୍ପଷ୍ଟୋକ୍ତି ପ୍ରକାଶ କରନ୍ତି l

Parle Warning About Potential 8-10k Layoffs Is Not Fake News

ସମୟ କ୍ରମେ ବଜାରକୁ ନୂତନ ଉତ୍ପାଦ ଏବଂ କମ୍ପାନୀମାନଙ୍କର ପ୍ରବେଶ ଘଟିଛି ଏବଂ ଏହା ଦ୍ୱାରା କିଛି ପରିମାଣରେ ପାର୍ଲେ-ଜୀର ବ୍ୟବସାୟ ପ୍ରଭାବିତ ହୋଇଛି l ବଜାରରେ ପାର୍ଲେ-ଜୀ ର ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବରେ ବ୍ରିଟାନିଆ କମ୍ପାନୀ ଏବଂ ଆଇଟିସି କମ୍ପାନୀ ଛିଡା ହୋଇଛନ୍ତି l ଏ ସବୁ ସତ୍ତ୍ୱେ କମ୍ପାନୀ ନିଜର ବିଶ୍ୱସନୀୟତା ଏବଂ ସ୍ୱାଦ ବଜାୟ ରଖିଛି ଏବଂ ୨୫,୦୦୦ କୋଟି ଟଙ୍କାର ବିସ୍କୁଟ ବ୍ୟବସାୟ ଚାଲୁ ରଖିଛି l

ଚୌହାନ ପରିବାରର ଚତୁର୍ଥ ପୀଢ଼ି ବର୍ତ୍ତମାନ ଏହି ବ୍ୟବସାୟକୁ ଚଳାଉଛନ୍ତି l କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଶ୍ରୀଯୁକ୍ତ ଅଜୟ ଚୌହାନ କୁହନ୍ତି ଯେ, ଏମିତି ଏକ ସମୟ ଆସିଥିଲା ଆମକୁ ବ୍ୟବସାୟରେ ଦୃଢ଼ ପ୍ରତିଦ୍ବନ୍ଦୀ ମାନଙ୍କର ସାମ୍ନା କରିବାକୁ ହୋଇଥିଲା ଏବଂ ଦୂରଦର୍ଶନରେ ଆମ କମ୍ପାନୀ ପ୍ରାୟୋଜିତ କାର୍ଯ୍ୟକ୍ରମ “ଶକ୍ତିମାନ” ଆମକୁ ବହୁତ ସାହାଯ୍ୟ କରିଥିଲା l କଞ୍ଚାମାଲର ମୂଲ୍ୟ ବୃଦ୍ଧି ଅନେକ ପରିମାଣରେ ହୋଇଥିଲେ ମଧ୍ୟ ଆମେ ଆମର ଲାଭକୁ ଅଳ୍ପ କରି ବଜାରକୁ ଉତ୍ପାଦ ଛାଡ଼ୁଛୁ, ଏହା ହିଁ ଆମର ସଫଳ ବ୍ୟବସାୟର ମୂଳ ମନ୍ତ୍ର l

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x