ପଇସାର ମୂଲ୍ୟ - Utkal Odisha

ପଇସାର ମୂଲ୍ୟ

valueofmoney
Reading Time: 2 minutes

ନିମେଇ ବାବୁ ଘରେ ପହଞ୍ଚୁ ପହଞ୍ଚୁ ମାଆର ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲେ । ମାଆଟି ରୋଗ ଶଯ୍ୟାରେ ପଡ଼ି ଡହଳ ବିକଳ ହଉଥିଲା ପୁଅକୁ ଶେଷ ଥର ପାଇଁ ଦେଖିବାକୁ । ନିଜର ପାରୁ ପର୍ଯ୍ୟନ୍ତ ମାଆର ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କିଛି ଫଳ ମିଳିଲାନି , ଡ଼ାକ୍ତର ଫେରେଇ ଦେଇଥିଲେ ଘରକୁ, କାଳେ ନିଜ ଲୋକଙ୍କ ଗହଣରେ ରହି ମାଆଙ୍କ ଦେହରେ ଟିକେ ସୁଧାର ଆସିବ, ବଞ୍ଚିବା ପାଇଁ ଇଚ୍ଛା ଶକ୍ତି ଜାଗ୍ରତ ହବ ।

ନିମେଇ ବାବୁଙ୍କ ମାଆ, ପୁଅକୁ ଝୁରି ଝୁରି ଖାଇବା ପିଇବା ବନ୍ଦ କରି ଦେଇଥିଲେ । ନିମେଇ ବାବୁ ସେତେବେଳେ ବିଦେଶରେ ରହି ପରିବାରର ଭରଣ ପୋଷଣ ପାଇଁ ପ୍ରଚୁର ପରିମାଣରେ ଟଙ୍କା ପଠାଉଥିଲେ । ।ମାଆର ମନ ଆଗରେ ତାଙ୍କ ପଇସା ପାଣି ପରି ବୋହି ଗଲା କେତେ ବେଳେ ଜାଣି ପାରିଲେନି, ବହୁତ୍ ବିଳମ୍ବରେ ବୁଝି ପାରିଲେ ମାଆର ଆବଶ୍ୟକତା ।

ମାଆ ଚାହୁଁଥିଲା ପୁଅ ତାଙ୍କର, ତାଙ୍କ ଶେଷ ଜୀବନରେ ପାଖେ ପାଖେ ରହୁ । କିନ୍ତୁ ନିମେଇ ବାବୁ ସାମାଜରେ ଚାଲୁଥିବା ଟଙ୍କା କମେଇବା ପ୍ରତିଯୋଗିତାରେ ନିମଗ୍ନ ଥିଲେ , ଭାବୁଥିଲେ ସବୁଥିର ଉପଚାର ଟଙ୍କା ବୋଲି । ପରିବାରକୁ ସମୟ ଦବା ପରିବର୍ତ୍ତେ ସେ ଟଙ୍କା ପଠେଇ ଭଲ ମନ୍ଦ ଫୋନ୍ ଯୋଗେ ବୁଝି ଦଉଥିଲେ । ଧୀରେ ଧୀରେ ତାଙ୍କର ଘର ପ୍ରତି ଆସକ୍ତ ଭାବ କମିବାରେ ଲାଗିଥିଲା ଆଉ ପଇସା କମେଇବା ପ୍ରତି ବଢ଼ି ଚାଲିଥିଲା । ମାଆ ପୁଅର ଚେହେରାଟିକୁ ଶେଷ ଥର ପାଇଁ ଦେଖି ଦେଇ ଆଖି ବୁଜି ଦେଇଥିଲା ।

ମାଆର ଶେଷ କାମରେ କୌଣସି ଥିରେ କମି ରଖି ନଥିଲେ, କିନ୍ତୁ ମନ ଭିତରେ, ମାଆ ପାଇଁ କିଛି କରି ନପାରିଥିବାରୁ ଅବଶୋଷ ରହିଗଲା । ଶେଷ କର୍ମ ସାରି ପୁଣି ଥରେ ବିଦେଶ ଫେରିବା ପରିବର୍ତ୍ତେ ସେ ସ୍ଥିର କରିଥିଲେ ବାକି ଜୀବନ ଗରିବ ଲୋକଙ୍କ ସେବାରେ ଅତିବାହିତ କରିବାକୁ । ସେଥିପାଇଁ ନିଜ ଘରଟିକୁ ଧର୍ମଶାଳାରେ ପରିଣତ କରି ଦେଇଥିଲେ ।

ଛୁଆଗୁଡ଼ିଙ୍କୁ ଠିକ୍‌ରେ ସମୟ ଦେଇ ପାରି ନଥିବାରୁ ସେମାନେ ବି ହାତ ଛଡ଼ା ହୋଇଯାଇଥିଲେ, କଠୋର ଅନୁଶାସନରେ ସେମାନଙ୍କୁ ରଖିବାର ପ୍ରୟାସ ଫେଲ୍ ମାରିଥିଲା । ନିମେଇ ବାବୁ ବୁଝି ପାରିଥିଲେ , ପଇସା କେବଳ ଦରକାର ମେଣ୍ଟାଇବାରେ ସାହାଯ୍ୟ କରେ, ସଂସ୍କାର ଆଉ ଶାଳୀନତା ଶିଖାଇ ପାରେନି ।ଏଥର ଛୁଆଙ୍କ ଉପରେ ବିରକ୍ତ ହବା ପରିବର୍ତ୍ତେ ସେ ଧୈର୍ଯ୍ୟର ସହ ସେମାନଙ୍କୁ ବୁଝୁଥିଲେ ।

ଆଉ ବୁଝି ପାରୁଥିଲେ ତାଙ୍କର ପଇସା କମେଇବାର ମୂଲ୍ୟ କେତେ ଦୂର ସାର୍ଥକ ହୋଇଥିଲା ।

ଘର ଭିତରେ ଅନୁଭୂତ ହଉଥିବା କୋଳାହଳ ଆଉ ପୁନେଇ ପର୍ବର ମଜା ମଉଜ ସବୁ ଏତେ ବର୍ଷ ପରେ ଅନୁଭବ କରୁଥିଲେ ଆଉ ଆକାଶକୁ ଅନେଇ ମାଆକୁ କହୁଥିଲେ – “ମାଆ ଲୋ, ତୁ ସିନା ଚାଲିଗଲୁ କିନ୍ତୁ ମତେ ମୋ ଜୀବନର ଲକ୍ଷ୍ୟ ଧରେଇ ଦେଇ ଗଲୁ” ।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x