Warning: The magic method Vc_Manager::__wakeup() must have public visibility in /home2/utkalodi/public_html/wp-content/plugins/js_composer/include/classes/core/class-vc-manager.php on line 202

Warning: Undefined array key "/home/utkalodi/public_html/wp-content/plugins/wpdiscuz/themes/default" in /home2/utkalodi/public_html/wp-content/plugins/wpdiscuz/utils/class.WpdiscuzHelper.php on line 455

Warning: Trying to access array offset on null in /home2/utkalodi/public_html/wp-content/plugins/wpdiscuz/utils/class.WpdiscuzHelper.php on line 455
ଯାତ୍ରା ଦେଖା - Utkal Odisha

ଯାତ୍ରା ଦେଖା

hqdefault
Reading Time: 3 minutes

ଧିରେ ଧିରେ ଟିକେ ବୋଧେ ଆମର ବିଦ୍ୟା, ବୁଦ୍ଧି ଆଉ ଅକଲ ସବୁ ଆସି ଯାଇଥିଲା। ତେଣୁ ଆମେ ବଡ଼ ହେବାକୁ ଲାଗିଲୁ। କ୍ରମଶଃ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାଡି ଆମେ ଦଳକ ଚାଲି ଆସିଥିଲୁ ମଧ୍ୟ ଇଂରାଜୀ ସ୍କୁଲକୁ। ଅବଶ୍ୟ ସେଇ ଏକା ସ୍କୁଲର ହତା ଭିତରେ ଏଇ ସ୍କୁଲଟାଯାକ ଚାଲିଥିଲା ଓ ଆମର ସମସ୍ତ କାର୍ଯ୍ଯକ୍ରମ ମଧ୍ଯ ପ୍ରାୟତଃ ମିଶିକି ହେଉଥାଏ ।

ହେଲେ ପ୍ରାଥମିକ ବିଦ୍ୟାଳୟ ସାରି ଆମେ ଯେତେବେଳେ ଏମ୍. ଇ. ସ୍କୁଲରେ ପାଠ ପଢିବା ଆରମ୍ଭ କଲୁ, ସେତେବେଳେ ମନରେ ଟିକିଏ ବଡ଼ପଣ ଆସି ଯାଇଥିଲା ଯେ, ଆମେ ଏବେ ବଡ଼ କ୍ଲାସର । ତେଣୁ ଛୋଟ ପିଲାଙ୍କ ଉପରେ ଟିକିଏ ଆଧିପତ୍ୟ ବିସ୍ତାର କରିବା ଓ ଭଲ ମନ୍ଦରେ ଆକଟ କରି ବଡ଼ ପଣଟା ଜାହିର୍ କରିବା ଆରମ୍ଭ ହୋଇ ଯାଇଥିଲା। ଏଣିକି ବିଦ୍ୟାଳୟର ସମସ୍ତ କାର୍ଯ୍ୟର ନେତୃତ୍ୱ ଆମ ପାଖକୁ ଆସି ଯାଇଥିଲା। ଆମ ଗାଁ ଛାଡ଼ି ବହୁ ବାହାର ଗାଁ ଛୁଆ ବି ମଧ୍ୟ ଏଠିକୁ ଏଣିକି ପାଠ ପଢିବାକୁ ଆସିଲେଣି।

ତେଣୁ ବିବିଧ ସଂସ୍କୃତି ଓ ସଭ୍ୟତାର ସଂସର୍ଗ କାରଣରୁ ଆମର ଆଚାରଗତ ବ୍ୟବହାରରେ ବିବିଧତା ପରିଲକ୍ଷିତ ହେଲା। ହେଲେ ଆମେ ପୁରୁଣା ଛୁଆ ହୋଇଥିବାରୁ ଆମ ଖାତିରିଟା ଆମ ସ୍କୁଲରେ ଟିକିଏ ବେଶୀ। ଏଣୁ ସବୁ କଥାରେ ଆମେ ଆଗ ଡାକରା।
ଏଇ ଏମ୍. ଇ. ସ୍କୁଲରେ ହଷ୍ଟେଲଟା ବି ଚାଲେ। କିଛି ବାହାର ଗାଁ ଛୁଆ ଏଠି ରହନ୍ତି। ଗଣେଶ ସାର୍ ଏଠାକାର ସୁପରିଣ୍ଟେଣ୍ଡେଣ୍ଟ। ଆମେ ସବୁ ରାତିରେ ପଢି ଘରକୁ ଫେରିଯାଉ। ଦିନେ ଦିନେ ଘରେ କହି ସ୍କୁଲରେ ଭୋଜି କରୁ ଆଉ ରହି ବି ଯାଉ।
ଦିନକର କାହାଣୀ ।ସେଦିନ ଶୁକ୍ରବାର ହୋଇଥାଏ।

ଏକା ବେଲକେ ପାଖ ଗାଁ ତରାଗୋର ତିନି ସାହିରେ ତିନି ବରୋଦା ଗଣେଶ ମେଢ଼ ଆଗରେ ବାଦୀ (competition) ଯାତ୍ରା ହେଉଥିଲା। ଆମେ ସବୁ ପାଠ ପଢି ଭୋଜି କରି ଖାଇଲୁ ଓ ସ୍କୁଲ ହଷ୍ଟେଲ୍ ରେ ସେଦିନ ଶୋଇଲୁ। ଉଦ୍ଦେଶ୍ୟ କିନ୍ତୁ ଆମର ଭିନ୍ନ୍ ପ୍ରକାରର। କାରଣ ବାପାମାଆ ରାତିରେ ଯାତ୍ରା ଦେଖିବାକୁ ଛାଡିବେ ନାହିଁ। ତେଣୁ ବାହାନା କରି ସ୍କୁଲରେ ରହିଲୁ।ଏଠି ବି ଗଣେଶ ମାଷ୍ଟରର ତାଗିଦ୍। ତେଣୁ ସେ ଜାଣିବେ କାହିଁକି, ସାର୍ ଶୋଇ ପଡିଲା ପରେ ଜଣଙ୍କ ପରେ ଜଣେ ଲୁଚି ଖସି ପଳେଇଲେ କାମ ଶେଷ। ସେୟା ହେଲା। ସାର୍ ଙ୍କୁ ଯେତେବେଳେ ନିଦଟା ଘୋଟି ଆସିଲା, ସେ ଘୁଙ୍ଗୁଡ଼ି ମାରିଲେ। ଆମେ ଶୁଙ୍ଗୁରା ମାରି ପାଖ ରୁମ୍ ରୁ ଉଠି ଆସିଲୁ। ରୁମଟାର କବାଟ ଥିରିକିନା ଆଉଜେଇ ଦେଇ ସମସ୍ତେ ତରାଗୋ ଧିରେ ଖସିଗଲୁ।ହେଲେ କୋଉଠି ସ୍ଥିର ହୋଇ ଯାତ୍ରା ଦେଖିବୁ କିଛି ସ୍ଥିର କରି ପାରିଲୁ ନାହିଁ।

କେତେବେଳେ ମାଲଡିହ ସାହି ତ କେତେବେଳେ ହାଟ ଉପରେ ପୁଣି କେତେବେଳେ ବରଜି ସାହିରେ। ଏଇମିତି ତିନି ନଅଟ ହୋଇ ତିନି ଯାଗାଯାକ ଏକାବେଳେକେ ଦୌଡାଦୌଡ଼ି ହୋଇ ଯାତ୍ରା ଦେଖୁଥିଲୁ। ଯେଉଁଠି ଟିକେ ଫାଇଟିଂ ସିନ୍ ର ବାଜାଟା ବାଜୁଥାଏ ଆମେ ଆଗ ସେଇଠିକୁ ଦୌଡ଼ି ପଳାଉଥାଉ ମେଞ୍ଚେ ଛୁଆ ।କେହି କାହା ଜଣଙ୍କ ନିଷ୍ପତ୍ତି ମାନିଲେ ସିନା ହୁଅନ୍ତା? ମୁନି ଗୋଟାକୁ ମତ ଗୋଟେ। ତେଣୁ ରାତି ସାରା ମୁଗୁରା ମୁହଁ ମେଲା, ତେଣିକି ମାଛ ନା ଫାଛ। ସେହିପରି ଆମେ ରାତି ସାରା ଅନିଦ୍ର ହେଲୁ ସତ, ହେଲେ କେଉଁଠି ଗୋଟେ ଯାଗା ଶାନ୍ତିରେ ଯାତ୍ରା ଦେଖି ପାରିଲୁ ନାହିଁ, ଯଦିଓ ଆମେ ସମସ୍ତେ ଭାରି ଫାଇଟିଂ ପ୍ରିୟ ।କାରଣ ସେଠି ଯାଇ ପହଞ୍ଚିଲା ବେଳକୁ ଫାଇଟିଂଟା ସେଠୁ ସରି ଯାଇଥାଏ, ତେଣୁ ପୁଣି ଅନ୍ୟତ୍ର ଚାଲି ଯାଉଥାଉ। ହେଲେ ସବୁ ନିଷ୍ଫଳ ଯାଉଥାଏ ।ଶେଷରେ ରାତି ପାହି ଗଲାରୁ ମନ ଫେଣ୍ଡ୍ରା କରି ସମସ୍ତେ ସ୍କୁଲ ଫେରିଲୁ।।

ଏପଟେ ସେଦିନ ଶନିବାର ଥିବାରୁ ସକାଳିଆ କ୍ଲାସ୍। ତେଣୁ ସାର୍ ଜଲଦି ଉଠି ଖୋଜାଖୋଜି କଲା ବେଳକୁ ଆମେ ନାହୁଁ । ସାର୍ ଙ୍କ ହାବଭାବ ଦେଖି ଆମେ ଆଉ ସମସ୍ତେ ସ୍କୁଲ ନଯାଇ ଜଣକୁ ପଠାଇଲୁ କହି – “ଯାଆ! ଚୁପକିନା ଗାମୁଛା କେଇ ଖଣ୍ଡ ନେଇ ଆସିବୁ। ସାର୍ ପଚାରିଲେ କହିବୁ -” ଆଜି ସମସ୍ତେ ରେବ ନଈରେ ଗାଧୋଇବାକୁ ମନ କଲେ ତ, ସେଇଥିପାଇଁ ନଈକୁ ଗାଧୋଇ ଯାଇଛନ୍ତି। ମୁଁ ଗାମୁଛାଟା ଛାଡ଼ି ଯାଇଥିଲି ନେବାକୁ ଆସିଛି “।

ସାର୍ କହିଲେ -” କହ! ସମସ୍ତେ ଝଅଟ ଫେରିବେ, କ୍ଲାସ୍ ଟାଇମ୍ ହୋଇ ଗଲାଣି, ନହେଲେ ହେଡ୍ ମାଷ୍ଟର ଆସିଲେ ପାଟି କରିବେ “। ଆମେ ତେଣୁ କିଏ ଗାମୁଛା ପାଲଟି ହୋଇ ନତୁବା କେହି ଲଙ୍ଗଳା ହୋଇ ଚଟାପଟ ଗାଧୋଇ ବା ଧୋଇଧୁଆ ହୋଇ ସଅଳ ଫେରି ଆସିଲୁ। ହେଲେ ହେଡ୍ ମାଷ୍ଟର ସୁବାସ ସାର୍ ଙ୍କ ହାବୁଡରେ ପଡିଗଲାଠୁଁ ସେ କବଲେଇକି ପଚାରିଲେ। କହିଲେ -” ଶୀତ ଦିନରେ ପୁଣି ଭୋର୍ ସମୟରୁ ନଈକୁ ଗାଧୋଇ ଯିବାକୁ ତୁମର କେମିତି ମନ ହେଲା, ତୁମେ ଆଉ ମିଛ କହୁ ନାହଁ ତ ? କିଛି ଗୋଟେ ତୁମେ ନିଶ୍ଚୟ ଛୁପାଊଛ ।ସତକଥାଟା ତୁମ ଭିତରେ କିଏ ଜାଣିଛି, କହି ଦିଅ, ନହେଲେ କରବୀର ଛଡିରେ ଏଇଲାଗେ ପିଟି ପକାଇବି।

ଯେମିତି କରବୀର ଛଡି କଥା ଶୁଣିଛି, ଟେରୁଆଟା ଛେରୁଆଟେ।ପାହାରେ ଖଣ୍ଡ ଖାଇଛି କି ନାହିଁ, କହିଲା – “ନାଇଁ ସାର୍ ନାଇଁ ସାର୍ ମାରନ୍ତୁ ନାହିଁ ସାର୍ ମୁଁ ସତ କଥା କହିମି। ସତ କଥା ହେଉଛି, କହିମିନା ସାର୍! ଆମେ ତରାଗୋ ଯାତ୍ରା ଦେଖି ଯାଇଥିଲୁ। ମୋର କିଛି ଦୋଷ ନାହିଁ, ସମସ୍ତେ ଡାକିଲେ”।

ସାର୍ କହିଲେ – “ହୁଁ, ମୁଁ ଜାଣିଛି ପରା! ଦଳଟାଯାକ ଯାଇଛ ମାନେ କିଛିନା କିଛି ଗୋଟେ ରହସ୍ୟ ନିଶ୍ଚୟ ଥିବ। ସମସ୍ତେ ଆଣ୍ଠାଅ, ନହେଲେ ଏଇ ଲାଗେ ମାଡ ବର୍ଷିବ। ଆଉ କି କେହି ବିଳମ୍ବ କରେ, ସମସ୍ତେ ଧଡଧାଡ ଆଣ୍ଠେଇ ପଡ଼ିଲେ। ସାର୍ କହିଲେ – “ତୁମେ ତ ପାଠ ପଢିବାକୁ ଆସିଛ, ତୁମର ଏତେ ରଙ୍ଗବାଜି କ’ଣ ପାଇଁକି ବେ ? କ’ଣ ସ୍କୁଲକୁ ବଦନାମ୍ କରିବ? ଆଉ ଥରେ ଏମିତିକା ଯଦି କରିଛ, ତୁମ ପିଠିରୁ ଛାଲ ଖୋଲିଦେବି”। ସେତିକିରେ ସେଦିନର ଯାତ୍ରା ଦେଖା ନିଶା ଭାଙ୍ଗି ଗଲା।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x