Odisha breaking news on Coronavirus. Different districts Coronavirus score

କରୋନା BREAKING

Corona Breaking UO
Reading Time: < 1 minute

କୌଣସି ଲକ୍ଷଣ ନ ଦେଖାଇ କରୋନାଭାଇରସ୍ ଖୁବ ସହଜରେ ବିସ୍ତାର ହୋଇପାରେ ବୋଲି ପ୍ରମାଣ ମିଳିଛି।

କୋଭିଡ-୧୯ର ତିନି ପ୍ରକାରର ସାଇଲେଣ୍ଟ ସ୍ପ୍ରେଡର୍ ରହିଛି  ଯଥା

ଆସିମ୍ପ୍ଟୋମାଟିକ୍,

ପ୍ରିସିମ୍ପ୍ଟୋମାଟିକ୍

ମାଇଲଡଲି ସିମ୍ପ୍ଟୋମାଟିକ୍ |

୧. ମାଇଲଡଲି ସିମ୍ପ୍ଟୋମାଟିକ୍(ସାମାନ୍ୟ ଲକ୍ଷଣଗତ): ଯେଉଁ ଲୋକମାନେ ଅତି ମୃଦୁ ଲକ୍ଷଣ ପ୍ରଦର୍ଶନ କରନ୍ତି (ସାମାନ୍ୟ କାଶ କିମ୍ବା ଜ୍ୱର ପରି) ସେମାନେ ଟିକିଏ ଦୁର୍ବଳ ଅନୁଭବ କରନ୍ତି |

୨. ପ୍ରେସିମ୍ପ୍ଟୋମାଟିକ୍ : କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହେବା ପରେ ଏହି ଲୋକମାନେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ କୌଣସି ଲକ୍ଷଣ ବିକଶିତ କରନ୍ତି ନାହିଁ | ପରେ ସେମାନଙ୍କ ଠାରେ କାଶ, ଜ୍ୱର ଏବଂ ଥକାପଣ ଭଳି ଲକ୍ଷଣ ଦେଖାଯାଏ।

୩. ଆସିମ୍ପ୍ଟୋମାଟିକ: ଏମାନେ ଏପରି ବ୍ୟକ୍ତି ଯେଉଁମାନେ ନିଜ ଶରୀରରେ ଭୂତାଣୁ ସଂକ୍ରମଣ କରିବା ସମୟରେ କୌଣସି ଲକ୍ଷଣ ପ୍ରଦର୍ଶନ କରନ୍ତି ନାହିଁ | ଫଳସ୍ୱରୂପ, ସେମାନେ ଅନେକ ଲୋକଙ୍କୁ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ କରାନ୍ତି, ଯାହା ଅଜାଣତରେ ସଂକ୍ରମଣକୁ ବଢ଼ାଇଥାଏ |

ଲକ୍ଷଣବିହୀନ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ କ’ଣ କରିବେ?

ଯଦି ଆପଣ ଜାଣିବାକୁ ପାଇବେ ଯେ, ଆପଣ ଲକ୍ଷଣବିହୀନ କରୋନା ରୋଗୀଙ୍କ ସହିତ ସମ୍ପର୍କରେ ଆସିଛନ୍ତି, ତେବେ ଆପଣ ନିଜକୁ ୧୪ଦିନ ପାଇଁ ସଙ୍ଗରୋଧରେ ରଖିବେ | ଆପଣ ଯେମିତି ଏହି ଭୂତାଣୁ ଦ୍ୱାରା ଅନ୍ୟ କାହାକୁ ସଂକ୍ରମିତ କରାଉନାହାନ୍ତି, ତାହା ନିଶ୍ଚିତ କରିବେ । ସଂପୂର୍ଣ୍ଣ ଜରୁରୀ କାମ ବ୍ୟତୀତ ଘରୁ ବାହାରକୁ ଯିବା ଠାରୁ ଦୂରେଇ ରହିବେ ଏବଂ ଅନ୍ୟ ଲୋକଙ୍କଠାରୁ ଅତି କମରେ ୬ ଫୁଟ ଦୂରତା ବଜାୟ ରଖିବେ | ମୁହଁର ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ | ନାକ ଏବଂ ପାଟିକୁ ସଠିକ୍ ଭାବରେ ଘୋଡାନ୍ତୁ | ଉଚ୍ଚ ବିପଦପୂର୍ଣ୍ଣ ବର୍ଗର ଲୋକମାନେ ( ୫୦ବର୍ଷରୁ ଅଧିକ ବୟସ୍କ ଏବଂ ଯାହାର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରହିଛି) ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ |

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x