ମହିଳା ବଡିବିଲଡର: ଭିନ୍ନ ବାଟରେ ସେମାନେ... - Utkal Odisha

ମହିଳା ବଡିବିଲଡର: ଭିନ୍ନ ବାଟରେ ସେମାନେ…

builders2
Reading Time: 3 minutes

ଆଜିର ବ୍ୟସ୍ତ ଜୀବନରେ ଆମ ପାଖରେ ଟିକେ ବି ସମୟ ନାହିଁ ନିଜ ଶରୀର ପ୍ରତି, ନିଜର ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବା ପାଇଁ l ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରୀ ହେବା ପାଇଁ କିଏ ବା ନ ଚାହେଁ ? ସେଇଥି ପାଇଁ ଯଥାର୍ଥରେ କୁହାଯାଏ, “ସ୍ୱାସ୍ଥ୍ୟ ହିଁ ସମ୍ପଦ” l ଆମେ ସମସ୍ତେ ସବୁ ଜାଣୁ କିନ୍ତୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମ ଲାଗି ବହୁତ କଷ୍ଟ ହୋଇଯାଏ l ଜିମ୍ ଆଜି ସୁନ୍ଦର ସ୍ୱାସ୍ଥ୍ୟର ସମାଧାନ ଦେଉଛି l ଆଜି ସହରାଞ୍ଚଳରେ ବିଭିନ୍ନ ଧରଣର ଅତ୍ୟାଧୁନିକ ଜିମ୍ ସବୁ ଖୋଲୁଛି l ଯୁବବର୍ଗଠୁ ଆରମ୍ଭ କରି ସମସ୍ତେ ଆଜି ଏହାର ସୁଫଳ ପାଉଛନ୍ତି l ସୁଗଠିତ ମାଂସପେଶୀ ଯୁକ୍ତ ଶରୀର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଉପସ୍ଥାପନ କରେ l ହେଲେ ଆପଣ କେବେ ଭାବିଛନ୍ତି କି, ଭାରତରେ ବଡିବିଲଡିଙ୍ଗ କ୍ଷେତ୍ରରେ ମହିଳାମାନେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ବୋଲି l

ମହିଳାମାନଙ୍କ ପାଇଁ ବଡି ବିଲଡିଙ୍ଗ ଗୋଟିଏ ସମ୍ପୂର୍ଣ ଭାବରେ ବ୍ୟତିକ୍ରମ ବୋଲି ଭାରତୀୟ ସମାଜରେ ଗ୍ରହଣ କରାଯାଏ l ଭାରତୀୟ ରକ୍ଷଣଶୀଳ ସମାଜରେ ବଡି ବିଲଡିଙ୍ଗକୁ ପେସା ବା ବୃତ୍ତି ଭାବରେ ଆପଣାଇବା କେତେ ଯେ କାଠିକର ପାଠ ତାହା କେବଳ ସେମାନଙ୍କୁ ଜଣା l ଲୋକମାନେ ତାଚ୍ଛଲ୍ୟ, ବ୍ୟଙ୍ଗ କରିବାକୁ ପଛାନ୍ତି ନାହିଁ l କେତେ ଯେ ସମାଲୋଚନା ଆଉ ପରିହାସ ତାହାର ସୀମା ନାହିଁ l କିନ୍ତୁ ସେ ସବୁକୁ ପାଦରେ ଦଳି ଦେଇ ଆଗକୁ ବଢ଼ିଛି ଆଜିର ନାରୀ l ସମାଜ ଆଗରେ ନିଜକୁ ପ୍ରମାଣିତ କରିଛି ଯେ ତା ପାଇଁ କିଛି ବି ଅସମ୍ଭବ ନୁହେଁ l ସମାଜ ମହିଳା ବଡିବିଲଡରମାନଙ୍କୁ କୌଣସି ପ୍ରକାର ପ୍ରେରଣା ତ ଦିଏ ନାହିଁ କିନ୍ତୁ ହତୋତ୍ସାହିତ କରିବାକୁ କେବେ ପଛାଏ ନାହିଁ l ସେମାନଙ୍କ ମଧ୍ୟରୁ କେତେକ ସଫଳ ମହିଳା ବଡିବିଲଡରମାନଙ୍କ ସମ୍ପର୍କରେ ସମ୍ୟକ ଆଲୋଚନା ଆଜି ଏଠାରେ କରିବା l ନିଜର ଦୃଢ଼ ମନୋବଳ ସହିତ ନିଜର ପ୍ରଚଣ୍ଡ ଇଛାଶକ୍ତିକୁ ଏକାଠି କରି ଯେଉଁ ଅଳ୍ପ କେତେଜଣ ମହିଳା ବଡି ବିଲଡର ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ସେମାନଙ୍କ ବିଷୟରେ ଆଜିର ଉପସ୍ଥାପନା l

ସରିତା ଦେବୀ:

Image result for sarita devi bodybuilder

ତାଙ୍କର ପୁରାନାମ ହେଉଛି ଥିଙ୍ଗବୈଯାମ ସରିତା ଦେବୀ l ମଣିପୁରର ବାସିନ୍ଦା ୩୩ ବର୍ଷ ବୟସ୍କ ସରିତା ଦେବୀ ଦୁଇଟି ସନ୍ତାନର ଜନନୀ l ଲଗାତାର ଭାବରେ ତିନିଥର ନେସନାଲ ବଡିବିଲଡିଙ୍ଗ ଚାମ୍ପିୟନସିପ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା l କମ ବୟସରୁ ବିବାହ କରିଥିବା ସରିତା କୁହନ୍ତି ଯେ ଏ ସବୁ ସମ୍ଭବ ହୋଇଛି କେବଳ ତାଙ୍କର ପରିବାରର ସମର୍ଥନ, ସ୍ୱାମୀଙ୍କର ସମର୍ଥନ ଏବଂ ତାଙ୍କର ତାଲିମ ପ୍ରଦାନକାରୀମାନଙ୍କର ପ୍ରେରଣା ପାଇଁ l ସରିତା ଦେବୀ ଦେଶ ରେ ଏବଂ ବିଦେଶରେ ବଡିବିଲଡିଙ୍ଗ ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେଇ ବିଭିନ୍ନ ଟାଇଟଲ ଜିତିଛନ୍ତି ଏବଂ ଭାରତର ପାଇଁ ଖ୍ୟାତି ଆଣିଛନ୍ତି l

କରୁଣା ୱାଘମାରେ:

Image result for Karuna waghmare bodybuilder
ମହିଳା ବଡି ବିଲଡିଙ୍ଗ କ୍ଷେତ୍ରରେ କରୁଣା ହେଉଛନ୍ତି ଜଣେ ଜଣାଶୁଣା ନାଁ l ଏହା ବ୍ୟତୀତ କରୁଣା ହେଉଛନ୍ତି ଜଣେ ଯୋଗ ପ୍ରଶିକ୍ଷିକା, ଜିମ୍ନାଷ୍ଟ, ଏବଂ ସେ ନୃତ୍ୟରେ ନିପୁଣା l ସେ ବିଗତ ଦିନ ଗୁଡ଼ିକରେ ଏସିଆନ ବଡିବିଲଡିଙ୍ଗ ଚାମ୍ପିୟାନସିରେ ପଦକ ଜିତିଛନ୍ତି l କରୁଣା କୁହନ୍ତି ଯେ, ଗୋଟିଏ ପତ୍ରିକା ପୃଷ୍ଠାରେ ଜଣେ ମହିଳା ବଡି ବିଲଡରଙ୍କର ପେଶୀୟ ଶରୀର ଦେଖି ତାଙ୍କର ବଡିବିଲଡିଙ୍ଗକୁ ଆପଣାଇବାକୁ ଇଛା ହୋଇଥିଲା l କିନ୍ତୁ ପରିବାର ଭୟରେ କିଛି ଦିନ ମନ କଥା ମନରେ ରଖିଲେ l ନିଜର ଦୃଢ଼ ଇଛାଶକ୍ତି ବଳରେ ସେ ଆଗକୁ ବଢିଲେ ଏବଂ ସଫଳ ହେଲେ l ସେ ଆଜି ବହୁ ମହିଳାଙ୍କୁ ଏ କ୍ଷେତ୍ରରେ ନିଜର ମହାନ ଅନୁଭୂତି ପ୍ରଦାନ କରୁଛନ୍ତି l

ୟୁରୋପା ଭୋମିକ:

Image result for Europa Bhowmik  bodybuilder
ବଡିବିଲଡିଙ୍ଗ କ୍ଷେତ୍ରରେ ୟୁରୋପା ହେଉଛନ୍ତି ଜଣେ ଆଗ ଧାଡ଼ିର ପ୍ରତିଯୋଗୀ l ସେ ସମ ବୟସ୍କା ମହିଳା ଏବଂ ତରୁଣୀ ମାନଙ୍କ ନିମନ୍ତେ ଆଜି ଜଣେ ରୋଲ ମଡେଲ କହିଲେ ଚଳେ l ୟୁରୋପା କୁହନ୍ତି ସେ ସ୍କୁଲରେ ନିଜର ମୋଟା ଚେହରା ଆଉ କମ ଉଚ୍ଚତା ଯୋଗୁଁ ସାଙ୍ଗ ମାନଙ୍କ ଦ୍ୱାରା ବହୁତ ଟାହି ଟାପରା ଏବଂ ବ୍ୟଙ୍ଗର ଶିକାର ହେଉଥିଲେ l ସେଥିରୁ କେମିତି ଭାବରେ ମୁକ୍ତି ପାଇବେ ସେ ଦୃଢ଼ ଇଛା ତାଙ୍କ ମନରେ ବସା ବାନ୍ଧିଲା ଏବଂ ସେ ଜିମରେ ଯୋଗ ଦେଲେ l ତାଙ୍କର ପ୍ରଗାଢ଼ ପ୍ରଚେଷ୍ଟା ଉପରେ ତାଲିମ ପ୍ରଦାନନକାରୀଙ୍କର ନଜର ପଡିଲା l ସେହିଠାରୁ ଧୀରେ ଧୀରେ ସେ ଆଗକୁ ବଢ଼ିଲେ ଆଉ ସେ ଆଜି ଭାରତର ଜଣେ ପ୍ରସିଦ୍ଧ ମହିଳା ବଡିବିଲଡର l

ରେବୀତା ଦେବୀ:

Image result for rebita devi bodybuilder
ବଡିବିଲଡିଙ୍ଗ କରିବା ପୂର୍ବରୁ ରେବୀତା ଦେବୀ ଏକାଧାରରେ ଜଣେ ଉସୁ, ଟାଏକୋଣ୍ଡ ଏବଂ ମୁଷ୍ଟିଯୋଦ୍ଧା ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲେ l ପ୍ରଥମରେ ସେ ନିଜର ମାଂସପେଶୀକୁ ସୁଗଠିତ ଏବଂ ସୁଦୃଢ଼ କରିବା ନିମନ୍ତେ ଜିମକୁ ଯାଉଥିଲେ, କିନ୍ତୁ ପରବର୍ତୀ ସମୟରେ ତାଙ୍କର ପ୍ରଶିକ୍ଷକଙ୍କର ପରାମର୍ଶରେ ସେ ବଡିବିଲଡିଙ୍ଗ ଦିଗରେ ଅଧିକ ମନୋନିବେଶ କରିଲେ l ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ବର୍ଗରେ ସେ ଟାଇଟଲ ଜିତିଛନ୍ତି l

ଜସ୍ମିନ ମନାକ:

Image result for Jasmine Manak bodybuilder
ଆଜିକାଲିର ପୁରୁଷ ପ୍ରଧାନ ସମାଜରେ ମହିଳା ବଡିବିଲଡିଙ୍ଗ କ୍ଷେତ୍ରରେ ନାଁ କମେଇବା କିଛି କମ କଥା ନୁହେଁ l ସବୁ କିଛିକୁ ପଛରେ ପକାଇ ଆଜି ଆଗ ଧାଡ଼ିର ମହିଳା ବଡିବିଲଡର ବନିଛନ୍ତି ଜସ୍ମିନ ମନାକ l ଜସ୍ମିନ କୁହନ୍ତି, ସେ ବହୁତ ସମାଲୋଚନା ଶୁଣିଛନ୍ତି କିନ୍ତୁ ସେ ସବୁକୁ ସେ ପଛରେ ପକାଇଦେଇଛନ୍ତି l ତାଙ୍କର ପରିବାରର ସମର୍ଥନ ହିଁ ତାଙ୍କୁ ଆଜି ଏ ପର୍ଯ୍ୟନ୍ତ ନେଇ ଆସିଛି ବୋଲି ସେ କୁହନ୍ତି l ସାଧାରଣ ଗତାନୁଗତିକ ଜୀବନଧାରାକୁ ସେ ପସନ୍ଦ କରନ୍ତି ନାହିଁl
ଗୁରୁଗ୍ରାମରେ ତାଙ୍କର ନିଜର ଜିମ ରହିଛି ଯେଉଁଠି ସେ ପୁରୁଷ ଏବଂ ମହିଳାମାନଙ୍କୁ ବ୍ୟାୟାମ ଶିକ୍ଷା ପ୍ରଦାନ କରନ୍ତି l

ଆଜିର ନାରୀ କେତେ ସଶକ୍ତ ଆଉ କେତେ ଆଗୁଆ ଏହି ମହିଳାମାନେ ହେଉଛନ୍ତି ତାହାର ଉଦାହରଣ l ଦିନଥିଲା ଘରର ଚାରିକାନ୍ଥ ହିଁ ତାର ଜୀବନ ଥିଲା କହିଲେ ଚଳେ l କିନ୍ତୁ ସମୟ ବଦଳିବ ସହିତ ବଦଳିଯାଇଛି ଜୀବନର ଧାରା l

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x