ସୋନଭଦ୍ରାର ସୁନା ପାହାଡ଼: ଗୁଜବ ନା ସତ୍ୟ ? - Utkal Odisha

ସୋନଭଦ୍ରାର ସୁନା ପାହାଡ଼: ଗୁଜବ ନା ସତ୍ୟ ?

sonbhadra gold mine news 2020223 0021
Reading Time: 3 minutes

ସୋନଭଦ୍ରାର ସୁନା ପାହାଡ଼ l ବିଗତ ଦୁଇଦିନ ଧରି ଗଣମାଧ୍ୟମ ଆଉ ସୋସିଆଲ ମେଡିଆରେ ଏ ବିଷୟରେ ଚର୍ଚ୍ଚା ଜୋର୍‌  ଧରିଛି l ଭାରତକୁ ଏକ ବିରାଟ ସୁନା ଖଣି ମିଳିଯାଇଛି l ହୋ ହାଲ୍ଲାର ଅନ୍ତ ନାହିଁ l ଅଫିସରୁ ଚା ଖଟି ସବୁଆଡ଼େ ହୁଲସ୍ତୁଲ l ଟୀକା ଟିପ୍ପଣୀ ଯାହାକୁ ଯେତେ l କିଏ କହୁଛି ଭାରତ ସୁନାର ଚଢ଼େଇ ହୋଇଗଲା ତ କିଏ କହୁଛି ଭାରତ ବିଶ୍ୱର ସବୁଦେଶକୁ ଏବେ ଟପିଯିବ l ଭାରତର ଅର୍ଥନୀତି ବଦଳିଯିବ ବୋଲି ଆଲୋଚନା ହେଉଛି l କେତେକ ୱେବ ଚ୍ୟାନେଲ ଖବର ଦେଇଛନ୍ତି ଯେ, ଉତ୍ତର ପ୍ରଦେଶର ଖଣି ବିଭାଗ ଖୁବ ଶୀଘ୍ର ଏହାର ଖନନ ପ୍ରକ୍ରିୟା ଆରମ୍ଭ କରୁଛି l ଚର୍ଚ୍ଚା ହେବନି ବା କାହିଁକି, ଏବେ ଯେଉଁଠି ସୁନା ଟୁକୁଡ଼ାଏର ମୂଲ୍ୟ ବଜାରରେ ୪୦,୦୦୦ ଟଙ୍କାରୁ ଉର୍ଦ୍ଧ୍ୱକୁ ଟପିଯାଇଛି ଏମିତି ହେବା ସ୍ୱାଭାବିକ କଥା l ସୋନଭଦ୍ରାର ସୁନାର ମୂଲ୍ୟ ୧୨ ଲକ୍ଷ କୋଟି ଟଙ୍କା ବୋଲି ଚର୍ଚ୍ଚା ହେଉଛି l

inline image preview

ଆମର ଭାରତ ଏମିତି ଏକ ଦେଶ ଯେଉଁଠି ଗାଁ ଗାଁରେ ଘରେ ଘରେ ସୁନାର ଚାହିଦା ବହୁତ ରହିଛି l ପର୍ବପର୍ବାଣୀ ହେଉ ବା ପରମ୍ପରା ହେଉ ସୁନାର ଆବଶ୍ୟକତା ଏଠି ଆକାଶଛୁଆଁ l ସୁନା ବିନା ଏଠି ଶୁଭ ବିବାହ ବି ବନ୍ଦ ହୋଇଯାଏ l ଆମର ଦକ୍ଷିଣ ରାଜ୍ୟଗୁଡ଼ିକରେ ଏହାର ଚାହିଦା ବହୁତ ଗୁଣ ଅଧିକ l ବିଶେଷ କରି ତାମିଲ, ତେଲୁଗୁ, ଏବଂ ମାଲାୟାଲାମ ଭାଷାଭାଷୀ ରାଜ୍ୟ ଗୁଡ଼ିକରେ ପ୍ରତିଷ୍ଠା ଆଉ ପ୍ରତିପତିର ଅନ୍ୟ ନାମ ହେଉଛି ସୁନା l

 

ସୋନଭଦ୍ରା  ଖଣି ଅଞ୍ଚଳଟି ଉତ୍ତର ପ୍ରଦେଶ ରାଜ୍ୟର ଦକ୍ଷିଣ ଭାଗରେ ଅବସ୍ଥିତ ଏବଂ ଏହା ଏକ ଔଦଗିକ କ୍ଷେତ୍ର ଅଟେ l ଆଦିବାସୀମାନେ ହେଉଛନ୍ତି ଏଠାକାର ମୂଳ ବାସିନ୍ଦା l ଉତ୍ତର ପ୍ରଦେଶ ଖଣିଜ ବିଭାଗର ଖବର ଅନୁସାରେ ଏହି ଅଞ୍ଚଳଟି ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ରାଜ୍ୟର ସୀମାକୁ ଲାଗିଛି l ଏଠାରୁ କୋଇଲା, ଚୂନପଥର, ବକ୍ସାଇଟ ଏବଂ ସୁନା ପରି ଧାତବ ପଥର ମିଳେ l

Gold Iran

ଐତିହାସିକମାନେ ନିଜର ମତାମତ ରଖି କହିଛନ୍ତି ଯେ, ସୋନଭଦ୍ରା ଅଞ୍ଚଳର ନାମ ସୋନ ନଦୀର ନାମ ଅନୁସାରେ ହୋଇଛି l  ଏହାର ସୁନା ସହିତ ସମ୍ପର୍କ ଥିବାର କୌଣସି ପ୍ରକୃତ ପ୍ରମାଣ ନାହିଁ l  କେତେକ ସ୍ଥାନରେ ଲୋକମାନେ ସୁନାର ଅନୁସନ୍ଧାନରେ ଖୋଲାଖୋଲି କରିଛନ୍ତି l ଯଦିଓ କିଛି ସୁନା ଉପରି ଭାଗରୁ ମିଳିଛି ସେହି ପରିମାଣର ସୁନା ନିମ୍ନ ଭାଗରୁ ମିଳିନାହିଁ l ସେ ସ୍ଥାନ ପରିତ୍ୟକ୍ତ ଅବସ୍ଥାରେ ରହିଯାଇଛି l ଭାରତୀୟ ଜିଓଲଜିକାଲ ସର୍ଭେ ସଂସ୍ଥାର ଖନନ ଅନୁସାରେ ଯାହାବି ସୁନା ମିଳିଲା ତାହା ଆର୍ଥିକ ଭାବରେ ଅନୁକୂଳ ହେଲା ନାହିଁ l ପ୍ରାପ୍ତ ସୁନାର ମୂଲ୍ୟ ଖନନ ବ୍ୟୟ ଠାରୁ କମ ରହିଲା l  ଏହି କାରଣରୁ ଏହି କାମ ଆଗକୁ ଯାଇପାରିଲା ନାହିଁ l

Gold Mines

କିନ୍ତୁ ଏହାର ସତ୍ୟତା ଉପରେ ପ୍ରଶ୍ନ ଉଠିଥିବାରୁ ଏ ଖବରକୁ କୌଣସି ଖବରକାଗଜ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ପୃଷ୍ଠାରେ ରଖିନାହାଁନ୍ତି l ତେବେ ଆପଣ ବି ଜାଣିବାକୁ ଇଛା କରିବେଣି କଥାଟି କଣ ବୋଲି l ଏ ବିଷୟରେ ଗୋଟିଏ ସବିଶେଷ ଆଲୋଚନା, ଟିକେ ପଢ଼ନ୍ତୁ l ଉତ୍ତରପ୍ରଦେଶ ରାଜ୍ୟର ସୋନଭଦ୍ରା ଜିଲ୍ଲା ମୁଖ୍ୟତଃ ଏକ ବ୍ୟାପକ ଖଣି ଅଞ୍ଚଳ ଅଟେ l  ଏଠାରେ ବକ୍ସାଇଟ, ଚୂନପଥରର ବିଭିନ୍ନ ଖଣିଖାଦାନ ଭରି ରହିଛି l ଏହା ସହିତ ଏହାର ଭୂଇଁତଳ ପଥର ନମୁନାରୁ ସୁନା ରହିଥିବାର ପ୍ରମାଣ ମିଳିଛି l କିନ୍ତୁ କେହି ଜଣେ ଖଣି ଅଧିକାରୀ ପ୍ରଚାର କରିଲେ ଯେ ଏଠାରେ ଗଛିତ ସୁନାର ପରିମାଣ ହେଉଛି ପ୍ରାୟ ୩,୦୦୦ ଟନ ଏବଂ ଏହାର ମୂଲ୍ୟ ପାଖାପାଖି ୧୨ ଲକ୍ଷ କୋଟି ଟଙ୍କା l କିନ୍ତୁ ଏହା ସତ୍ୟ ନୁହେଁ l ଏହାକୁ ଭାରତର ଜିଓଲଜିକାଲ ସର୍ଭେ ସଂସ୍ଥା ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛି l ଭାରତୀୟ ଜିଓଲଜିକାଲ ସର୍ଭେ ସଂସ୍ଥାର ମୁଖ୍ୟ ଏମ. ଶ୍ରୀଧର ସ୍ପଷ୍ଟ କରି କହିଛନ୍ତି ଯେ ଏ ଖବର ସମ୍ପୂର୍ଣ୍ଣ ଭିତିହୀନ l ସୋନଭଦ୍ରାର ମାଟିରେ ସୁନାର ନମୁନା ମିଳିଛି ସତ କିନ୍ତୁ ଏଠାରେ ଏତେ ପରିମାଣରେ ସୁନା ଗଚ୍ଛିତ ନାହିଁ l ପ୍ରକୃତ ହିସାବ ଅନୁସାରେ ଗଚ୍ଛିତ ସୁନାର ପରିମାଣ ୧୫୦ ରୁ ୨୦୦ କି.ଗ୍ରା. ଭିତରେ ହେବ l  ଏହି ପରିମାଣ ମଧ୍ୟ ଅର୍ଥନୈତିକ ଦୃଷ୍ଟିରୁ ସନ୍ତୋଷଜନକ ନୁହେଁ l ଏହା ଏକ ସମ୍ପୂର୍ଣ୍ଣ ଗୁଜବ ବୋଲି ଭୂବିଜ୍ଞାନୀ ଅଧିକାରୀ ସ୍ପଷ୍ଟ କରିଛନ୍ତି l ସେ କହିଛନ୍ତି ଯେ ପ୍ରଥମେ ସୋନଭଦ୍ରା ଅଞ୍ଚଳରେ ୧୯୮୦ ଦଶକରେ ସୁନାର ଅନୁସନ୍ଧାନ କରାହୋଇଥିଲା l ଏହା ପରେ ୧୯୯୮ ରୁ ୨୦୦୦ ମସିହା ମଧ୍ୟରେ ସୁନାର ଅନୁସନ୍ଧାନ ନିମନ୍ତେ ପରୀକ୍ଷା କରାଯାଇଥିଲା l 2005 ରୁ 2012 ମସିହା ମଧ୍ୟରେ ସୁନାର ଅନୁସନ୍ଧାନ ହୋଇଛି l

ସୁନାର ପାହାଡ଼କୁ ନେଇ ଏବେ ଏ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି l ତେଣୁ ଆପଣ ସଠିକ ଖବର ପାଆନ୍ତୁ ଆଉ ସଠିକ ଖବର ଉପରେ ବିଶ୍ୱାସ କରନ୍ତୁ l

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x