ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତୁ... - Utkal Odisha

ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତୁ…

Reading Time: 2 minutes

ଆମ ମାନଙ୍କର ଘରେ ପରିବାରରେ ଆମର ଅଜା ଆଇ କିମ୍ବା ଜେଜେ ବାପା ଆଉ ଜେଜେ ମା ଆମ ପାଇଁ ବୟସ୍କ ବ୍ୟକ୍ତି l କିନ୍ତୁ ସେମାନଙ୍କ ଠାରୁ ବୟସ୍କ ବ୍ୟକ୍ତିଙ୍କୁ ଯଦିଓ ଆମେ କେବେ କେଉଁଠି ଦେଖୁ ତେବେ ଆମ ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେ ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତି କିଏ ଏବଂ ତାଙ୍କର ବୟସ କେତେ ? ଏମିତି ଆହୁରି ଅନେକ ପ୍ରଶ୍ନ ମନକୁ ଆସେ l ଆସନ୍ତୁ ଆଜି ଆମେ ବିଶ୍ୱର ବୟସ୍କ ବ୍ୟକ୍ତିଙ୍କ ବିଷୟରେ ଅଳ୍ପ କେଇପଦ କଥା ଜାଣିବା l

Image result for bob weighton

ଆଜି ଆପଣ ପସନ୍ଦ କରିବା ଭଳି ଏକ ଛୋଟ ଆଲୋଚନା ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ l ତାଙ୍କର ନାମ ହେଉଛି ବବ୍ ୱେଟନ l ୱେଟନ ବବ୍ ୧୯୦୮ ମସିହା 29 ମାର୍ଚ୍ଚରେ ଜନ୍ମ ଗ୍ରହଣ କରିଥିଲେ l ସେ ଅଲଟନ, ହମ୍ପସୟାରରର ବାସିନ୍ଦା l ବୟସ ତାଙ୍କର ୧୧୧ ବର୍ଷ ଏବଂ ସେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିର ମାନ୍ୟତା ଅର୍ଜନ କରିଛନ୍ତି l ୱେଟନଙ୍କ ପୂର୍ବରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବରେ ଜାପାନର ଚିଟେସୁ ୱାଟନାବେ l ବିଶେଷ ସୂତ୍ରରୁ ଜଣାଯାଏ ଯେ, ସବୁଠାରୁ ବୟସ୍କ ବ୍ୟକ୍ତି ହିସାବରେ ଗିନିଜ୍ ବିଶ୍ୱ ରେକର୍ଡ ହାସଲ କରିଥିବା ଚିଟେସୁ ୱାଟନାବେ ୧୧୨ ବର୍ଷ ବୟସରେ ଗତ ଫେବୃଆରୀ ୨୩, ୨୦୨୦ ରେ ମୃତ୍ୟୁବରଣ କରିଛନ୍ତି l ଚିଟେସୁଙ୍କର ମୃତ୍ୟୁ ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ବବ୍ ୱେଟନ l

Image result for bob weighton

ବବ୍ ୱେଟନ ଏହା ପୂର୍ବରୁ ବ୍ରିଟେନ ଏବଂ ଇଂଲଣ୍ଡର ସବୁଠାରୁ ବୟସ୍କ ବ୍ୟକ୍ତି ହିସାବରେ ମାନ୍ୟତା ପାଇଛନ୍ତି l ସେ ପେସାରେ ଜଣେ ଶିକ୍ଷକ ଏବଂ ଇଂଜିନିୟର ଥିଲେ l ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏତେ ବଡ଼ ପ୍ରସିଦ୍ଧି ପାଇଲା ପରେ ଏହା ପାଇଁ ଉତ୍ସବ ମନାଇବା ନିମନ୍ତେ କୌଣସି ପ୍ରକାରେ ସେ ଆଗ୍ରହ ପ୍ରକାଶ କରିନାହାଁନ୍ତି l ବବ୍ ୱେଟନ ନିଜେ କହିଛନ୍ତି ଯେ, ସେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି ଏବଂ ସେ ଉତ୍ସବ ପାଳନ କରିବାକୁ ଆଗ୍ରହୀ ନୁହଁନ୍ତି l ଜଣେ ବ୍ୟକ୍ତିର ମୃତ୍ୟୁ ପରେ ସେ ବୟୋଜ୍ୟେଷ୍ଠ ହୋଇଛନ୍ତି ବୋଲି ସେ କୁହନ୍ତି l ଏଥିପାଇଁ ମୁଁ ତ ଏମିତି କିଛି ବିଶେଷ ଉଦ୍ୟମ କରିନାହିଁ l ସେ ଏହା ଚାହିଁ ନଥିଲେ କିମ୍ବା ଏହା ତାଙ୍କର ଲକ୍ଷ୍ୟ ନଥିଲା ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି l

ୱେଟନଙ୍କ ଜନ୍ମ ୧୯୦୮ ମସିହା ୨୯ ମାର୍ଚ୍ଚ ମାସରେ ଇଂଲଣ୍ଡରେ ହୋଇଥିଲା l ସେ ପରେ ଜଣେ ଇଂଜିନିୟର ଭାବରେ ତାଇୱାନ, ଜାପାନ ଏବଂ କ୍ୟାନାଡାରେ କାମ କରୁଥିଲେ l ବର୍ତମାନ, ୱେଟନ ଏଲଟଟନରେ ସ୍ଥିତ ଏକ ଯତ୍ନ ପରିସରରେ ଥିବା ଫ୍ଲାଟରେ ଯବାନ ଜାପନ କରୁଛନ୍ତି l ଏହି ବିବାହରୁ ସେ ଦୁଇଟି ପୁଅ, ଗୋଟିଏ ଝିଅ, ଦଶଟି ନାତି ନାତୁଣୀ ଏବଂ ୨୫ଟି ଅଣନାତି ନାତୁଣୀ ପ୍ରାପ୍ତ କରିଥିଲେ l

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x