ସକାଳୁ ସକାଳୁ ଫୋନ ଟା ରିଂ ହେବାରୁ ଆସି ଦେଖେ ତ ସୀମା ମାଉସୀ କରିଛନ୍ତି। ସୀମା ମାଉସୀଙ୍କ ସହିତ ମୋର କେବେ , କେଉଁଠି ଦେଖା ହେଲା ମନେ ନାହିଁ । କିନ୍ତୁ ବନ୍ଧୁତା ବଢ଼ି ଯାଇଛି। ଯେତେବେଳେ ମନେ ପଡେ ସେ ଡାକନ୍ତି। ଗତ ବର୍ଷ ଆମେରିକା ଯାଇଥିଲେ ଯେ ମୋ ପାଇଁ ଗୋଟେ ଭଲ perfume ଆଣିଥିଲେ।
ସୀମା ମାଉସୀଙ୍କ ର ତିନି ପୁଅ ଓ ଦୁଇ ଝିଅ। ବଡ ପୁଅ ଭୁବନେଶ୍ଵରରେ , ମଝିଆଁ ପୁଅ ଦିଲ୍ଲୀ ରେ ଆଉ ସlନ ପୁଅ ଆମେରିକା ରେ settled। ସlନ ଝିଅ ରାଉରକେଲା ରେ ଚାକିରି। ବଡ ଝିଅ ଚlରି ବର୍ଷ ହେଵ cancer ରେ ମରି ଯାଇଛନ୍ତି। ମଉସା ବି ନାହାନ୍ତି। ସେ ମାଉସୀଙ୍କୁ ଛlଡି ଦୁଇ ବର୍ଷ ହେଲା ଗଲେଣି। ମାଉସୀ ଏତେ ବଡ ଘରେ ଏକା। ସେ ଶିକ୍ଷୟତ୍ରୀ ଥିଲେ। retired କରି ସାରିଛନ୍ତି।
ଦୁଃଖ ର କଥା ଯେ ଶିକ୍ଷା ବିଭାଗ ଚାକିରି ତା ଭିତରେ ପlଞ୍ଚ ପାଞ୍ଚଟା ଛୁଆଙ୍କର ଯତ୍ନ ଆଉ ଦାଇତ୍ଵ ନେଇ ଆଣି ଥୋଇ ସେ ଅଣ ନିଃଶ୍ଵାସ ହେଇ ଯାଉଥିଲେ ତଥାପି କାହାକୁ ଅଣହେଳା କରି ନାହାନ୍ତି। କିନ୍ତୁ ଆଜି ତାଙ୍କ ପାଖରେ କେହି ନାହାନ୍ତି।
ଭାରି ସ୍ଵାଭିମାନୀ ସୀମା ମାଉସୀ। ପଇସା ର ଅଭାବ ନାହିଁ । ଘର ଭଡ଼ା , ପେନସନ ସହିତ ଗାଁ ରୁ ଚାଉଳ , ମୁଗ , ବିରି , କୋଳଥ , ନଡିଆ , ଗଡିଆ ମାଛ ଆସେ। ନିଜ କାମ ନିଜେ ବି କରନ୍ତି। ଘର ବି ସଫା ସୂତର।
ହଟାତ ସକାଳୁ କଣ ହେଲା ? ଏବେ ପୁଣି କରୋନା ପାଇଁ lock down। ମଣିଷ ମନ ତ ଆଗ ପାପ ଛୁଏଁ। ଭାବିଲି ଯିବି ନାଁ ଯିବିନି। ପୁଣି ଭାବିଲି ଯାଏ ବୁଲି ଆସେ।
ସୀମା ମାଉସୀ ଘର କଲିଂ ବେଲ ମାରୁଛି ହେଲେ ସେ ଖୋଲୁ ନାହାନ୍ତି। ଫେରି ଯିବାକୁ ଭlବୁଛି ମାଉସୀ କବାଟ ଖୋଲିଲେ। ମୋ ଆଗେ ଆଗେ ଯାଇ ଖଟ ଉପରେ ଲଥ କରି ଶୋଇପଡିଲେ ସୀମା ମାଉସୀ। ମାଉସୀଙ୍କ ଦେହରେ ହlତ ମାରି ଦେଖିଲି ପ୍ରବଳ ଜ୍ଵର। ସଙ୍ଗେ ସଙ୍ଗେ ପାଣି ପଟି ଦେଲି। ଗେଟ ବନ୍ଦ କରି ଖୋଜିଲି କଉଠି ଔଷଧ ଥାଇପାରେ , ନଜର ପଡିଲା ଖଟ ଉପରେ ଗୋଟେ ଡବା। ଖୋଜି ଖୋଜି paracetamol ଟେ ପାଇଲି ଯେ କିନ୍ତୁ ଡେଟ ନ ଥିଲା। expire କରି ଯାଇଥିଲା। ହଟାତ ମନେ ପଡିଲା ମୋ ବ୍ୟାଗରେ ଥାଇ ପାରେ। ସତକୁ ସତ advance crosin ଥିଲା। ମାଉସୀଙ୍କୁ ଚା ଆଉ ପାଉଁରୁଟି ଦେଇ ଔଷଧ ଦେଲି। ମୁଣ୍ଡ ରେ ପlଣିପଟି ପକେଇଲି।
ମାଉସୀଙ୍କ ପାଖରେ ସଵୁ ଅଛି। ଘର , ଗlଡି , ପଇସା , ପlଞ୍ଚ ପାଞ୍ଚଟା ପୁଅ ଝିଅ , ନାତି ନାତୁଣୀ ସଵୁ ଥାଇ ମଧ୍ୟ ମାଉସୀ ଅନlଥ। କେତେ ବିକଳ ସେ ଏ ସମୟରେ ସେ କଥା କେବଳ ଯିଏ ଦେଖିଛି ସେ ହିଁ କହିପାରିବ। ଗତ କlଲିର ଅହଂକାର , ଦୌରାତ୍ମ୍ୟ ଆଜି ନାହିଁ । କାହା ଠାରୁ ଭଲ ପାଇବା ସେ ଗୋଟାଇ ପାରିନାହାନ୍ତି।
ଏବେ ଜ୍ଵର କମି ଯାଇଛି। ମାଉସୀ ଉଠି ବସିଲେ , ଧନ୍ୟବାଦ ମଧ୍ୟ ଜଣେଇଲେ। ମୁଁ ଫେରିବାକୁ ବାହାରିବା ସମୟରେ ସେ କହିଲେ ରହିବାକୁ। ପଚାରିଲି କଣ ଦରକାର ଅଛି। ସେ ଖଟ ଉପରେ ଲଥ କରି ବସି ପଡି ଭେଁ ଭେଁ ବାଜି କାନ୍ଦିବାକୁ ଆରମ୍ଭ କଲେ। ପାଖକୁ ଯାଇ ପଚାରିଲି କଣ ହେଇଛି ଆପଣ ଏମିତି….? ଧୈର୍ଯ୍ୟ ଧରନ୍ତୁ ସମୟ ସଵୁ କୁ ଠିକ କରିଦେବ। ତାଙ୍କ ମନ ରେ ପ୍ରବଳ ଭୟ କରୋନା ପାଇଁ ପିଲା ମାନେ ବାହlରେ ଯାହା ହେଲେ ମା ମନ ସମ୍ଭାଳିବ କଉଠୁ ?
ମା ‘ ରେ ଟିକେ ଟିକେ ଆସୁଥିବୁ। ଏ ଘର ଭିତରେ ମୁଁ ମରି ଗଲେ କେହି ବି ଜାଣିବେନି। ତୋ ଉପରେ ମୋର ପୂରା ଭରସା ଆସିବୁ ତ ! ! ! ! !
କଣ ହେଵ ଛୁଆ ଜନ୍ମ କରି ପାଳି ପୋଷି ଯତ୍ନ ନେଇ? କଣ ହେଵ ଶାଢୀ , ଗହଣା? କଣ ହେଵ ପଇସା? କଣ ହେଵ ଦୁଇ ତିନି ମହଲା କୋଠା? ଯଦି ହସ ଖୁସି ରେ ସମୟ ନ କଟିଲା….?
ସେଥିପାଇଁ କଣ ଆବଶ୍ୟକ ଆମେ କେହି ବି ବୁଝିନୁ। ଆମେ ଖାଲି କହୁଛୁ ସଵୁ ବୁଝିଛୁ। ଏଇ ଯେମିତି ସୀମା ମାଉସୀ …….. 🤔🤔