ajira odia news

ତାଜା ଖବର ଆଜିର…

Odia Khabar
Reading Time: 2 minutes

୧-ଛୋଟ ବୟସରେ ବଡ଼ ଉଦ୍ଭାବନ । ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଦଶମ ଶ୍ରେଣୀ ଛାତ୍ର ଶାଶ୍ୱତ ମିଶ୍ର ତିଆରି କଲେ ଥ୍ରୀ-ଡି ପ୍ରିଂଟର ମେସିନ୍, କୌଣସି ମଡେଲକୁ ଅବିକଳ ଭାବେ ପ୍ରସ୍ତୁତି କରିବାର ରହିଛି ନୂତନ ଜ୍ଞାନକୌଶଳ ।

୨-ଆଗାମୀ କିଛି ମାସରେ ୩୦ କୋଟି ଭାରତୀୟଙ୍କୁ କରୋନା ଟିକା ଦିଆଯିବ : ମୋଦୀ ।

୩-ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଗିରଫ । ଅଭିଯୁକ୍ତ ରାକେଶକୁ ଗିରଫ ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ ।

୪-ଫେବୃଆରୀ ୨ରେ ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଆସିବ କାର୍ଯ୍ୟସୂଚୀ । ସ୍କୁଲ ପ୍ରିନ୍ସିପାଲମାନଙ୍କ ସହ ଆଲୋଚନା ପରେ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

୫–ପୁଣି ‌ସୌରଭ ଗ‌ାଙ୍ଗୁଲିଙ୍କର କରାଗଲା ଆଞ୍ଜିଓପ୍ଲାଷ୍ଟି, ଧମନୀରେ ଲାଗିଲା ୨ଟି ଷ୍ଟେଣ୍ଟ ।

୬-ମା’ ନା ପୁଅ, ମହାରଥୀଙ୍କ ପରେ ପିପିଲିର ମଙ୍ଗ ଧରିବ କିଏ ? ନିର୍ବାଚନ ଲଢିବାକୁ ଇସାରା ଦେଲେ ପୁଅ ରୁଦ୍ର, ପୂର୍ବରୁ ସୁଯୋଗ ମିଳିଲେ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ପ୍ରତିଭା ମହାରଥୀ । ଏପଟେ ବିଜେଡିର ସଜବାଜ, ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ।

୭-ହିଂସାକାଣ୍ଡ ପରେ ଦିଲ୍ଲୀ ସୀମା ଖାଲି କରିବାକୁ ଚାଷୀଙ୍କ ଉପରେ ବଢ଼ୁଛି ଚାପ । ଗୃହମନ୍ତ୍ରାଳୟର ସମୀକ୍ଷା ପରେ ଆକ୍ସନ୍ ମୋଡରେ ପୁଲିସ୍ ।

୮-ଲାଲକିଲ୍ଲାରେ ପତାକା ଲଗାଇଥିବା ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ । ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

୯-ଦେଶରୁ ଧିରେ ଧିରେ ଗାଏବ ହେଉଛି କରୋନା । ୧୪୬ ଜିଲ୍ଲାରେ ୭ ଦିନ ହେଲା କୋଭିଡ୍ ମାମଲା ‘ଶୂନ’

୧୦-ଗାଜିପୁର ସୀମାରେ ୧୪୪ଧାରା ଲାଗୁ, କୃଷି ଆଇନ ପ୍ରତ୍ୟାହାର ନହେଲେ ଆତ୍ମହତ୍ୟା କରିବି ବୋଲି କହିଲେ ଟିକାୟତ ।

୧୧-ମଞ୍ଚ ଉପରେ କାନ୍ଦିପକାଇଲେ ଚାଷୀ ନେତା ରାକେଶ ଟିକାୟତ : କହିଲେ, ‘କୃଷି ଆଇନ ପ୍ରତ୍ୟାହାର ନହେଲେ ଆତ୍ମହତ୍ୟା କରିବି’ ।

୧୨-ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହେଲେ ଛାତ୍ର ବିଜେଡ଼ି କର୍ମକର୍ତ୍ତା

୧୩-ଟଙ୍କିକିଆ ଚାଉଳକୁ ନେଇ ମହାଭାରତ, ବାପର କାଠ ଫାଳିଆ ମାଡ଼ରେ ଭିନ୍ନକ୍ଷମ ପୁଅ ମୃତ ।ଏମିତି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମ ଦୁର୍ଗାମାଧବ ସାହିରେ ଘଟିଛି।

୧୪-ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ।।

୧୫-ବିଶ୍ବରେ ଇଲାଇଟ ‘ଥ୍ରୀ ଏ’ ଟାଇଟଲ ହାସଲ କଲା ରିଲାଏନ୍ସ ଜିଓ, 3ୟ ସର୍ବବୃହତ ମୋବାଇଲ ନେଟୱାର୍କ

୧୬-ଫେବ୍ରୁଆରି ୧ରୁ ହାଇକୋର୍ଟକୁ ଆସିବେ ସବୁ କର୍ମଚାରୀ .

୧୬-ବଜେଟ୍ ଅଧିବେଶନ: କଂଗ୍ରେସ ସମେତ ୧୬ ଟି ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ ।ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରତ୍ୟାଖାନ କରିବ ନାହିଁ ବିଜେଡି ।

୧୮-ଇଣ୍ଡିଆ ଟୁଡେ ଚ୍ୟାନେଲ ଛାଡିଲେ ରାଜଦୀପ ସରଦେଶାଇ । ମିଛ ଖବର ଖେଳାଇବା ଅଭିଯୋଗରେ ଚାକିରିରୁ ସସପେଣ୍ଡ କରିଥିଲା ଚ୍ୟାନେଲ୍ ।

୧୯-ଗଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କଲା ରାମ ମନ୍ଦିର । ଉତ୍ତରପ୍ରଦେଶ ସରକାରଙ୍କୁ ପୁରସ୍କୃତ କରିବେ ପ୍ରତିରକ୍ଷା ମନ୍ତ୍ରୀ ।

୨୦-ପଶ୍ଚିମବଙ୍ଗ: ନିର୍ବାଚନୀ ବିଗୁଲ ବାଜିବା ପୂର୍ବରୁ କଂଗ୍ରେସ ଓ ବାମଦଳ ମେଣ୍ଟ କରି ୧୯୩ ଆସନ ପାଇଁ ଶେଷ କଲେ ଭାଗବଣ୍ଟା ।

 

ସକାଳର ଖବର

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x