
୩୭-ବର୍ଷୀୟା ବଲିଉଡ଼୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ଯାହା ଲାଗୁଛି ପ୍ରିୟଙ୍କା ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଆସିଛନ୍ତି। ତାଙ୍କର ବେଶ ପରିପାଟୀ ହେଉ ବା ଷ୍ଟାଇଲକୁ ନେଇ ହେଉ। ଏଇ ନିକଟରେ ଗ୍ରାମ୍ମୀସ ପୁରସ୍କାର ଉତ୍ସବର ରେଡ଼୍ କାର୍ପେଟରେ ପ୍ରିୟଙ୍କା-ନିକ୍ ଯୋଡ଼ି ଉପସ୍ଥିତ ଥିଲେ। ହେଲେ ସମସ୍ତଙ୍କର ନଜର ଯେମିତି ତାଙ୍କର ପୋଷାକ ଉପରେ ଅଟକିଗଲା। ଆଉ ଗଣମାଧ୍ୟମ ଯେମିତି ତାଙ୍କର ପଛରେ ପଡ଼ିଛି। ଆରେ ବାଃ ! କେତେ ଚର୍ଚ୍ଚା, କେତେ ହଟଚମଟ। ଆଉ ଏ ସମ୍ବନ୍ଧରେ ଇଣ୍ଟର୍ନେଟରେ ଖୋଜାଖୋଜି କରିବାର ସୀମା ଟପିଛି। ସମାଲୋଚନାର ଅନ୍ତ ନାହିଁ !
ରେଡ଼୍ କାର୍ପେଟରେ ପ୍ରିୟଙ୍କାଙ୍କୁ ଗଭୀର ନେକଲାଇନ ଥିବା ଗାଉନ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଯାହାକି ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ଏ ସବୁର ସ୍ପଷ୍ଟୀକରଣ ଦେବାକୁ ଯାଇ ନିଜେ ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ, ” ଏହି ପୋଷାକଟିକୁ ଡିଜାଇନର ମାନେ ବହୁତ ଯତ୍ନର ସହିତ ପ୍ରସ୍ତୁତ କରିଛନ୍ତି। ଯେପରି ଏହା ଗ୍ରାମ୍ମୀସ ଉତ୍ସବରେ ଖସି ନଯିବ ସେଠି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା। ତାଙ୍କର ତ୍ୱଚାର ରଙ୍ଗ ସହିତ ମେଳ ଖାଉଥିବା “ଟୁଲେ”କୁ ବ୍ୟବହାର କରି ଗାଉନ୍ଟିକୁ ଶରୀର ସହିତ ଜଡ଼ାଇ ରଖାଯାଇଥିଲା ଯେମିତି ଏହା କ୍ୟାମେରା ଦ୍ୱାରା ମଧ୍ୟ ଦୃଶ୍ୟମାନ ହୋଇପାରିବ ନାହିଁ।” ପ୍ରିୟଙ୍କା ପୁଣି କହିଛନ୍ତି ଯେ, ଡିଜାଇନରମାନେ ସବୁବେଳେ ସତର୍କତାର ସହିତ ତାଙ୍କର ପୋଷାକ ତିଆରି କରିଥାନ୍ତି। ସେ କେବେ ଖାମଖିଆଲୀ ଭାବରେ ବାହାରକୁ ପୋଷାକ ପିନ୍ଧି ବାହାରି ନଥାନ୍ତି ଏବଂ ଫ୍ୟାସନ୍କୁ ଗୁରୁତ୍ୱ ଦେଇଥାନ୍ତି। କୌଣସି ପୋଷାକ ପରିଧାନ କରିବାରେ ସେ କେବେ ହଡ଼ବଡେ଼ଇ ଯାଆନ୍ତି ନାହିଁ ବୋଲି କହିଛନ୍ତି।
ଏ ସମ୍ପର୍କରେ ପ୍ରିୟଙ୍କାଙ୍କର ମା, ମଧୁ ଚୋପ୍ରା କହନ୍ତି ଯେ, ଗ୍ରାମ୍ମୀସ ଉତ୍ସବରେ ପ୍ରିୟଙ୍କା ଯାହା ପରିଧାନ କରିଥିଲେ ତାହା ଦେଖି ସେ ବହୁତ ଖୁସି ଅଟନ୍ତି ଏବଂ ଏହା ପ୍ରିୟଙ୍କାଙ୍କୁ ଅଧିକ ଦୃଢ଼ତା ପ୍ରଦାନ କରିଛି। ଏ ସମ୍ପର୍କରେ ମଧୁ ପ୍ରୀୟଙ୍କାଙ୍କୁ ଅଧିକ ଉତ୍ସାହିତ କରୁଥିବାର ଜଣାପଡ଼ୁଛି। ମଧୁ କହିଛନ୍ତି ଯେ, ପ୍ରିୟଙ୍କା ତାଙ୍କୁ ଏହି ପୋଷାକଟିକୁ ପରିଧାନ କରିବା ପୂର୍ବରୁ ଦେଖାଇଥିଲେ।
ପେସାଗତ ଦୃଷ୍ଟିରୁ ଦେଖିଲେ ପ୍ରିୟଙ୍କାଙ୍କୁ ସୋନାଲି ବୋଷଙ୍କର ଚଳଚ୍ଚିତ୍ର ‘ଦି ସ୍କାଏ ଇଜ ପିଙ୍କ’ ରେ ଦେଖାଯାଇଥିଲା। ଆଗକୁ ସେ କେତେଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିବାର ସୂଚନା ମିଳିଛି। ପ୍ରସିଦ୍ଧ ଲେଖକ ଅରବିନ୍ଦ ଆଡିଗାଙ୍କର ଉପନ୍ୟାସ “ଦି ହ୍ୱାଇଟ ଟାଇଗର”ର ଅବତାରଣାରେ ନିର୍ମିତ ଏକ ଚଳଚ୍ଚିତ୍ରରେ ପ୍ରିୟଙ୍କା ଅଭିନୟ କରୁଛନ୍ତି। କିନୁ ରିଭିସଙ୍କର ମାଟ୍ରିକ୍ସ ୪ ରେ ସେ ମଧ୍ୟ ଯୋଗଦେଇ ପାରନ୍ତି।