Reading Time: < 1 minuteଏହି ବାତ୍ୟା ଫନି ଭଳି ନହେଲେ ମଧ୍ୟ ଏହାର ପ୍ରଭାବ ବୁଲ୍ବୁଲ୍ ଭଳି ରହିବ, ଓଡିଶା ଉପକୂଳରେ କେତେ ପ୍ରଭାବ ପଡ଼ିବ ତାହା ଖୁବ୍ଶିଘ୍ର ସ୍ପଷ୍ଟ ହେବ!!
ଭୁବନେଶ୍ୱର ସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତର, ଉତ୍ତର ଆଭ୍ୟନ୍ତର ଓ ଉପକୂଳ ସମେତ ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଅନୁଗୁଳ ଜିଲ୍ଲାର ବହୁ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବ ।
ବିଶେଷ ଭାବେ ଏହି ସମୟ ମଧ୍ୟରେ ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଦମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ପ୍ରମୁଖ ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ କାଳବୈଶାଖୀ ଜନିତ ପ୍ରବଳ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ପବନର ହେବାର ସମ୍ଭାବନା ରହିଛି ।

୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ ସତର୍କ ଘଣ୍ଟି, ବର୍ଷା ଓ ବଜ୍ରପାତ ନେଇ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।
