
1_ କାଠଡବା ବାଲା ଆଇସକ୍ରୀମ, ମୁଣ୍ଡରେ ନଡିଆ ଆଉ ବିସ୍କୁଟ । ( ସମସ୍ତ କୁହନ୍ତି ସେଥିରେ ପୋକ ଥାଏ , କିରୋସିନ ପକାଇଲେ ବାହାରେ । ମୋତେ କେବେ ମିଳିନି , ସତ କହିଲେ କେବେ ଖୋଜିନି )
2_ ସେ ସୁନପାମ୍ପଡି ବାଲା ଯେ ଖରାବେଳେ ଆସେ ବିକିବାକୁ , ତା ଡବା ଖଡଖଡ ରେ ଜମା ନିଦରେ ଶୋଇ ନଥିବା ଆମେ ଦୁଷ୍ଟ ପିଲାମାନେ ଉଠି ବାହାରକୁ ଦୌଡୁ !! ( ହଲଦିରାମ ର ସୁନୁ ପାମ୍ପୁଡିରେ ସେ ସ୍ବାଦ କାହିଁ ଯେ )
3_ ପାଞ୍ଚ ପଇସାର ସେ କମଳା ଚକଲେଟ୍ , ଯୋଉଟା ଦେଖିବାକୁ ବି କମଳା ପାଖୁଡା ପରି । 50ପଇସାରେ ଏତେ ମିଳୁଥିଲା ଯେ ଦାନ୍ତତଳେ ରଡ ରଡ ଶଦ୍ଦ କରେ ଅଣ୍ଟିରୁ ନସରିଲା ଯାଏଁ ( ତମ ଡାର୍କ ଚକଲେଟ୍ ରେ ସେ ମଜା କାହିଁ )
3_ କୋଡିଏ ପଇସାର ସେ ଖଟା ପ୍ୟାକେଟ୍ , ଗୋଟେ କିଣିବାକୁ ପୁରା 4/5 ଦିନ ପଇସା ସଞ୍ଚିବାକୁ ପଡୁଥିଲା । ସ୍ବାଦ ଆଉ ମହକରେ ଧରା ପଡି ଯାଉଥିଲେ ଅଙ୍କ ସାର ଙ୍କ ହାତରେ । ପରେ ପଛେ ମାଡ ହଉ । ଖଟା ତ ଖିଆ ହେଉଥିଲା ( ଏବେର ମଦର୍ସ ପିକିଲ୍ ରେ ସେ ସ୍ବାଦ, ମହକ କାହିଁ )
4_ ନଳୀ ପ୍ୟାକେଟ୍ ଗୋଟା ଦଶ ପଇସା । ପାଞ୍ଚ ଆଙ୍ଗୁଠି ରେ ପାଞ୍ଚଟି ଭର୍ତ୍ତି କରି ବେଳେବେଳେ ଆଙ୍ଗୁଠି ସହ ଚୋବେଇ ପକାଉଥିଲେ , ନୁହେଁ । ( ଏବେ ସେ ୱଫର, ଲେଜ , କୁରକୁରେ ରେ ସେ ମଜା କୋଉଠି )
ମନେପଡେ ପିଲାଦିନ…