Story of three teddy bears

ତିନୋଟି ଟେଡି ବିଅର

919zLZUGCaL. AC SL1500
Reading Time: 4 minutes

ଦିନେ ସାଙ୍ଗ କଲ୍ୟାଣ ବାବୁଙ୍କ ଘରେ ସନ୍ଧ୍ୟାରେ ପହଂଚିଲି । ତାଙ୍କ ଘେରର ସଜ ସଜ୍ଜା ଖୁବ ସୁନ୍ଦର ଥିଲା । ସେ ଲେଖା ଲେଖି ବି କରନ୍ତି ଓ ବହୁତ ହସକୁରା ଲୋକ । ସବୁ କଥାକୁ ହସ ଆଡ଼କୁ ମୋଡିନେବାର କଳା ତାଙ୍କୁ ଜଣI । ତାଙ୍କ ଷ୍ଟଡି ଟେବୁଲର ଟିକେ ଉପରେ ଗୋଟେ ଥାକରେ ସୁନ୍ଦର ଭାବରେ ସଜ୍ଜା ହୋଇରହିଥିଲା 3ଟି ଟେଡି । 2ଟି ଛୋଟ ଟେଡି ଓ ଗୋଟିଏ ଟିକେ ବଡ଼ ଟେଡି । ବଡ଼ ଟେଡିଟି ଦୁଇ ଛୋଟ ଟେଡିଙ୍କ ମଝିରେ ଥିଲା । ଟେଡି ଗୁଡ଼ିଙ୍କ ବେକରେ ଯଥା କ୍ରମେ  M .K. S . ଲେଟର ଝୁଲୁ ଥଲI । ମୁଁ କଲ୍ୟାଣ ବାବୁ ଙ୍କୁ ଏକଥା ପଚାରିବାକୁ ଭାବୁଥିଲି ସେହି ସମୟରେ ତାଙ୍କ ଶ୍ରୀମତୀ କଫି ଟ୍ରେ ଧରି ପଶି ଆସିଲେ ଓ ତାଙ୍କର ସୁଲଳିତ କଣ୍ଠରେ କହିଲେ ସାର ନମସ୍କାର କଫି ନିୟନ୍ତୁ । ମୁଁ ବି ପ୍ରତିନମସ୍କାର କଲି । ତାପରେ ଆମେ ସମସ୍ତେ ବସି କଫି ପିଇଲୁ । ମୁଁ କିନ୍ତୁ ସେ ତିନୋଟି ଟେଡି ଆଡେ ଦେଖୁଥାଏ । ତାଙ୍କ ଶ୍ରୀମତୀ ବୋଧେ ଜାଣି ପାରିଲେ । ସେ ଟିକେ ହସି କହିଲେ ସାର ସେ ଟେଡିଗୁଡିକ ୟାଙ୍କର ବିଗତ ପ୍ରେମିକI ମାନଙ୍କର ସ୍ମୃତି । ମୋର ଉତକଂଠା ଆଉଟିକେ ବଢିଗଲା ଓ ମୁଁ କଲ୍ୟାଣ ବାବୁଙ୍କୁ ତାଙ୍କ ଟେଡି ପଛରେ ଥିବା କାହାଣୀ କହିବାକୁ ଅନୁରୋଧ କଲି ।

“ଏକ”

ସେ କହିବା ଆରମ୍ଭ କଲେ ପ୍ରଥମ ଟେଡି M ପଛରେ ଥିବା କାହାଣୀ । “ଛୋଟ ବେଳେ ସ୍କୁଲ ଦିନରେ ମୁଁ ଖୋର୍ଦ୍ଧାରେ ରହୁଥିଲି ଓ ଆମ ଘର ପାଖ ସ୍କୁଲରେ ପଢ଼ୁଥିଲି । ଆମ ସ୍କୁଲରେ ପୁଅ ଓ ଝିଅ ମିଶିକି ପଢ଼ୁଥିଲୁ । ମୋର ଗୋଟେ ଝିଅ ସାଙ୍ଗ ଥିଲା ମିନା । ତା ଜନ୍ମ ଦିନରେ ମୁଁ ତାକୁ ଗୋଟେ ଟେଡି ଗିଫ୍ଟ ତା ବେକରେ ମୁଁ K ଲେଟର ଲଗାଇ ଦେଇଥିଲି । ତାର କିଛିଦିନ ପରେ ମୋର ଜନ୍ମ ଦିନ ପଡିଲା ସେ ଏ ଟେଡିଟି ମୋତେ ଗିଫ୍ଟ କରିଥିଲା ଓ ତା ବେକରେ M ଲେଟର ଲଗାଇ ଦେଇଥିଲା ତାକୁ ମାନେରଖିବାକୁ । ପଞ୍ଚମ ଶ୍ରେଣୀ ପରେ ଆମର ସ୍କୁଲ ଅଲଗା ହୋଇଗଲା , ସେ ଗାର୍ଲ ସ୍କୁଲରେ ପଢୁଥିଲା ଓ ମୁଁ ବଏଜ ସ୍କୁଲରେ। ବାଟରେ କେବେ ଦେଖା ହେଲେ ସେ ହଲାଇ ହସୁଥିଲା ଓ ସେବି ହସୁଥିଲେ । ଗୋଟେ ଖରା ଛୁଟି ପରେ ସ୍କୁଲ ବାଟରେ ଆଉ ତାର ଦେଖା ତାର କିଛି ଫଟ ମୋ ପାଖେ ନଥିଲା ହେଲେ ତା ଟେଡି ବିଅର ମିନା ହୋଇରହିଯାଇଥିଲା ମୋ ପାଖରେ ସବୁଦିନ ପାଇଁ ହେଲାନି । ପରେ ଜଣା ପଡିଲା କି ତାର ବାପାଙ୍କରରାଉଲକେଲା ବଦଳି ହୋଇଯାଇଛି ସେ ମୋ ସହର ଛାଡି ଚାଲିଯାଇଛି ଅନେକ ଦୁରକୁ ।ତାର କିଛି ଫଟ ମୋ ପାଖେ ନଥିଲା ହେଲେ ତା ଟେଡି ବିଅର ମିନା ହୋଇରହିଯାଇଥିଲା ମୋ ପାଖରେ ସବୁଦିନ ପାଇଁ ।

“ଦୁଇ”

ମୁଁ ପଚାରିଲି ଆଉ ଦୁତୀୟ ଟେଡି କଥା ଟିକେକୁହନ୍ତୁ । ସେ ହସିଲେ ଓ କହିଲେ ମୋ ଜୀବନର ଘଟଣା ଆପଣ ଙ୍କୁ ଭଲ ଲାଗୁଚି ବୋଧେ ? ମୁଁ ,ହଁ କଲି ଓ ସେ ଆରଂଭ କଲେ ତାଙ୍କର କାହାଣୀ ।

” ମୁଁ ବଏଜ ସ୍କୁଲରେ ପଢ଼ୁଥିଲେ । ନବମ ଶ୍ରେଣୀରେ ଆମେ ଜଣେ ସାରଙ୍କ ପାଖକୁ ସବୁଦିନ ସନ୍ଧ୍ୟାରେ ଟିଉସନ କରିବାକୁ ଯାଉଥିଲୁ ଆମ ସାଙ୍ଗରେ ଗାର୍ଲସ ସ୍କୁଲର ଦିଜଣ ଝିଅ ବି ପଢୁଥିଲେ । ସେମାନେ ସାରଙ୍କ ଘର ପାଖରେରହୁଥିଲେ । ଆମ ଟିଉସନ ଗ୍ରୁପରେ ପୁଅ ଝିଅ ମିଶି 10 ଜଣ ପିଲା ଥିଲେ । ସାର ସମସ୍ତଙ୍କୁ ଟାସ୍କ ଦେଉଥିଲେ ଓ ଆଦାୟ ବି କରୁଥିଲେ । ସାର ଗୋଟେ ବେତରଖୁଥିଲେ ମାତ୍ର କାହାକୁ ବIଡାଉ ନଥିଲେ । ସଵୁଦିନ ପାଠ ପଢା ସରିଲେ ତାଙ୍କ ଜୀବନରୁ କିଛି ମଜା କଥା କହୁଥିଲେ ଓ ଆମକୁ ହସୁଥିଲେ । ଟିଉସନରେ ସମସ୍ତଙ୍କ ଜନ୍ମ ଦିନ ପାଳନ ହେଉଥିଲା । ସେ ଦୁଇ ଜଣ ଝିଅଙ୍କ ମଧ୍ୟରେ ଜଣେ ଥିଲା କୋମଲ । ତାର ଜନ୍ମ ଦିନରେ କେକ କଟା ହେଲା ପରେ ସମସ୍ତେ ତାକୁ ଛୋଟ ମୋଟ ଗିଫ୍ଟ ଦେଲେ ଓ ମୁଁ ତାକୁ ଗୋଟେ ଟେଡି ଗିଫ୍ଟ ଦେଇଥିଲି ଯାହାର  ବେକରେ K ଲେଟର ଲାଗିଥିଲା । ସେ ଟେଡି ନେଲା ବେଳେ ଟିକେ ଲାଜେଇ ଯାଇଥିଲା । ତା ପର ଦିନ ଟିଉସନ ସରିଲା ପରେ ସେ ମତେ ଟିକେ ଦୁରକୁ ଡାକି ଟେଡିଟିକୁ ଫେରେଇ । କହିଲା ଦେଖ କଲ୍ୟାଣ ତମ ଟେଡି ପାଇଁ କIଲି ମୋ ମା ବହୁତ ମାରିଛି କହି ତା ହାତ ଦେଖାଦେଲା । ତା ହାତରେ ମାଡ଼ର ଦାଗ ସ୍ପଷ୍ଟ ଜଣାପଡୁଥିଲା । ମୁଁ ସରି କହିଲି । ସେ କହିଲା ନାଁ ତୁମେ ଦୁଃଖ କରନାହିଁ ,ତୁମ ଟେଡି ଫେରାଉ ଥିବାରୁ ମୁଁ ଖୁବ ଦୁଃଖିତ , ତୁମ K ପାଖରେ ମୁଁ ବି ଗୋଟେ ଛୋଟ k ଲେଖିଦେଇଛି ସେଇ ଛୋଟ k ଟା ଦେଖି ମତେ ମନେ ପକାଇବ । ତା ପରେ ସରି କହି ସେ ଚାଲିଗଲା । ତା ପରେ ମୋ ବାପାଙ୍କର ଆସ୍କା ବଦଳି ହୋଇଗଲା ଓ ଆମେ ସମସ୍ତେ ଆସ୍କା ଚାଲିଗଲୁ । ଶେଷ ଦିନ ମୁଁ ସାରଙ୍କ ପାଦ ଛୁଇଁ ବାହାରିବା ପରେ ,ମୋ ପ୍ରିୟ ପୁଅ ସାଙ୍ଗ ମାନେ ମତେକୁଣ୍ଢାଇ ପକାଇଲେ  ଓ ଝିଅମାନେ ଟିକେ ଦୂରରେ ଠିଆ ହୋଇ ଦୁଃଖରେ ଦେଖୁଥିଲେ । ତା ପରେ ସମସ୍ତେ ମୋ ସାଙ୍ଗେ ହାଣ୍ଡସେକ କଲେ ହେଲେ କୋମଲ କଲାନି । ସାର ଆମ ସମସ୍ତ ଙ୍କର ଫାଟ ନେବାପାଇଁ ତାଙ୍କ ଝିଅକୁ ଡାକିଲେ ।ସାର୍ ଙ୍କ କ୍ୟାମରରରେ ଆମ ସମସ୍ତଙ୍କର ଫଟ ଉଠିଲା । ମୋ ଜନ୍ମଦିନରେ ସମସ୍ତେ  ସିଗନେଚର କରି ଗୋଟେ ଚିଠି ପଠାଇଥିଲେ । ସେଥିରେ ଲେଖାଥିଲା ଉଇ ମିସ ୟୁ KK (କଲ୍ୟାଣକୁମାର ) । ସେମାନେ ମତେ KK ଡାକୁଥିଲେ । ସିଗନେଚର ଲିଷ୍ଟରେ ସବୁଠୁ ତଳେ କୋମଲର ସିଗନେଚର ଥିଲା । ତା ଲେଖାରୁ ଜଣ ପଡୁଥିଲା ସେ ଯେମିତି ବହୁତ ଡରି ଡରି ସିଗନେଚର କରିଥିଲା ।”

” ତିନ ”

ତାପରେ କଲ୍ୟାଣ ବାବୁ ଟେଡିରେ ଥିବା ଛୋଟ ବଡ଼ Kk ଓ ସାରଙ୍କ ଫଟ ଦେଖାଇଲେ । ମୁଁ କହିଲି ବହୁତ ବଢିଆ ଲାଗିଲା ସାର ,ହେଲେ ଶେଷ କହିଣୀଟି ଶୁଣିବାକୁ ଭାରି ଇଛା ହେଉଛି ଏତେ ସୁନ୍ଦର କାହାଣୀ ନଶୁଣି ଗଲେରାତିରେ ନିଦ ହେବନି ।ରାତି 9ଟା ବାଜୁଥିଲା ମୁଁ ତାଙ୍କ ମୁହଁକୁ ଚାହିଁ ବସିଥିଲି ତୃତୀୟ ଟେଡିର କାହାଣୀ ଶୁଣିବା ପାଇଁ ।ମାଡାମ ବୋଧେ ଚାହୁଁ ନଥିଲେ ସାର କିଛିକୁହନ୍ତୁ , ହେଲେ କଲ୍ୟାଣ ସାର କହିଲେ, ଶିଳ୍ପୀ ଟିକେ ପକୋଡ଼ି ମିଳିବ ? ସେ ହଉ ଦେଖୁଚି କହି ,ଟିକେ ପରେ ଉଠି ଚାଲିଗଲେ ଡ୍ରଇଂ ରୁମରୁ । ଟିକେ ପାଣି ପିଇ ସାରି କଲ୍ୟାଣ ସାର ଆରମ୍ବ କଲେ ।

” ଆସ୍କାରେ ମୁଁ ଆଇଏ ସି ପଢିବା ଆରମ୍ଭ କଲି କଲେଜରେ । ଆମ ଘର ପାଖରୁ କଲେଜ 2 କିମି ଦୂରରେ ଥିଲା । ଆମ ଘରଠୁ କିଛି ଦୂରରେ ଗୋଟେ ଝିଅ ମୋ ସାଙ୍ଗରେ ମୋ କ୍ଲାସରେ ପଢୁଥିଲା ତାର ନାଁ ଥିଲା ଶିଳ୍ପୀ ଓ ସବୁଦିନ ସାଇକେଲରେ କଲେଜ ଯାଉଥିଲା । ମୁଁ ବାହାରିବାର କିଛି ସମୟ ପରେ ସେ ତାଙ୍କ ଘରୁ ବାହାରୁଥିଲା ଓ ମୋର ପଛେ ପଛେ ଆସୁଥିଲା । ଆମେ ସାଙ୍ଗ ହୋଇ ଯାଉଥିଲେବି ସେ କେବେ ବି ମୋ ସହିତ କଥା ହେଉ ନଥିଲା । ଦିନେ କଲେଜରୁ ଘରକୁ ଫେରିଲା ବେଳେ ସେ ମୋ ଆଗରେ ଆସୁଥିଲା କିଛି ବାଟ ଆସିଲା ପରେ ଗୋଟେ ମଟର ସାଇକେଲ ତାକୁ ପିଟିଦେଇ ପଳେଇଗଲା । ସେ ତଳେ ପଡିଗଲା ଓ ତାର ଗୋଡ଼ ହାତ ଖଣ୍ଡିଆ ହୋଇଗଲା । ସେଦିନ ସେ ମୋତେ କଲ୍ୟାଣ ବୋଲି ଡାକିଲା ।ମୁଁ ତା ପାଖକୁ ଗଲି ଓ ତା ସାଇକେଲକୁ ପାଖ ଦୋକାନରେରଖି , ତାକୁ ସାଇକେଲ୍ରେ ନେଇ ହସ୍ପିଟାଲ ଗଲି । ଟିଟି ନେଲା ବେଳେ ସେ ଛୋଟ ପିଲାଟି ପରି କାନ୍ଦୁଥିଲା । ବ୍ୟାଣ୍ଡେଜ ହେଲାପରେ ତାକୁ ତାଙ୍କ ଘରେ ଛାଡି ଆସିଲି । ତା ଭାଈ ମୋ ସାଥିରେ ଆସି ସେ ଦୋକାନରୁ ତା ସାଇକେଲ ନେଇ ଆସିଲା । 2ଦିନ ପରେ ସେ ଫୁଣି କଲେଜ ଗଲା ଓ ମୋ ସାଥିରେ ବେଳେ ବେଳେ କଥା ହେବ ଆରମ୍ବ କଲା । ଠାରେ ତାର ଚାବିର ରିଂ ତା କେଉଁଟି ପଡିଗଲା । ମୁଁ ତାକୁ ଗୋଟେ ଟେଡିରରିଂ ଗିଫ୍ଟ କରିଦେଲି । ସେ ଟେଡିରେ ଗୋଟେ K ବ୍ୟାଣ୍ଡ ଥିଲା । ସରସ୍ୱତୀ ପୂଜାରେ ସେ ପ୍ରଥମ କରି ଶାଢ଼ୀ ପିନ୍ଧି କଲେଜ ଆସିଥିଲା । ମୁଁ ତାକୁ କହିଲି ଶିଳ୍ପୀ ତୁ ବହୁତ ସୁନ୍ଦର ଦିଶୁଛୁ ସେ ଲାଜେଇ ଗଲା ଓ ଟିକେ ମିଛରେରାଗି ଗଲା ବି । ଦି ଦିନ ହେଲାନି, ତା ପରେ ପରିକ୍ଷା ପାଇଁ ସ୍କୁଲ ଛୁଟି ହୋଇ ଗଲା । ସେତେ ବେଳେ ମୋବାଇଲ କି ଏତେ ଟେଲିଫୋନ ନଥିଲା । ପରୀକ୍ଷା ପରେ ଫଳ ବାହାରିଲା ବେଳେ ତା ସହିତ ଦେଖା ହେଲା ତାର ସେକେଣ୍ଡ କ୍ଲାସ ହୋଇଥିଲା । ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଛନ୍ତି ।ସେ ଆସ୍କାର ପଢିଲା ଓ ମୁଁ ଭୁବନେଶ୍ୱରରେ ବିଏସି ପଢ଼ୀଲି । ସେ କେବେ ଚିଠିଦେଇଛି କି ନାହିଁ ମୋର ମନେ ନାହିଁ ହେଲେ ମୁଁ ତା ପାଖକୁ ନିଯୁଇରରେ ଗ୍ରୀଟିଙ୍ଗସ ପଠାଉଥିଲି ।ମୁଁ ଆସ୍କାଗଲେ ଠାରେ ତାକୁ ମିଶିବାକୁ ତାଙ୍କ ଘରକୁ ଯାଇଥିଲି ହେଲେ ସେ ନଥିଲା । ସେ ବର୍ଷ ନିୟୁଇଅରରେ ସେ ମୋ ପାଖକୁ ଗୋଟେ ଟେଡି ପଠାଇଥିଲା ଠିକ ମୋରି ଟେଡି ଭଳି ,କିନ୍ତୁ ତା ବେକରେ K ଜାଗାରେ S ଥିଲା । ମୁଁ ଭାବିଲିରାଗିକି ସେ ବୋଧେ ମୋ ଗିଫ୍ଟ ଫେରାଇ ଦେଇଛି ବାକି ଲୋକଙ୍କ ପରି । ହେଲେ ଟେଡି ବେକରେ S  ଦେଖି ବହୁତ ଖୁସି ଲାଗିଥିଲା । ମୁଁ ଆସ୍କା ଯିବାକୁ ଭାବୁଥିଲି ହେଵଲେ ବାପାଙ୍କର ବଦଳି ଭୁବନେଶ୍ୱର ହୋଇଗଲା । ଶିଳ୍ପୀକୁ ଦେଖିବକୁ ବହୁତ ଇଚ୍ଛା ହେଉଥିଲା । ସେଇଟା ପୁରା ହେଲା ସମ୍ବଲପୁରରେ ଏମଏସି ଆଡ଼ମିସନ ବେଳେ । ଫୁଣି ଆମେ ଏକାଠି ପଢ଼ୀଲୁ 2 ବର୍ଷ ଓ ଏକ ସାଥିରେ ଯିବା ଆସିବା କଲୁ ସମ୍ବଲପୁରରୁ ଭୁବନେଶ୍ୱର । ସେ ଡକ୍ଟରେଟ କରି ଲେକଚର ହେଲେ , ମୁଁ ସାଇଁ ଟିଷ୍ଟ ହେଲି ଓ ଏକାଠି ଅଛୁ ।” ମାଡାମ ହସି ହସି ଆସି କହିଲେ ସାର୍ ଙ୍କ କାହାଣୀ ତ ଶୁଣିଲେ ଏବେ ଆମ ଘରେ ଭୋଜି ଖାଈ ଯାଆନ୍ତୁ । ସମସ୍ତେ ହସି ଉଠିଲେ ।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x