Thought of the Day: Life & Death

ଆଜିର ଅନୁଚିନ୍ତା: ମୃତ୍ୟୁ ହିଁ ସଦାସର୍ବଦା ଜାଗ୍ରତ

Death is the truth of life
Reading Time: < 1 minute

ମୃତ୍ୟୁ ହିଁ ସଦାସର୍ବଦା ଜାଗ୍ରତ । ସେ କେବେ ଶୋଇପାରେନା । ପ୍ରତି ମୁହୁର୍ତ୍ତରେ ସେ ଅପେକ୍ଷା କରିଥାଏ କାହାକୁ ନା କାହାକୁ । ମୃତ୍ୟୁ ପାଖରେ ଉଚ୍ଚ ନୀଚ, ବଡ ଛୋଟ, ଧନୀ ଗରିବ, ରାଜା ପ୍ରଜା, ଦେବ ଦାନବର କିଛି ଫରକ ନଥାଏ। ସେ ସମସ୍ତଙ୍କୁ ସମାନ ଭାବରେ ଦେଖି ଥାଏ ।ମୃତ୍ୟୁ କାଳରେ ଧନ, ସମ୍ପଦ, ଯଶ, ଗୌରବ କିଛି ସାଥିରେ ଯାଏ ନାହିଁ । ମଣିଷକୁ କେବଳ ତାର କର୍ମ ହିଁ ତାକୁ ଅମର କରି ରଖେ । ମୃତ୍ୟୁକୁ ପ୍ରାଜ୍ଞ, ସଚେତନ ବ୍ୟକ୍ତି ବ୍ୟତୀତ ଅନ୍ୟ ସମସ୍ତେ ଡରନ୍ତି ତେଣୁ ମୃତ୍ୟୁ ପ୍ରତି ସଦା ସଚେତନ ହୋଇ କାର୍ଯ୍ୟ କରିଚାଲିବା ଉଚିତ୍
ଭଗବାନ ସବୁ ସମ୍ପର୍କ କୁ ଆଗରୁ ତିଆରି କରି ପଠେଇ ଥାନ୍ତି କିନ୍ତୁ ଦୁଇଟି ସମ୍ପର୍କ ଆମେ ଏହି ପୃଥିବୀକୁ ଆସିଲା ପରେ ହିଁ ତିଆରି କରି ଥାଉ ଗୋଟିଏ ହେଲା “ବନ୍ଧୁତା” ଆଉ ଅନ୍ୟଟି ହେଲା “ଶତ୍ରୁତା”
କିଏ ଆମକୁ ଖରାପ କହିଦେଲେ ଆମେ ଖରାପ୍ ହୋଇଯିବା ନାହିଁ.. କି ! କିଏ ଆମକୁ ଭଲ କହିଦେଲେ ଆମେ ଭଲ ହୋଇଯିବା ନାହିଁ, ସବୁ ଆମ ନିଜ ନିଜର କର୍ମ ଉପରେ ନିର୍ଭର କରେ । ନିଜର କର୍ମ ଉପରେ ଦୃଢ଼ ବିଶ୍ବାସ ରଖିବା ଉଚିତ୍ ଓ କାହା କଥାକୁ ଭ୍ରୁକ୍ଷେପ ନକରି ନିଜ ବିବେକାନୁମୋଦିତ ଓ ସମାଜର ମଙ୍ଗଳ ପାଇଁ କର୍ମ କରିଚାଲିବା ଉଚିତ୍ ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି କର୍ମ ହିଁ ଭଗବାନ

 

ଜୟ ଜଗନ୍ନାଥ

 

ଆଜିର ଅନୁଚିନ୍ତା

 

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x