ସମୟ ଏବଂ ପ୍ରଯୁକ୍ତି ବିଦ୍ୟା ସହିତ ତାଳ ଦେଇ ଆଜିର ସମୟରେ ମନୋରଞ୍ଜନର ସଂଜ୍ଞା ଏବଂ ମାଧ୍ୟମରେ ବହୁତ ପରିବର୍ତ୍ତନ ଆସିଯାଇଛି। ଗୋଟିଏ ଚୁଟକୀରେ ଆମେ ଆମର ପସନ୍ଦର ଚଳଚ୍ଚିତ୍ରକୁ ଦେଖି ପାରୁଛେ। ଏ ସବୁ ପାଇଁ ଆମକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ୱେବ୍ ସିରିଜ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମଗୁଡ଼ିକ। ଟିଭିରେ ଆସିବା ପୂର୍ବରୁ ନେଟଫ୍ଲିକ୍ସ ଏବଂ ଆମେଜନ ପ୍ରାଇମ ମାଧ୍ୟମରେ ଆମେ ଫିଲ୍ମ ଦେଖିପାରୁଛୁ। ବିଶେଷକରି ଏହି କାରଣ ଯୋଗୁଁ ଲୋକମାନେ ଦିନକୁ ଦିନ ଏହି ସବୁ ପ୍ଲାଟଫର୍ମ ଗୁଡ଼ିକ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ବିଶେଷ କରି ଯୁବ ଗୋଷ୍ଠୀଙ୍କର ଏହା ପ୍ରଥମ ପସନ୍ଦ ହୋଇପାରିଛି। ଯଦି ଆପଣଙ୍କର ଫିଲ୍ମଗୁଡ଼ିକ ପ୍ରତି ସଉକ ରହିଛି ତେବେ ଏହି ଆପ୍ଗୁଡ଼ିକୁ ଆପଣଙ୍କର ଫୋନରେ ଇନଷ୍ଟଲ କରିଦିଅନ୍ତୁ ଏବଂ ମନପସନ୍ଦର ଫିଲ୍ମଗୁଡ଼ିକୁ ଦେଖି ମନୋରଞ୍ଜନ କରନ୍ତୁ। ବର୍ତ୍ତମାନର ହିସାବ ଅନୁସାରେ ଭାରତରେ ଅନଲାଇନ ଭିଡ଼ିଓର ବ୍ୟବହାରକାରୀମାନଙ୍କ ସଂଖ୍ୟା ୧୪.୪ କୋଟିରେ ପହଞ୍ଚିଛି। ଆଜି ଆମେ ଏଠାରେ କେତେଗୋଟି ମୁଖ୍ୟ ଫିଲ୍ମ ଆପ୍ ବିଷୟରେ ସମ୍ୟକ ଆଲୋଚନା କରିବା ଯାହାକି ଆପଣଙ୍କୁ ବହୁତ ସାହାଯ୍ୟ କରିବ।
ଏମଏକ୍ସ ପ୍ଲେୟର (MX Player)
ପ୍ରାୟ ସମସ୍ତେ ଫିଲ୍ମ ଦେଖିବା ନିମନ୍ତେ MX Player ର ବ୍ୟବହାର ଜାଣନ୍ତି। ଏହି ଆପ୍କୁ ବହୁତ ଦିନରୁ ଉପଭୋକ୍ତା ମାନେ ବ୍ୟବହାର କରିଆସୁଛନ୍ତି। ସତରେ କହିବାକୁ ଗଲେ, ଆଣ୍ଡ୍ରଏଡ଼ ଫୋନର ପ୍ରଚଳନ ହେବା ଦିନଠାରୁ ଫିଲ୍ମ ଦେଖିବା ନିମନ୍ତେ ଏହି ଆପ୍କୁ ବ୍ୟବହାର କରାଯାଉଛି। ଫିଲ୍ମ ଦେଖିବା ପାଇଁ ବହୁତ ପ୍ଲାଟଫର୍ମ ଆଜି ଉପଲବ୍ଧ ହେଉଛି କିନ୍ତୁ ଏହା ବହୁତ ଦିନ ଆଗରୁ ଚାଲିଆସୁଛି l MX Player ମାଧ୍ୟମରେ ଆପଣ ବଲିଉଡ, ହଲିଉଡ଼ ଭଳି ସମସ୍ତ ମନୋରଞ୍ଜନ ଭିତିକ କାର୍ଯ୍ୟକ୍ରମଗୁଡ଼ିକୁ ଦେଖି ପାରିବେ।
ଭିଡମିକ୍ସ (Vidmix)
ଭିଡମିକ୍ସ ଆପ୍ ବହୁତ ବଢ଼ିଆ ଅଟେ। ଏଥିରେ ଆପଣ ନୂଆ ଏବଂ ପୁରୁଣା ଫିଲ୍ମଗୁଡ଼ିକ ଦେଖିପାରିବେ। ନୂଆକରି ମୁକ୍ତିଲାଭ କରିଥିବା ଫିଲ୍ମ ଗୁଡ଼ିକୁ ଆପଣ ଦେଖିପାରିବେ। ବିଭିନ୍ନ ପ୍ରକାରର ଭିଡିଓ ଗୁଡ଼ିକୁ ଆପଣ ଏହି Vidmix ମାଧ୍ୟମରେ ଡାଉନଲୋଡ଼ କରିପାରିବେ, ଏପରିକି ୟୁଟ୍ୟୁବ୍ ଭିଡିଓକୁ ମଧ୍ୟ ଡାଉନଲୋଡ଼ କରିପାରିବେ।
ହଟଷ୍ଟାର (HotStar)
ଆରମ୍ଭରୁ ହଟଷ୍ଟାର ଆପ୍ ଷ୍ଟାର ପ୍ଲସ ଚ୍ୟାନେଲର ଅନଲାଇନ ମୋଡରେ ଆସିଥିଲା। କିନ୍ତୁ ଆପଣ ଏବେ ଏହା ମାଧ୍ୟମରେ ହଲିଉଡ଼ ଫିଲ୍ମ, ବଲିଉଡ ଫିଲ୍ମ ସବୁ ଦେଖିପାରିବେ, ଏପରିକି ଲାଇଭ କ୍ରିକେଟ ମଧ୍ୟ ଦେଖିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେତେକ ଫିଲ୍ମକୁ ରିଲିଜ ହେବା ପରେ ପରେ ଆପଣ ଦେଖିପାରିବେ।
ନେଟଫ୍ଲିକ୍ସ (NETFLIX)
ଫିଲ୍ମ ଦେଖିବା ନିମନ୍ତେ ବର୍ତ୍ତମାନ ସମୟର ସବୁଠାରୁ ପ୍ରସିଦ୍ଧ ଆପ୍ ହେଉଛି ନେଟଫ୍ଲିକ୍ସ। ଏହା ମାଧ୍ୟମରେ ୱେବ ସିରିଜ ଏବଂ ଫିଲ୍ମ ଦେଖିବାକୁ ହେଲେ ଆପଣଙ୍କୁ ନେଟଫ୍ଲିକ୍ସ ସବସ୍କ୍ରିପସନ କ୍ରୟ କରିବାକୁ ହେବ। ଆହୁରି ମଧ୍ୟ ଆପଣ ନେଟଫ୍ଲିକ୍ସ ମାଧ୍ୟମରେ ନୂଆ ନୂଆ ମୁକ୍ତିଲାଭ କରିଥିବା ଫିଲ୍ମଗୁଡ଼ିକ ଦେଖିପାରିବେ। ନେଟଫ୍ଲିକ୍ସ ଆପ୍ ରେ ଆପଣଙ୍କୁ ବହୁତ ଭଲ ସ୍ପିଡ଼ ମିଳିବ ଏବଂ ବିନା ବଫରିଙ୍ଗରେ ଆପଣ ଫିଲ୍ମ ଦେଖିପାରିବେ।
ୟୁଟ୍ୟୁବ୍ (YouTube)
ଆପଣମାନେ ନିଶ୍ଚିତ ଭାବରେ ୟୁଟ୍ୟୁବ୍ ନାମ ଶୁଣିଥିବେ ଏବଂ ଏହାର ବ୍ୟବହାର ମଧ୍ୟ କରିଥିବେ। ୟୁଟ୍ୟୁବ୍ ମଧ୍ୟ ଫିଲ୍ମ ଦେଖିବାର ଏକ ମାଧ୍ୟମ ଅଟେ।ୟୁଟ୍ୟୁବ୍ ମାଧ୍ୟମରେ ଆପଣ ମଧ୍ୟ ହଲିଉଡ ଏବଂ ବଲିଉଡ ଫିଲ୍ମଗୁଡ଼ିକ ଦେଖିପାରିବେ। ୟୁଟ୍ୟୁବ୍ ବହୁତ ଲୋକ ବ୍ୟବହାର କରୁଥିଲେ ମଧ୍ୟ ଏହାର ସ୍ପିଡ଼ ବହୁତ ଭଲ ଅଟେ। ଆପଣଙ୍କୁ ଯେକୌଣସି ବିଷୟରେ ଭିଡିଓ ଭିତିକ ତଥ୍ୟ ୟୁଟ୍ୟୁବ୍ରୁ ମିଳିପାରିବ।