Reading Time: < 1 minuteଧର୍ମ ସମ୍ପର୍କରେ ଶାହରୁଖ୍ ନିଜର ମତାମତକୁ ଏକ ଭିଡିଓ ମାଧ୍ୟମରେ ସୋସିଆଲ ମିଡ଼ିଆରେ ସେୟାର କରିଥିବା ବେଳେ ଏହା ବହୁତ ଚର୍ଚ୍ଚାର ବିଷୟ ପାଲଟିଛି l ଶାହରୁଖ୍ଙ୍କର ପ୍ରଶଂସକମାନଙ୍କ ମଧ୍ୟରେ ଏହା ବେଶ୍ ଭାଇରାଲ୍ ହୋଇଛି l ଏହା ମନୋରଞ୍ଜନ ଭିତିକ କାର୍ଯ୍ୟକ୍ରମ ଡାନ୍ସ ପ୍ଲସ୍ ଏକ ଅଧ୍ୟାୟରେ ଦେଖାଯାଇଛି, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶାହରୁଖ୍ ଉପସ୍ଥିତ ଥିଲେ l ଉପସ୍ଥିତ ବିଚାରକମଣ୍ଡଳୀ ଏବଂ ଦର୍ଶକଙ୍କ ସାମ୍ନାରେ ସେ ନିଜର ବ୍ୟକ୍ତିଗତ ମତ ପ୍ରକାଶ କରି ସେ କହିଲେ ଯେ “…ମୋର ପରିବାରରେ ଆମର ହିନ୍ଦୁ-ମୁସଲମାନ ସମ୍ପର୍କରେ କୌଣସି କଥା ଉଠେ ନାହିଁ l ମୁଁ ମୁସଲମାନ, ମୋର ପତ୍ନୀ ହିନ୍ଦୁ, ଆଉ ଆମର ପିଲାମାନେ ହେଲେ ହିନ୍ଦୁସ୍ତାନ, ଏହା ବାସ୍ତବ କଥା…” l
ଶାହରୁଖ୍ ପୁଣି କହିଲେ ଯେ, ତାଙ୍କର ଝିଅ ସୁହାନା ଯେବେ କମ ବୟସର ଥିଲେ, ସୁହାନା ତାଙ୍କୁ ଧର୍ମ ବିଷୟରେ ପ୍ରଶ୍ନ କରିଥିଲେ l ଶାହରୁଖ୍ ଉତ୍ତର ଦେବାକୁ ଯାଇ ତାଙ୍କୁ କହିଥିଲେ ଯେ, “ଆମେସବୁ ଭାରତୀୟ, ଆମର କୌଣସି ଧର୍ମ ନାହିଁ କିମ୍ବା କୌଣସି ଧର୍ମ ରହିବା ମଧ୍ୟ ଉଚିତ ନୁହେଁ l”
୨୦୧୫ରେ ଶାହରୁଖ୍ଙ୍କର ୫୦ତମ ଜନ୍ମ ଦିବସରେ ଏକ ବିଶେଷ ସାକ୍ଷାତକାରରେ ଶାହରୁଖ୍ କହିଥିଲେ ଯେ, “ଧାର୍ମିକ ଅସହନୀୟତା କିମ୍ବା ଅନ୍ୟ କୌଣସି ପ୍ରକାରର ଅସହନୀୟତା ସମ୍ପୂର୍ଣ୍ଣ ଖରାପ ଅଟେ ଏବଂ ଏହା ଆମମାନଙ୍କୁ ଅନ୍ଧାରି ଯୁଗକୁ ଟାଣିନେବ l ସେ କହିଲେ ଯେ, ଆମର ମାଂସ ଖାଇବାର ଅଭ୍ୟାସକୁ ବିବେଚନା କରି ଆମର ଧର୍ମକୁ ନିର୍ଣ୍ଣୟ କରାଯିବା ଉଚିତ ନୁହେଁ l” ସେ ସମୟରେ ତାଙ୍କର ଏହି ମନ୍ତବ୍ୟକୁ ନେଇ ଶାହରୁଖ୍ ବିଜେପି ରାଜନେତାମାନଙ୍କର ସମାଲୋଚନାର ଶରବ୍ୟ ମଧ୍ୟ ହୋଇଥିଲେ l
କାର୍ଯ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ “ଜିରୋ” ଚଳଚ୍ଚିତ୍ରରେ ଶାହରୁଖ୍ଙ୍କୁ ଦେଖାଯାଇଥିଲା, ବର୍ତ୍ତମାନ ସୁଦ୍ଧା ଶାହରୁଖ୍ କୌଣସି ନୂତନ ଚଳଚ୍ଚିତ୍ରର ଘୋଷଣା କରିନାହାଁନ୍ତି l ବର୍ତ୍ତମାନ ଶାହରୁଖ୍ ନିଜର ଚଳଚ୍ଚିତ୍ର ନିର୍ମାଣ ସଂସ୍ଥା ରେଡ଼୍ ଚିଲିଜ୍ ଏଣ୍ଟରଟେନମେଣ୍ଟରେ ଅଧିକ ମନୋନିବେଶ କରୁଛନ୍ତି l ଶାହରୁଖ୍ଙ୍କର ନିଜର ସଂସ୍ଥା ଅଧୀନରେ ୱେବ୍ ସିରିଜ୍ “ବାର୍ଡ଼ ଅଫ୍ ବ୍ଲଡ” ପ୍ରସ୍ତୁତ କରିଛନ୍ତି ଏବଂ ବର୍ତ୍ତମାନ “ବବ୍ ବିଶ୍ୱାସ” ନିର୍ମାଣ କରୁଛନ୍ତି, ଯେଉଁଥିରେ ଅଭିଷେକ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି l
Love you Khan Sahab pic.twitter.com/lHpGnx0s9a
— Shahnawaz 😎 (@iamshanu555) January 26, 2020
