
➡️୧-ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ ଆସନ୍ତା ନଭେମ୍ବର ୭ ତାରିଖରେ ଚଳିତ ବର୍ଷର ପ୍ରଥମ ଉପଗ୍ରହ ମହାକାଶକୁ ଉତକ୍ଷେପଣ କରିବ । ଦିନରାତି ଓ ଘନ ମେଘ ଭିତରେ ବି ରଖିପାରିବ ନଜର ।
➡️୨-ନଭେମ୍ବର କିମ୍ବା ଡିସେମ୍ବରରୁ ସ୍କୁଲ ଖୋଲିବାର ସମ୍ଭାବନା ଅଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେବ ଗାଇଡଲାଇନ୍ ! ସ୍କୁଲରେ ହେବ କୋଭିଡ୍ ପରୀକ୍ଷା ।
➡️୩-ସରକାରଙ୍କୁ କେନ୍ଦ୍ର ସୂଚନା କମିସନଙ୍କ ନୋଟିସ; ‘ଆରୋଗ୍ୟ ସେତୁ’ର ପ୍ରସ୍ତୁତକର୍ତ୍ତା କିଏ ଜଣାଅ ।
➡️୪-କରୋନା ପ୍ରଭାବକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ : ମସ୍ତିଷ୍କ ଉପରେ ପ୍ରଭାବ ନେଇ ତଥ୍ୟ ପ୍ରକାଶ କଲା ୟୁରୋପୀୟ ସ୍ୱାସ୍ଥ୍ୟ ପତ୍ରିକା ସିଜର ; ବୟସ୍କଙ୍କ କ୍ଷେତ୍ରରେ କଥା କହିବା ଓ ବୁଝିବା ଶକ୍ତିରେ ହେଉଛି ଅସୁବିଧା ।
➡️୫-ଉପନିର୍ବାଚନ ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; କହିଲେ, କରୋନା ପରେ ତିର୍ତ୍ତୋଲ ଯିବି ।
➡️୬-କରୋନା କଟକଣା ଯୋଗୁ ସ୍ଥଗିତ ଥିବା ଓଡ଼ିଶା ପ୍ରଶାସନିକ ସେବାର ମେନ୍ ପରୀକ୍ଷା ଆସନ୍ତା ଡିସେମ୍ବର ୭ରୁ ଆରମ୍ଭ ହେବ। ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି କାର୍ଯ୍ୟସୂଚୀ ଜାରି ହୋଇଛି।
➡️୭-କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ଗତକାଲି ସେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି।
➡️୮-ହଂକଂ ଚତୁର୍ଥ ଥର ଲାଗି ଏୟାର ଇଣ୍ଡିଆ ବିମାନକୁ ବାତିଲ କରିଛି। ଏହି ବିମାନ କମ୍ପାନୀ ଫ୍ଲାଇଟ୍ରେ ଜଣେ କୋଭିଡ୍-୧୯ ସଂକ୍ରମିତ ଯାତ୍ରୀ ବାହାରିବାରୁ କଟକଣା ଲଗାଯାଇଥିବା ଜଣାପଡିଛି। ନଭେମ୍ବର ୧୦ ଯାଏ ମୁମ୍ବାଇରୁ ଯାଉଥିବା ବିମାନଗୁଡିକ ଏଭଳି ନିୟମ ଲାଗୁ ହେବ।
➡️୯-ଦିଲ୍ଲୀରେ ପୁଣି ଚିନ୍ତାଜନକ ହେଉଛି କରୋନା, ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୫ହଜାର ୫ଶହରୁ ଅଧିକ ଲୋକେ ।
➡️୧୦-ପୁଣି ସେନାର ଶକ୍ତି ବଢାଇବ ଆକାଶର ବାହୁବଳୀ । ଆସନ୍ତା ମାସ ଭାରତକୁ ଆସିବ ୩ଟି ରାଫେଲ ବିମାନ । ଏପ୍ରିଲ ସୁଦ୍ଧା ବାୟୁସେନାରେ ସାମିଲ ହେବ ଆଉ ୧୬ଟି ରାଫେଲ ବିମାନ ।
➡️୧୧-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ଦ୍ବିତୀୟ ତଥା ବକ୍ସି ଡେ ଟେଷ୍ଟ ଡିସେମ୍ବର ୨୬ରୁ ୩୦ ପର୍ୟ୍ୟନ୍ତ ମେଲ୍ବୋର୍ଣ୍ଣରେ ଖେଳାଯିବ। ଉକ୍ତ ମ୍ୟାଚ ଲାଗି ପ୍ରତିିଦିନ ଷ୍ଟାଡ଼ିୟମକୁ ୨୫ ହଜାର ଦର୍ଶକ ମ୍ୟାଚ ଦେଖିବାର ସୁଯୋଗ ପାଇବେ।
➡️୧୨-ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ।
➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।