ବିଦେଶରୁ ଫେରି ପାଠୁଆ ଭାଇମୋ
ଏବେ ଗାଁ ମୁହାଁ ହୋଇଛି।
ଭୁଲି ଯାଇଥିଲା ଗାଁ ମାଟି ମାଆ
ଏଠିବି ମଣିଷ ରହୁଛି।।
ଏବେ ପା କରୋନା ତଡୁଛି।
ଘନ ଘନ ଡର ମାଡୁଛି।
ଯେଉଁ ଗାଁ ଦିନେ ଗନ୍ଧ ହେଉଥିଲା
ଏବେ କିଆଫୁଲପରି ବାସୁଛି।
ବିଦେଶୁ ମୋଭାଇ ଫେରିଛି।।
ହାଏ ବାଏ କରି ଘର ଛାଡ଼ି ଥିଲା
ଆଜିସେ ନମସ୍ତେ କହୁଛି।
ନିମ୍ବ ତୁଳସୀ କୁ ହତାଦର କରେ
ଆଜି ଖୋଜି ଖୋଜି ଖାଉଛି।
ବିଦେଶୁ ଭାଇ ମୋ ଫେରିଛି।।
ହାତେ କମ୍ପ୍ୟୁଟର ସାଥେ ଖାନା ପିନା
ସାଜୁଥିଲା ଆଛା ବିଦେଶୀ।
ଛଥର ନଥର ହାତ ଧୁଏ ଏବେ
ବୋଧେ ଭାଇରସ୍ ଚିନ୍ତା ବଢ଼ିଛି।
ବିଦେଶୁ ଭାଇମୋ ଫେରିଛି।।
ଗାଈ ଗୋରୁ କହେ ଅଦରକାରୀ ସେ
ଏବେ ଗାଇ କ୍ଷୀର ପିଉଛି।
ଘିଅ ଛେନା ପରି ଔଷଧ ତୁଟୁକା
କଥା କେତେ ପଚାରୁଛି।
ମୋଭାଇ ବିଦେଶୁ ଫେରିଛି।।
ଲାଲି ଚାହା ତାକୁ ବିଷ ପରି ଲାଗେ
ପିଉଥିଲା ସଫ୍ଟ ହାର୍ଡ ଡ୍ରିଙ୍କସ୍।
ଆଜିସେ ରଖିଛି ଗୋଲମରିଚ ଅଦା
ସାଥେ ଲେମ୍ବୁ କିନ୍ତୁ ଫିକସି।।
ମୋ ଭାଇ ବିଦେଶୁ ଫେରିଛି।
କୁକୁଡ଼ା ମାଉଁସ ନଖାଇଲେ କହେ
କେମିତି କେମିତି ଲାଗୁଛି।
ସାଗ ମୁଗ ଛୁଇଁ ଅମୃତଭଣ୍ଡାର
ମୂଲ୍ୟ ବୋଧେ ବୁଝି ପାରିଛି।।
ମୋ ଭାଇ ବିଦେଶୁ ଫେରିଛି
ପିଜା ବରଜର ମ୍ୟାଗି ଚାଓମିନ
ଫାଷ୍ଟ ଫୁଡ୍ ଖାଏ ଲୁଚି।
ରୋଟି ପରଟା ଓ ଚୁଡା ମୁଢି ପିଠା
ଖାଏ ଏବେ ଜାଣି ଖୁସି।।
ମୋ ଭାଇ ବିଦେଶୁ ଫେରିଛି
ଫିଲ୍ମ ସପିଙ୍ଗ ନିଶା ଭାଙ୍ଗି ଗଲା ବୋଧେ
ପାର୍କ ଛାଡ଼ି ମନ୍ଦିରେ ବସିଛି।
ଘରେ ପୂଜା ହେଲେ ଲାଗେ ବାଧା ତାକୁ
ଆଜି ହୋମ ଯଜ୍ଞ କଥା କହୁଛି।
ମୋ ଭାଇ ବିଦେଶୁ ଫେରିଛି
କିଏ କହୁପଛେ କରୋନା ଖରାପ
ମୁଁ କିନ୍ତୁ ସଠିକ୍ ବୁଝିଛି।
ମତଗର୍ବ ଅହଂ ଭାଙ୍ଗିବା ପାଇଁ କି
ପ୍ରଭୁ ନୂଆ ଖେଳ ରଚିଛି।
ଭାଇମୋ ବିଦେଶୁ ଫେରିଛି।