SUV ବର୍ଗରେ ଫୋର୍ସ ମୋଟର୍ସ ତାହାର ନୂତନ ମଡେଲ୍ “ଫୋର୍ସ ଗୁର୍ଖା” କୁ ଅଟୋ ଏକ୍ସପୋ ୨୦୨୦ ରେ ପ୍ରଦର୍ଶନ କରିସାରିଛି। ଗ୍ରାହକମାନଙ୍କର ମନକୁ ପସନ୍ଦ ହେଲାପରି ଫୋର୍ସ ଗୁର୍ଖା ସମସ୍ତ ବିଶେଷତାରେ ପରିପୂର୍ଣ୍ଣ ଏକ ସର୍ବଗୁଣ ସମ୍ପର୍ଣ୍ଣ SUVର ପରିଚୟ ବହନ କରୁଛି। SUV ବର୍ଗରେ ଗୋଟିଏ ନୂଆ ଜାନୁଆରର ପ୍ରବେଶ ହୋଇଯାଇଛି କହିଲେ ଚଳେ। ମୋଟର ସୋ ରେ ଏହା ଗ୍ରାହକଙ୍କର ମନକୁ ଆକର୍ଷଣ କରିବାର ମୁଖ୍ୟ କାରଣ ହେଉଛି ଗ୍ରାହକଙ୍କର ଚାହିଦାକୁ ଗୁରୁତ୍ବପ୍ରଦାନ କରି ଫୋର୍ସ ଗୁର୍ଖାକୁ କଷ୍ଟୋମାଇଜ଼ଏଡ଼ କରାଯାଇଛି। ଅଟୋ ଏକ୍ସପୋ ୨୦୨୦ ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଫୋର୍ସ ଗୁର୍ଖା ହୋଇଛି। କମ୍ପାନୀ ସୂତ୍ରରୁ ପ୍ରକାଶ ଯେ, ଫୋର୍ସ ଗୁର୍ଖାର ପ୍ରସ୍ତୁତି ଚାଲୁ ହୋଇଯାଇଛି। ତୁଳନାତ୍ମକ ଭାବରେ ପୂର୍ବରୁ ଏହି ବର୍ଗର ସମସ୍ତ SUV ଅପେକ୍ଷା ଏଥିରେ ବ୍ୟାପକ ଅପଡେଟ କରାଯାଇଛି। ତେଣୁ ଏହା ଅଧିକ ପ୍ରାକ୍ଟିକାଲ୍ ଏବଂ ଆରାମଦାୟକ ଜଣାପଡ଼େ।
ଆପଣ ଟିକେ ଭଲ ଭାବରେ ଜାଣିବା ନିମନ୍ତେ ଫୋର୍ସ ଗୁର୍ଖା ମଡେଲ୍ର କେତେଗୁଡ଼ିଏ ଆକର୍ଷଣୀୟ ବିଶେଷତାଗୁଡ଼ିକ ଏଠାରେ ଦିଆଗଲା। ଟୁ-ଟୋନ ବଡି ରହିଛି (ଉପରି ଭାଗର ଛାତ ରଙ୍ଗ କଳା)। ଏହାର ସାମ୍ନା ଭାଗରେ ସୁସଜ୍ଜିତ ଗ୍ରିଲ୍ ରହିଛି। ଏହା ସଙ୍ଗେ ସଙ୍ଗେ ଦୁଇ ପାର୍ଶ୍ୱରେ ପ୍ରୋଜେକ୍ଟର ହେଡ଼ଲ୍ୟାମ୍ପ ରହିଛି, ଯେଉଁଥିରେ କ୍ୟୁବ ଆକାରର LED ଆଲୋକ ଲାଗିଛି ଏବଂ ଦିନବେଳେ ଜଳୁଥିବା ଲାଇଟ (DRL) ଅଟେ। ସାମ୍ନା ଭାଗର ସୁଦୃଢ଼ ବମ୍ପର ରହିବ ସଙ୍ଗେ ଗାଡିର ସର୍ବାଙ୍ଗରେ ମଜବୁତ ଆବରଣ ରହିଛି। ଫୋର୍ସ ଗୁର୍ଖାକୁ ଏକ ପେଶୀୟ ଚାହାଣୀ ପ୍ରଦାନ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି।
ଏକ ପ୍ରମୁଖ ତଥା ଆକର୍ଷଣୀୟ ବିଶେଷତା ହେଉଛି ଗୋଟିକିଆ ଗ୍ଲାସ ଲାଗିଥିବା ପଛ ଅଂଶ। ଯାହାକି ଅନ୍ୟ SUV ଗୁଡିକରେ ଭାଗ ଭାଗ ହୋଇରହିଥାଏ। ସମ୍ପୂର୍ଣ୍ଣ ପଛପାଖର ବିଶାଳକାୟ କାଚ ଏହାର ବୈଶିଷ୍ଟ୍ୟକୁ ଦ୍ବିଗୁଣିତ କରୁଛି। ଏହାର ଭିତର ଭାଗରେ ବହୁତ ଜାଗା ରହିଛି ଏବଂ ଏହା ବହୁତ ଆରାମଦାୟକ ହୋଇଛି। ଗୁର୍ଖା ଗୁଣାବଳୀର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ SUVଟିରେ ଚକ ଲାଗିଥିବା ପଛ କବାଟ ରହିଛି ଏବଂ ଏହା ସଙ୍ଗେ ସଙ୍ଗେ ଏକ ଛୋଟ ସିଡ଼ିର ବ୍ୟବସ୍ଥା ରହିଛି। ଏମିତିକା ଛୋଟ ଛୋଟ ବୈଶିଷ୍ଟ୍ୟ ନିମନ୍ତେ ଏହା ଖୁବ ଅଲଗା ଲାଗୁଛି ଏବଂ ଗ୍ରାହକଙ୍କର ମନକୁ ଛୁଇଁ ପାରୁଛି। ପଛ ଭାଗରେ ନୂତନ ପ୍ରକାରର ଟେଲଲ୍ୟାମ୍ପ ରହିଛି। ଗାଡ଼ିଟିର ଭିତର ଭାଗରେ ବହୁତ କିଛି ଅପଡେଟ କରାଯାଇଛି। ଫୋର୍ସ ଗୁର୍ଖା କ୍ୟାବିନ ବହୁତ ପ୍ରାକ୍ଟିକାଲ୍ ଏବଂ ଆରାମଦାୟକ ଲାଗୁଛି। ଫୋର୍ସ ଗୁର୍ଖାର ଭିତର ପାର୍ଶ୍ଵର ସିଟ ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ଏବଂ ଏହା ବେଶ ରୁଚି ସମ୍ପର୍ଣ୍ଣ ଜଣାପଡୁଛି। ଏହି ଗାଡ଼ିରେ ପାୱାର ଉଇଣ୍ଡୋ ସହିତ ୭.୦ ଇଞ୍ଚ ବିଶିଷ୍ଟ ଟଚ ସ୍କ୍ରିନ ଇନଫୋଟେନମେଣ୍ଟର ବ୍ୟବସ୍ଥା ମଧ୍ୟ ରହିଛି।
ଫୋର୍ସ ଗୁର୍ଖାରେ ୨.୬ ଲିଟର ଚାରି-ସିଲିଣ୍ଡର BS6 ଡିଜେଲ ଇଞ୍ଜିନ ରହିଛି। ଏହା ଗାଡିକୁ ୮୮ bhp ଏବଂ ୨୮୦ ପିକ୍ ଟର୍କ ପ୍ରଦାନ କରେ। ଏହି SUVଟିର ଫାଇଭ-ସ୍ପିଡ଼ ମାନୁଆଲ୍ ଗିୟରବକ୍ସ ରହିଛି। ଏକ ପ୍ରମୁଖ ବିଶେଷତା ଭାବରେ ଫୋର୍ସ ଗୁର୍ଖାରେ ଆଗ ଏବଂ ପଛ ଆକ୍ସିଲ୍ ନିମନ୍ତେ ମାନୁଆଲ୍ ଲକ୍ ବ୍ୟବସ୍ଥା ରହିଛି। ଫୋର୍ସ ଗୁର୍ଖାର ଅନ୍ ରୋଡ଼ ମୂଲ୍ୟ ୧୧.୨୮ ଲକ୍ଷ ଟଙ୍କା* (ନ୍ୟୁ ଦିଲ୍ଲୀ) ରହିଛି।
ଉଇଣ୍ଡସିଲ୍ଡ ଗାର୍ଡସ, ଲଗେଜ୍ କ୍ୟାରିୟର୍, ଏବଂ ପଛ ପାର୍ଶ୍ଵର ସିଡ଼ି ଆନୁସଙ୍ଗିକ ସାମଗ୍ରୀର ଅଂଶବିଶେଷ ଅଟେ।