ଆପଣଙ୍କର ଜନ୍ମକୁଣ୍ଡଳୀ କଣ କହେ, ଆଜି ଜାଣନ୍ତୁ ! - Utkal Odisha

ଆପଣଙ୍କର ଜନ୍ମକୁଣ୍ଡଳୀ କଣ କହେ, ଆଜି ଜାଣନ୍ତୁ !

Reading Time: 2 minutes

ଜୀବନରେ ବେଳେ ବେଳେ ଆମେ ଏମିତି କିଛି ପରିସ୍ଥିତି କିମ୍ବା ସମୟର ସାମ୍ନା କରୁ ଯାହା ଆମକୁ ପୂର୍ଣ୍ଣମାତ୍ରାରେ ଦୋହଲାଇ ଦିଏ। ଆପଣଙ୍କର ଜୀବନରେ ଏମିତି କିଛି ସମୟ ଆସିଛି ଆପଣ ବ୍ୟସ୍ତ ହୋଇପଡ଼ି ନିଜକୁ ପଚାରିଥାନ୍ତି, ମୁଁ କାହିଁକି ଏମିତି ସମସ୍ୟାର ସାମ୍ନା କରୁଛି ? ମୁଁ ଏମିତି କାହିଁକି କରୁଛି ? ଏ ମୁହୂର୍ତ୍ତରେ ଏମିତି କାହିଁକି ଘଟିଲା ? ନିଶ୍ଚିତ ଭାବରେ ଏମିତିସବୁ ଘଟଣା ଆମ ସମସ୍ତଙ୍କର ସାମାଜିକ ଏବଂ ବ୍ୟକ୍ତିଗତ ଜୀବନରେ ଘଟୁଛି। ଜୀବନର ଏମିତି କିଛି ଗୋଲକଧନ୍ଦାରେ ଆମେ ସମ୍ପୂର୍ଣ୍ଣ ବ୍ୟସ୍ତ ବିବ୍ରତ ହୋଇପଡ଼ୁ, ଆମର ସାଧ୍ୟମତେ ପ୍ରତିକାର କରିବାର ଉଦ୍ୟମ କରୁ। ସମସ୍ୟାର ସମାଧାନ ଦିଗରେ ଅଧିକ ଉଦବିଗ୍ନ ହୋଇପଡ଼ୁ। ଆପଣଙ୍କର ରାଶି ଏବଂ ଗ୍ରହର ଅବସ୍ଥାନ ଉପରେ ଆପଣଙ୍କର ମନରେ ଆସୁଥିବା ଭାବନା ଆଉ ଆପଣ ଜୀବନରେ ନେଉଥିବା ନିଷ୍ପତିସବୁ ନିର୍ଭର କରନ୍ତି। ଏ ସବୁର ସ୍ପଷ୍ଟ ଚିତ୍ର ଜନ୍ମପତ୍ରିକାରୁ ମିଳିପାରିବ।

97432af0e3a925a2d1c5dda1aa2a8d33

ଆପଣଙ୍କର ଜନ୍ମ ସମୟରେ ଆପଣଙ୍କର ରାଶି ଏବଂ ଗ୍ରହ ଯେଉଁପରି ଭାବରେ ଅବସ୍ଥାନ କରିଥାନ୍ତି ସେହି ଅନୁସାରେ ଆପଣଙ୍କର ସାରା ଜୀବନ ପ୍ରଭାବିତ ହୋଇଥାଏ। ଆପଣଙ୍କର ଜନ୍ମକୁଣ୍ଡଳୀର ବିସ୍ଲେସଣ ଦ୍ୱାରା ଆପଣଙ୍କ ସମ୍ବନ୍ଧରେ ବହୁତ କିଛି ଜାଣି ହୁଏ। ଯେମିତି କି, ଆପଣଙ୍କର ଦୃଢ଼ତା, ଦୁର୍ବଳତା, ସମ୍ପର୍କ, ପେସା, ବ୍ୟବସାୟ ,ସମ୍ପତି ଇତ୍ୟାଦି। ଆପଣଙ୍କର ଜନ୍ମ ସମୟରେ ଗ୍ରହ ନକ୍ଷତ୍ରମାନଙ୍କର ପ୍ରକୃତ ଅବସ୍ଥାନ କିପରି ଥିଲା ତାହା ଜନ୍ମକୁଣ୍ଡଳୀ ଦର୍ଶାଇଥାଏ। ଆପଣ କିପରି ନିଜର ବ୍ୟକ୍ତିଗତ ଜୀବନ ଅତିବାହିତ କରୁଛନ୍ତି, ଆପଣଙ୍କର ଜୀବନରେ କେତେ ଭଲ ଆଉ କେତେ ମନ୍ଦ ଘଟଣା ଘଟୁଛି, କିପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହାର ଏକ ସ୍ପଷ୍ଟ ବାଖ୍ୟା ଜନ୍ମକୁଣ୍ଡଳୀରୁ ମିଳିଥାଏ।

ଜନ୍ମ ସମୟର ନିର୍ଦ୍ଧିଷ୍ଟ ସୂଚନାଗୁଡ଼ିକୁ ବ୍ୟବହାର କରି ଜନ୍ମକୁଣ୍ଡଳୀ ପ୍ରସ୍ତୁତ କରାଯାଏ। ସାରାଜୀବନ ନିମନ୍ତେ ଆପଣଙ୍କର ଭାଗ୍ୟ ଆଉ ଭବିଷ୍ୟତ ଏହି ଜନ୍ମକୁଣ୍ଡଳୀରେ ଲେଖା ହୋଇରହିଯାଏ।

ଆସନ୍ତୁ ଜାଣିବା ଜନ୍ମ ପତ୍ରିକା ବିଷୟରେ ଆଉ କିଛି ଅଧିକ ଉପାଦେୟ ତଥ୍ୟ।

୧. ଗୋଟିଏ ଜନ୍ମକୁଣ୍ଡଳୀରେ ୧୨ଗୋଟି ରାଶି ଏବଂ ଗ୍ରହ ଅବସ୍ଥାନ କରିଥାନ୍ତି। ଏହି ରାଶି ଏବଂ ଗ୍ରହଗୁଡ଼ିକର ଅବସ୍ଥାନକୁ ଭିତିକରି ଆପଣଙ୍କର ବ୍ୟକ୍ତିତ୍ୱ, ଦୁର୍ବଳତା, ଦୃଢ଼ତା, ଚରିତ୍ର ଇତ୍ୟାଦି ବିଷୟରେ ସ୍ପଷ୍ଟ ଚିତ୍ର ମିଳିଥାଏ।

୨. ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଗ୍ରହର କିଛି ସ୍ୱତନ୍ତ୍ର ଗୁଣ ଏବଂ ନିୟମ ରହିଛି। ପ୍ରତ୍ୟେକ ଗ୍ରହର କିଛି ସ୍ୱତନ୍ତ୍ର ଶକ୍ତି ରହିଛି l ଜନ୍ମକୁଣ୍ଡଳୀରେ ଏହି ଗ୍ରହର ଅବସ୍ଥାନ ଆପଣଙ୍କର ବ୍ୟକ୍ତିତ୍ୱ ଏବଂ ଶକ୍ତିକୁ ପ୍ରଭାବିତ କରେ। ଜନ୍ମକୁଣ୍ଡଳୀ ହେଉଛି ଆମର ଜୀବନର ନକ୍ସା।

୩. ଜୀବନରେ ସଫଳ ହେବାକୁ କିଏ ବା ନା ଚାହେଁ ? ଆଜିର ଯୁବବର୍ଗ ମଧ୍ୟରେ କ୍ୟାରିୟର ଏବଂ ବୃତ୍ତିକୁ ନେଇ ବହୁତ ଆଲୋଚନା ସମାଲୋଚନା ହୋଇଥାଏ। ଆପଣ କେବେ ଚିନ୍ତା କରିଛନ୍ତି କି ବୃତ୍ତି ବା ପେସା ବିଷୟରେ ଜନ୍ମକୁଣ୍ଡଳୀର ସ୍ୱତନ୍ତ୍ର ସମ୍ପର୍କ ରହିଛି ବୋଲି। ଆପଣଙ୍କୁ କେଉଁ ବୃତ୍ତି ବା ପେସା ସର୍ବୋତ୍ତମ ଭାବରେ ଅନୁକୂଳ ହେବ ତାହା ମଧ୍ୟ ଏହି ଜନ୍ମକୁଣ୍ଡଳୀର ବିସ୍ଲେସଣରୁ ମିଳିଥାଏ।

୪. ଜନ୍ମକୁଣ୍ଡଳୀରୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗ, ଦଶା, କିମ୍ବା ଦୋଷଗୁଡ଼ିକୁ ଜାଣନ୍ତୁ।ଏହି ସବୁ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଆପଣଙ୍କର ଜନ୍ମକୁଣ୍ଡଳୀରୁ ମିଳିଥାଏ। ଯାହାର ଏକ ପ୍ରଭାବ ଆପଣଙ୍କର ବ୍ୟକ୍ତିତ୍ୱ ଏବଂ ଜୀବନ ଉପରେ ପଡ଼ିଥାଏ। ଗ୍ରହଗୁଡ଼ିକର ଦୋଷ କଟାଇବା ନିମନ୍ତେ ଆପଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର ଗ୍ରହ ପଥର ପରିଧାନ କରି ନିଜର ଦଶାଗୁଡ଼ିକୁ କାଟିଦେଇ ପାରିବେ।

୫. ଜନ୍ମକୁଣ୍ଡଳୀରୁ ଆପଣଙ୍କର ବିବାହ ସମ୍ବନ୍ଧରେ ତଥ୍ୟ ମିଳେ। ଜନ୍ମକୁଣ୍ଡଳୀରୁ ଆପଣଙ୍କର ଦାମ୍ପତ୍ୟ ଜୀବନ ବିଷୟରେ ମଧ୍ୟ ସୂଚନା ମିଳିଥାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁସାରେ ବିବାହ ପୂର୍ବରୁ ବାର-କନ୍ୟାଙ୍କର ଜାତକ ମେଳ କରାଯାଏ। ପୁରାଣ  ଯୁଗରୁ ହିନ୍ଦୁ ବିବାହ ରୀତିନୀତିରେ ବର-କନ୍ୟାଙ୍କର ଜନ୍ମକୁଣ୍ଡଳୀର ମେଳକକୁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ଭାବରେ ବିଚାରକୁ ନିଆଯାଉଛି। ମେଳକର ସମାଧାନ ହେବ ପରେ ବିବାହର ଶୁଭ ଲଗ୍ନ ସ୍ଥିର କରାଯାଏ। ମେଳକରେ ଯଦି ବା କିଛି ଦୋଷ କିମ୍ବା ତ୍ରୁଟି ବିଚ୍ୟୁତି ଦେଖାଯାଏ ତାହା ଉପଯୁକ୍ତ ପୂଜା ଏବଂ ହୋମ ମାଧ୍ୟମରେ ବ୍ୟବସ୍ଥିତ କରାଯାଏ।

୬. ଆଜିର ପ୍ରତିଯୋଗିତା ପୂର୍ଣ୍ଣ ସମାଜରେ ଯୁବବର୍ଗର ବିଦ୍ୟାର୍ଥୀମାନେ ଅଧ୍ୟୟନ ନିମନ୍ତେ କେଉଁ ପାଠ୍ୟକ୍ରମ ଚୟନ କରିବେ, ପାଠପଢା ପାଇଁ ବିଦେଶ ଗ୍ରସ୍ତ କରିବେ କି ନାହିଁ ଏବଂ ତାହା ସେମାନଙ୍କ ପାଇଁ ଅନୁକୂଳ ହେବ କି ନାହିଁ ତାହା ମଧ୍ୟ ଜନ୍ମକୁଣ୍ଡଳୀର ସଠିକ ଗଣନାରୁ ଜଣାଯାଏ।

୭. ଆପଣ ନିଜର ଜୀବନରେ ସୁଖ ଶାନ୍ତିର ଉପଯୁକ୍ତ ସନ୍ତୁଳନ ନିମନ୍ତେ ଜନ୍ମକୁଣ୍ଡଳୀର ସଠିକ ବିସ୍ଲେସଣ କରିବା ଉଚିତ। ଏହା ଆପଣଙ୍କର ବୃତ୍ତି, ବାଣିଜ୍ୟ, ବିବାହ, ଶିକ୍ଷା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକରେ ସଠିକ ପଥ ପ୍ରଦର୍ଶନ କରିଥାଏ। ଜନ୍ମକୁଣ୍ଡଳୀର ଗଣନା ବଳରେ ଆପଣ ନିଜର ଖରାପ ସମୟ ଏବଂ ଭଲ ସମୟ ବିଷୟରେ ସଜାଗ ହୋଇପାରିବେ। ଆପଣ ସମୟକୁ ଅନୁମାନ କରି ଉପଯୁକ୍ତ ନିଷ୍ପତି ନେଇପାରିବେ ଏବଂ ଜୀବନରେ ସଫଳତାର ସ୍ୱାଦ ଚାଖି ପାରିବେ। ଜନ୍ମକୁଣ୍ଡଳୀ ସାହାଯ୍ୟରେ ଆପଣ ନିଜର ଦକ୍ଷତା ଏବଂ କ୍ଷମତାର ସୁବିନିଯୋଗ କରିପାରିବେ।

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x