
ଜୀବନରେ ସଫଳ ହେବାକୁ ହେଲେ ପ୍ରଥମେ ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି କାମ ବର୍ତ୍ତମାନ କରନ୍ତୁ । ସବୁବେଳେ ଭଲ କାମ ପ୍ରତି ମନ ଦିଅନ୍ତୁ । କମ୍ ଅଭିଯୋଗ କରନ୍ତୁ । ଅଯଥା ଯୁକ୍ତି ଲଗାନ୍ତୁ ନାହିଁ । ସବୁବେଳେ ସକାରାତ୍ମକ ବିଚାର ଓ ଭଲ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନା କରନ୍ତୁ ଆଉ ସବୁବେଳେ ମୁହଁ ହସ ହସ ରଖନ୍ତୁ । ଦେଖିବେ କେବେ ବି ଦୁଃଖ ଆପଣଙ୍କ ପାଖ ଛୁଇଁବ ନାହିଁ ।।
ରାଗିବାର କାରଣ ଠାରୁ ରାଗିବାର ଫଳ ଅଧିକ କଷ୍ଟ ଦାୟକ ହୋଇଥାଏ । ଜ୍ଞାନ ସର୍ବଦା ଧନ ଠାରୁ ଉତ୍ତମ ଅଟେ କାରଣ ଧନକୁ ସର୍ବଦା ମନୁଷ୍ୟ ରକ୍ଷା କରେ, କିନ୍ତୁ ଜ୍ଞାନ ମନୁଷ୍ୟକୁ ସର୍ବଦା ରକ୍ଷାକରେ । ଆଖି ଅନ୍ୟ ସବୁ ଦେଖିପାରେ, କିନ୍ତୁ ନିଜକୁ ଦେଖିପାରେ ନାହିଁ । ମଣିଷ ଅନ୍ୟର ଭୁଲ ବାଛି ବସେ,କିନ୍ତୁ ନିଜର ଭୁଲକୁ ସ୍ୱୀକାର କରି ନଥାଏ ।।
ଯିଏ ଜ୍ଞାନୀ ହୋଇଥାଏ ବୁଝେଇ ହେବ, ଯିଏ ଅଜ୍ଞାନୀ ହୋଇଥାଏ ତାକୁ ବି ବୁଝେଇ ହେବ କିନ୍ତୁ ଯିଏ ଅଭିମାନି ତାକୁ ବୁଝେଇବା ସମ୍ଭବ ନୁହେଁ । କେବଳ ସମୟ ହିଁ ତାକୁ ବୁଝେଇ ଦେଇଥାଏ । ଭାଗ୍ୟ ଏବଂ ହୃଦୟ ମଧ୍ୟରେ କେବେ ବି ଭଲ ସମ୍ପର୍କ ନଥାଏ । ଯାହା ହୃଦୟରେ ଥାଏ, ତାହା ହୃଦୟରେ ନଥାଏ ।।
🙏🙏 ଜୟ ଜଗନ୍ନାଥ🙏🙏