
ଯେପରି ପୃଥିବୀ ତାର ସନ୍ତୁଳନ ରଖି ନ ପାରିଲେ ତା’ର କୋଣ ଅନୁକୋଣରେ ଭୂମିକମ୍ପ ଅନୁଭୂତ ହୁଏ, ସେପରି ନିଜ ଜିଭ ଉପରେ ଯଦି ସନ୍ତୁଳନ ନ ରଖିବ, ତା ହେଲେ ତୁମେ କହୁଥିବା କଥା ପାଇଁ କିଛି ବି ହୋଇପାରେ । ଫୁଲର ବାସ୍ନା କେବଳ ପବନର ବେଗ ଯୋଗୁଁ ବ୍ୟାପିଥାଏ କିନ୍ତୁ ଏକ ଭଲ ଭାବନା ଏବଂ କଠିନ ପରିଶ୍ରମ କରୁଥିବା ବ୍ୟକ୍ତିର ଗୁଣଗାନ ସବୁଆଡେ ବ୍ୟାପିଥାଏ ।।
କ୍ରୋଧ ଆସିଲେ ଚିଲେଇବା ପାଇଁ ଶକ୍ତିର ଆବଶ୍ୟକ ହୋଇ ନଥାଏ କିନ୍ତୁ କ୍ରୋଧ ଆସିଲେ ଚୁପ୍ ରହିବା ପାଇଁ ବହୁତ ଶକ୍ତିର ଆବଶ୍ୟକତା ଥାଏ । ଭଲ ଲୋକଙ୍କୁ ଭୁଲ୍ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ, ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳେ ସବୁକିଛି ସରି ଯାଇଥାଏ ।।
ଗୋଟିଏ ଗଛରୁ ଲକ୍ଷ ଲକ୍ଷ ମ୍ଯାଚିସ୍ କାଠ ତିଆରି କରାଯାଇ ପାରେ କିନ୍ତୁ ଗୋଟିଏ ମ୍ଯାଚିସ୍ କାଠିରୁ ଲକ୍ଷ ଲକ୍ଷ ବୃକ୍ଷଲତା କୁ ଜଳାଯାଇ ପାରିବ। କେହି କେତେ ଭି ନା ଶକ୍ତିଶାଳୀ ହୋଇଯାଉ କିନ୍ତୁ ସମୟ ଓ ପରିସ୍ଥିତି ତାକୁ ଶକ୍ତିଶାଳୀ ହେବାର ସୁଯୋଗ ଦେଇ ନଥାଏ ll
🙏🙏🏻🙏 ଜୟ ଜଗନ୍ନାଥ 🙏🙏🏻🙏