ଆମ ଗାଁ ଭାଗବତ ଟୁଙ୍ଗୀ । କୋଉ କାଳରୁ ଏହି ଟୁଙ୍ଗୀ ରହିଛି । ଏଠାରେ ଭାଗବତ ପୋଥି ତାଳପତ୍ରରେ ଲେଖା ହୋଇ କେବେ ଠାରୁ ପୂଜା ପାଉଛନ୍ତି ମୁଁ ଜାଣିନି । ମୁଁ ଆସି ୭୬ ବର୍ଷ ରେ ପହଞ୍ଚି ଲିଣି । ପିଲାବେଳେ ମୁଁ ଦେଖିଛି ନନା ଆସି ସଙଧ୍ୟାରେ ଜଡାତେଲ ଦୀପ ଲଗାଇ ପୋଥି ପଢ଼ନ୍ନ୍ତି। ଜେଜେ ଓ ଅନ୍ୟ ବୁଢା ମାନେ ଶୁଣନ୍ତି ।ନନା ଭୁଲ ପଢ଼ିଲେ ଜେଜେ ତାକୁ ଠିକ୍ କରିଦିଅନ୍ତି । ମୁଁ ବୁଝି ପାରେନାହିଁ ଜେଜେ କେମିତି ତାକୁ ଠିକ୍ କରି କହନ୍ତି । ଏଵେତ ଆଉ କେହି ଆସୁ ନାହାନ୍ତି କେବଳ ପୋଥି ମୁକ ସାକ୍ଷୀ ହୋଇ ପୂଜା ପାଉଛନ୍ତି । ଯୁଗ ବଦଳି ଯାଇଛି ।ଆଜି କାଲିକା ର ପିଲାମାନେ କେବେ ଆସନ୍ତି ନାହିଁ । ଭାଗବତ ପୋଥି ର ମହତ୍ ବୁଝନ୍ତି ନାହିଁ । କେବେ ସେମାନେ ବୁଝିବେ ?ସତରେ କ’ଣ ଏ ସବୁ ଆମ ସମାଜରୁ ଲୁଚି ଯିବ ?
ଭାଗବତ ଟୁଙ୍ଗୀ: ଓଡିଶାର ପୁରାତନ ସଂସ୍କୃତି
Reading Time: < 1 minute