୧-ଜଣେ ଅଙ୍ଗନୱାଡି କର୍ମୀଙ୍କ (ଗୀତାଞ୍ଜଳି ରଣା) ମହତ ଉଦ୍ୟମ – ବାଲ୍ୟ ବିବାହ ମୁକ୍ତ ଗାଁ ହେଲା ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଗାଁ।
୨-ଭୁବନେଶ୍ୱର:CAA ବିରୁଦ୍ଧରେ ଜାନୁଆରୀ ୩୦ ବିଶାଳ ସମାବେଶକୁ ସମର୍ଥନ କଲା କଂଗ୍ରେସ।
୩-ଫେବୃଆରୀ ୧ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ପରେ ଫେବୃଆରୀ ୧୮ରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ୍।
୪-ଘୋଷଣା ହେଲା ଜାତୀୟ ସାହାସିକତା ପୁରସ୍କାର, ଓଡ଼ିଶାରୁ ପାଇବେ ୩ଜଣ: କେନ୍ଦ୍ରାପଡ଼ାର ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ଧ୍ରୁବ ପୁରସ୍କାର, ଅନୁଗୁଳର ଶ୍ରୀମତୀ ଭଦ୍ରାଙ୍କୁ ପ୍ରହ୍ଲାଦ ଜାତୀୟ ସାହସିକତା ପୁରସ୍କାର ମିଳିବ ।
୫-ବଲାଙ୍ଗୀର କିସ୍ କ୍ୟାମ୍ପସ ବୁଲି ଦେଖିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।ଆଗାମୀ ଦିନରେ ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ,ହଜାରେ ଆଦିବାସୀ ପିଲା ଏଠି ରହି ପାଠ ପଢ଼ିବେ ।
୬-ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମାଆ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ପଦକ୍ଷେପ ନେବେ ସରକାର । ବରଗଡ଼ରେ ହେବ କ୍ୟାନ୍ସର ହସପିଟାଲ।
୭-ବଲାଙ୍ଗୀର:କେବିସିରେ ୨୫ ଲକ୍ଷ ଜିତିଛ କହି ୭୦ ହଜାର ଚିତା କାଟିନେଲେ, ଯୁବକ ବାଛିନେଲେ ଶେଷ ରାସ୍ତା।
୮-ସମ୍ବଲପୁର/ପରମାଣପୁର:ଉଠାଦୋକାନକୁ ମାଡ଼ିଗଲା ଟ୍ରକ,୪ମୃତ।
୯-ଗ୍ରାହକଙ୍କ ପାଇଁ ICICI ବ୍ୟାଙ୍କର ନୂତନ ସ୍କିମ୍ : ବିନା ATM କାର୍ଡରେ ଦିନକୁ ଟଙ୍କା ଉଠାଣ କରିପାରିବେ ୨୦ହଜାର।
୧୦-ବିଦେଶୀ ହେବାକୁ ଯାଉଛି ଏୟାରଟେଲ ! 100 ପ୍ରତିଶତ FDIକୁ ମଞ୍ଜୁରୀ ଦେଲେ ସରକାର।
୧୧-ଲକ୍ଷ୍ନୌ:ବିଲରେ କାମ କରୁଥିବା ବେଳେ ମୃତ୍ୟୁ ଘଟିଲେ ୫ ଲକ୍ଷ ଟଙ୍କା ଦେବେ ଯୋଗୀ ସରକାର।
୧୨-ନୂଆ ଦିଲ୍ଲୀ:କେଜ୍ରିୱାଲଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେପିର ସୁନିଲ ଯାଦବ।
୧୩-ପାକିସ୍ତାନରେ ଖାଦ୍ୟର ଘୋର ସଂକଟ,୨୦ କିଲୋ ଅଟାର ଦାମ ୧୩୦୦ ଟଙ୍କା।