
“ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ସୋମବାର ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦକୁ ସୂଚନା ଦେଇଛନ୍ତି ଯେ କରୋନା ଭାଇରସ୍ର ଭ୍ୟାକ୍ସିନ୍ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଆନୁମାନିକ ସମୟ ପୂର୍ବରୁ ଟୀକା ପ୍ରସ୍ତୁତି କାମ ଶେଷ ହେବାର ଆଶା ଅଛି ବୋଲି ସେ କହିଛନ୍ତି। ଟେଡ୍ରୋସ୍ କହିଛନ୍ତି ଯେ ୭ ରୁ ୮ଟି ଟିମ୍ ମିଳିତ ଭାବେ ଏହି ଭ୍ୟାକ୍ସିନ୍କୁ ପ୍ରସ୍ତୁତ କରୁଛନ୍ତି। ଖୁବ୍ ଶୀଘ୍ର ବିଶ୍ୱକୁ ଏକ ଖୁସି ଖବର ମିଳିବ ବୋଲି କହିଛନ୍ତି
“ଟେଡ୍ରୋସଙ୍କ କହିବା ଅନୁଯାୟୀ, ଅନେକ ଦେଶ ଏହି ବିପଦ ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ପ୍ରାୟ ୧୦୦ ଟି ଅଲଗା ଅଲଗା ଟିମ୍ ଏହି ଟିକାକୁ ନେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି। ସେଥିମଧ୍ୟରୁ ୮ ଟି ଟିମ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାର ସଫଳତାର ପାଦ ଦେଶରେ ବୋଲି ଜଣାପଡିଛି।
ସେ କହିଛନ୍ତି ‘ଦୁଇମାସ ପୂର୍ବେ ଆମେ ଅନୁମାନ କରିଥିଲୁ ଯେ, ଏହି ଭ୍ୟାକ୍ସିନ୍ ପ୍ରସ୍ତୁତି କରିବାକୁ ୧୨ ରୁ ୧୮ ମାସ ସମୟ ଲାଗିବ। କିନ୍ତୁ ଭ୍ୟାକ୍ସିନ୍ ପ୍ରସ୍ତୁତ ଦ୍ରୁତ ଗତିରେ ଚାଲିଥିବାରୁ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।’
“ଟେଡ୍ରୋସ୍ କହିଛନ୍ତି ଯେ, ଏହି ଭ୍ୟାକ୍ସିନ୍କୁ ଗବେଷଣା କରିବା ପାଇଁ ପ୍ରାୟ ୮ ବିଲିୟନ ଡଲାରର ସଂଗ୍ରହ କରାଯାଇଛି। ଟିକାଟି ତିଆରି ହେବାପରେ ଏହାର ଉତ୍ପାଦନ ବହୁଳ ମାତ୍ରାରେ ହେବା ଆବଶ୍ୟକ। । ତେଣୁ ଏତିକି ପରିମାଣର ଅର୍ଥ କମ୍ ପଡିବ ବୋଲି କହିଛନ୍ତି ଟେଡ୍ରୋସ୍। ପୂର୍ବରୁ ଏହି ବିଷୟରେ ସେ ୪୦ଟି ଦେଶକୁ ଅପିଲ୍ ମଧ୍ୟ କରିଥିଲେ।
WHO ମୁଖ୍ୟ କହିଛନ୍ତି ଯେ, ୮ ବିଲିୟନ ଡଲାର ପର୍ଯ୍ୟାପ୍ତ ନୁହେଁ, ଆମକୁ ଆଉ କିଛି ଅର୍ଥ ସାହାଯ୍ୟ ଦରକାର। ଯଦି ସାହାଯ୍ୟ ନମିଳିବ ତେବେ ଟିକା ପ୍ରସ୍ତୁତ କାର୍ଯ୍ୟ କ୍ରମାଗତ ଭାବରେ ବିଳମ୍ୱ ହେବ। WHO ଚାହୁଁଛି ଯେ, ଏହି ଟିକା ପ୍ରତ୍ୟେକ ଦେଶ ତଥା ବ୍ୟକ୍ତିଙ୍କ ନକଟରେ ପହଞ୍ଚିବା ଆବଶ୍ୟକ। ସେ କହିଛନ୍ତି ଯେ, ଆମେ ଭ୍ୟାକ୍ସିନ୍ ପ୍ରସ୍ତୁତ କରୁଥିବା ଟିମ୍ଙ୍କ ନାଁ ପ୍ରକାଶ କରିବାକୁ ମନା କରିଛୁ।
“ଟେଡ୍ରୋସ୍ କହିଛନ୍ତି ଯେ ଗତ ଜାନୁଆରୀରୁ ବିଶ୍ୱର ହଜାର ହଜାର ଗବେଷକଙ୍କ ସହ କାର୍ଯ୍ୟ କରୁଛୁ। ପଶୁମାନଙ୍କ ଉପରେ ଏହାର ପରୀକ୍ଷା କାମ ଆରମ୍ଭ କରାଯାଇଥିବାବେଳେ କେତେକ ମଣିଷମାନଙ୍କ ଉପରେ ମଧ୍ୟ ପରୀକ୍ଷା କରିଛୁ। ପ୍ରାୟ ୪୦୦ବୈଜ୍ଞାନିକଙ୍କ ଏକ ଟିମ୍ ଏହି ସମଗ୍ର କାର୍ଯ୍ୟ ଉପରେ ନଜର ରଖିଛନ୍ତି।
ଟେଡ୍ରୋସ୍ କହିଛନ୍ତି ଯେ କରୋନା ସଂକ୍ରମଣ ଅତ୍ୟନ୍ତ ବିପଜ୍ଜନକ ଏବଂ ବିନା ଟିକାରେ ଏହି ଯୁଦ୍ଧରୁ ଆମେ ଜିତି ପାରିବା ନାହିଁ। ସେ କହିଛନ୍ତି, ଏହି ଭାଇରସ ସମସ୍ତ ଦେଶକୁ ଏକ ଉଚିତ୍ ଶିକ୍ଷା ଦେଇଛି ଯେ ପ୍ରତ୍ୟେକ ଦେଶକୁ ଏକ ଶକ୍ତିଶାଳୀ ସ୍ୱାସ୍ଥ୍ୟସେବା ଆବଶ୍ୟକ।