କରୋନା ପଞ୍ଝା ମାଡ଼ରେ ହୋଟେଲ ବ୍ୟବସାୟ - Utkal Odisha

କରୋନା ପଞ୍ଝା ମାଡ଼ରେ ହୋଟେଲ ବ୍ୟବସାୟ

423132 the leela palace new delhi delhi
Reading Time: 2 minutes

କରୋନାର ପଞ୍ଝା ମାଡ଼ରେ ଆଜି ସାରା ବିଶ୍ୱ ହନ୍ତସନ୍ତ ହେଉଛି l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କର ବାରମ୍ବାର ଘୋଷଣା ପରେ ବି ଦିଲ୍ଲୀରୁ ପଲ୍ଲୀ ଆଜି ଏକ ଅଜଣା ଆତଙ୍କରେ ଥରୁଛି l ସମସ୍ତଙ୍କୁ ଯେମିତି କରୋନାର କୋକୁଆ ଭୟ ଗ୍ରାସିଛି l ଟିକେ ଭିତେରେଇ ଦେଖିଲେ ଆମକୁ ସ୍ପଷ୍ଟ ଜଣାପଡ଼ିବ ଯେ ଭାରତର ବାଣିଜ୍ୟ ବ୍ୟବସାୟ ସ୍ଥିତିକୁ ମଧ୍ୟ କରୋନା କାବୁ କରିଛି l ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଏକବାର ଭୁଲୁଣ୍ଠିତ ହୋଇଛି l ବର୍ଷର ଏହି ସମୟକୁ ପରିବାର ସଦସ୍ୟମାନେ ଅପେକ୍ଷା କରିଥାନ୍ତି କୌଣସି ପର୍ଯ୍ୟଟନସ୍ଥଳୀକୁ ଯାଇ ଛୁଟି କାଟିବା ନିମନ୍ତେ l କିନ୍ତୁ କରୋନା ସବୁ ଓଲଟ ପାଲଟ କରିଦେଇଛି l ଘରୁ ବାହାରକୁ ଯିବା ପାଇଁ ଏବଂ ବାହାରୁ ଦେଶକୁ ଆସିବା ଲାଗି ଏବେ ଲାଗିଛି କଡ଼ା କଟକଣା l ଶହ ଶହ ସଂଖ୍ୟାରେ ବିମାନ ଏବଂ ରେଳସେବାକୁ ବାତିଲ କରାଯାଇଛି l

ଏହାର ପ୍ରଚଣ୍ଡ ପ୍ରଭାବ ପଡ଼ିଛି ଆମର ଅର୍ଥନୀତି ଉପରେ l କାରଣ ହିସାବ ଅନୁସାରେ ଜଣାଯାଏ ମାର୍ଚ୍ଚରୁ ହିଁ ଛୁଟିଦିନ ପ୍ୟାକେଜଗୁଡ଼ିକ ଆରମ୍ଭ ହୁଏ l ଏହି ସମୟକୁ ମଧ୍ୟ “ପିକ୍‌ ସିଜିନ” ବୋଲି କୁହାଯାଏ l କାରଣ ଏହି ସମୟରେ ହୋଟେଲ ଅଗ୍ରିମ ବୁକ କରିନଥିଲେ ଆଉ ମିଳି ନଥାଏ l ଏବେ କିନ୍ତୁ ପରିସ୍ଥିତି ଏବେ ଓଲଟା l କିନ୍ତୁ କରୋନା ଭୟରେ ଏବେ ଘରୁ ବାହାରକୁ ବାହାରିବା ବି ମନା l ଅଗ୍ରୀମ ଭାବରେ ସମସ୍ତ ବୁକିଂଗୁଡ଼ିକୁ ବାତିଲ କରିଦିଆଯାଇଛି l କେତେକ କ୍ଷେତ୍ରରେ ବିବାହ ଉତ୍ସବ ଭଳି କାର୍ଯ୍ୟକ୍ରମ ଗୁଡ଼ିକରେ ତାରିଖରେ ପରିବର୍ତ୍ତନ କରାଯାଇଛି l

images 5

ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପର ମୁଖ୍ୟ ଆଧାର ବା ଗ୍ରହଣ ହେଉଛନ୍ତି ପର୍ଯ୍ୟଟକ l କରୋନାର ଭୟାବହତା କାରଣରୁ ଏହାକୁ ମହାମାରୀ ଘୋଷଣା କରାଯାଇଛି ଏବଂ ମୁକ୍ତ ଭାବରେ ବିଚରଣ କରିବାରେ ଏବେ କଟକଣା ଲାଗିଛି l ଯାହା ଫଳରେ ଏକ ଜଟିଳ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି ହୋଟେଲ ଶିଳ୍ପ l ଏକ ବିଶେଷ ହିସାବରୁ ଜଣାପଡିଛି ଯେ, ହୋଟେଲ ଶିଳ୍ପରେ ୫୦ ମିଲିୟନ କର୍ମନିଯୁକ୍ତି ଆଜି ସୁତା ଖିଅରେ ଝୁଲୁଛି ଯେମିତି l ସମସ୍ତ ପ୍ରକାରର ଅନିଶ୍ଚିତତା ଏବଂ ଆଶଙ୍କା ଘୋଟି ରହିଛି ଯେମିତି l

ବିଶ୍ୱସ୍ତରୀୟ ହୋଟେଲ ମ୍ୟାରିୟଟ୍ ଇଣ୍ଟରନ୍ୟାଶନାଲ୍‌ ମାର୍ଚ୍ଚ ୧୭ ତାରିଖରେ ଏକ ସ୍ୱତନ୍ତ୍ର ଘୋଷଣାପତ୍ର ଜାରି କରି ଏହାର ହଜାର ହଜାର କର୍ମଚାରୀଙ୍କୁ ସାମୟିକ ଛୁଟି ପ୍ରଦାନ କରିଛି l ଏହି ଗୃପର ୮୪ଟି ହୋଟେଲ ମଧ୍ୟ ଭାରତରେ ରହିଛି l ଏ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଭାରତୀୟ ପଦାଧିକାରୀ କିଛି ସ୍ପଷ୍ଟୀକରଣ ପ୍ରଦାନ କରିନାହାଁନ୍ତି l

images 7

ବାଙ୍ଗାଲୋରର ଜଣେ ବିଶିଷ୍ଟ ହୋଟେଲ ଅଧିକାରୀ କହିଛନ୍ତି ଯେ, କରୋନାର ଭୟାବହତା ଅତ୍ୟନ୍ତ ସାଙ୍ଘାତିକ ଅଟେ l କେତେବେଳେ କଣ ହେବ କିଛି କହିହେଉନାହିଁ l ଏହା ଆର୍ଥିକ ମାନ୍ଦାବସ୍ଥା ନୁହେଁ ଯାହାକୁ ବିଭିନ୍ନ ପ୍ରକାରର ପଲିସୀ କରି ସୁଧାର ଅଣାଯାଇପାରିବ l ବର୍ତ୍ତମାନର ପରିସ୍ଥିତି ବହୁତ ସଂକଟମୟ ପରିସ୍ଥିତି ବୋଲି ସେ କହିଛନ୍ତି l ରାଡିଶନ୍ ହୋଟେଲର ଏଫ ଆଣ୍ଡ ବି ନିର୍ଦ୍ଦେଶକ ଶ୍ରୀ ରାଜେଶ ରାଧାକୃଷ୍ଣନ କୁହନ୍ତି ଯେ, କରୋନା ଆତଙ୍କରେ ଭାରତର କୋଟି କୋଟି ଟଙ୍କାର ହୋଟେଲ ବ୍ୟବସାୟ ମାଟିରେ ମିଶିଯାଇଛି l ଏକ ପ୍ରାଇଭେଟ ସଂସ୍ଥା ହିସାବ କରି କହିଛି ଯେ, କରୋନା ଭାଇରସର ସଂକ୍ରମଣ ଯୋଗୁଁ ୨୦୨୦ରେ ଭାରତର ହୋଟେଲ ଶିଳ୍ପ ୬୨୦ କୋଟି ଟଙ୍କାର କ୍ଷତି ସହିବ l ସମସ୍ତ ହୋଟେଲ ନିଜକୁ କ୍ଷତିରୁ କିଛି ପରିମାଣରେ ମୁକ୍ତି ଦେବା ନିମନ୍ତେ ଖର୍ଚ୍ଚ କାଟର ସମସ୍ତ ବ୍ୟବସ୍ଥାଗୁଡ଼ିକୁ ଆପଣାଇଛନ୍ତି l ପରିସ୍ଥିତି ଏପରି ହୋଇଛି ଯେ, କେତେ ଗୁଡ଼ିଏ ହୋଟେଲର ମେ ମାସ ପର୍ଯ୍ୟନ୍ତ ମଧ୍ୟ କୌଣସି ବୁକିଂ ନାହିଁ l କରୋନାର ଭୟାବହତା ଯୋଗୁଁ ଭାରତର ହୋଟେଲ ବ୍ୟବସାୟ ସଙ୍କଟ ଦେଇ ଗତିକରୁଛି l ଗ୍ରୀଷ୍ମ ଅବକାଶର ସମ୍ପୂର୍ଣ୍ଣ ଅବଧି ଆଜି ଧୂଳିସାତ ହୋଇଯାଇଛି, ଯାହାକୁ କି ପ୍ରତିବର୍ଷ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଆଶା କରି ରହିଥାଏ l

ଏହି ପରିପ୍ରେକ୍ଷୀରେ କେତେଗୁଡିଏ ହୋଟେଲ ନିଜର କର୍ମଚାରୀମାନଙ୍କ ମଧ୍ୟରେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି l ହୋଟେଲର କୌଣସି ଅତିଥି ଯେପରି କରୋନା ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ ବିଶେଷ ଭାବରେ ସତର୍କ କରାଯାଇଛି l କରୋନା ପରିସ୍ଥିତିକୁ ଆଖିରେ ରଖି କିଛି ହୋଟେଲ ଶାକାହାରୀ ଖାଦ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି l ତଥାପି ହୋଟେଲ ଅଧିକାରୀମାନେ ଆଶା କରିଛନ୍ତି ଯେ ପରିସ୍ଥିତିରେ କିଛି ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ ଏବଂ ସବୁ କିଛି ଧୀରେ ଧୀରେ ବଦଳିବ ବୋଲି l

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x