☘️🌸🌼ଆଜିର ଅନୁଚିନ୍ତା 🌼🌸☘️ସମ୍ପର୍କ ରକ୍ତରେ ନ ଥାଏ…

positive behavior quotes for students
Reading Time: < 1 minute

➡️ ସମ୍ପର୍କ ରକ୍ତରେ ନ ଥାଏ ,ସମ୍ପର୍କ ବୁଶ୍ବାସରେ ଥାଏ । ଯଦି ବିଶ୍ବାସ ରହିଯାଏ ,ତେବେ ପର ନିଜର ହୁଏ । ଆଉ ଯଦି ବିଶ୍ବାସ ନ ଥାଏ ,ନିଜ ରକ୍ତ ବି ପର ହୋଇଯାଏ ll

➡️ ବଡ ଅଜବ ଦୁନିଆ ଇଏ , ଏଠି ମିଛ ନୁହେଁ ସତ କହିଲେ ସମ୍ପର୍କ ଭାଙ୍ଗି ଯାଇଛି ଆଉ ଯେତେ ଅଧିକ ଭଲ ପାଇଇବା ଦେବ ସେତେ ଅଧିକ ସନ୍ଦେହ କରିବେ ll

➡️ ବିବେକ ହେଉଛି ଏପରି ଏକ ରାସ୍ତା ତାକୁ ଠିକ୍ ଭାବେ ନ ଚିହ୍ନି ହେୟଜ୍ଞାନ କରି ଗଲେ ବାଟବଣା ହେବାକୁ ପଡେ,ଅସାବଧାନତାରେ ଗଲେ ଦୁର୍ଘଟଣାର ଶିକାର ହେବାକୁ ପଡିଥାଏ ଆଉ ତାକୁ ଠିକ୍ ଭାବେ ଚିହ୍ନି,ତା ନିୟମ ମାନି ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଆନନ୍ଦ ଉପଭୋଗ କରିହୋଇଥାଏ॥

➡️ ସବୁବେଳେ ମନେରଖ ,ତୁମର ବର୍ତ୍ତମାନର ଅବସ୍ଥା ତୁମର ଶେଷ ଅବସ୍ଥା ନୁହେଁ, ଜୀବନରେ ବହୁତ ଭଲ ଦିନ ବାକିଅଛି ତେଣୁ କ୍ଷଣିକ ଦୁଃଖରେ ବିଚଳିତ ନ ହୋଇ ନିର୍ଭୟରେ ସାମ୍ନା କର,ନିମ୍ନମୁଖୀ ଜଳ ସ୍ରୋତ ଓ ଦୃଢ ପତିଜ୍ଞ ସାଧକ ଏଇ ଦୁଇଜଣଙ୍କ ଗତିରୋଧ କରିବା ଅସମ୍ଭବ ll

➡️ ଅତୀତ ପାଇଁ ଦୁଃଖିତ ନହୋଇ, ଭବିଷ୍ୟତର ଚିନ୍ତା ନକରି ବର୍ତମାନର କାର୍ଯ୍ୟ କରିଚାଲ ।

➡️ ଧନଶାଳୀ ବ୍ୟକ୍ତିଙ୍କର ଅନେକ ବନ୍ଧୁ । ସର୍ବଦା ତାଙ୍କୁ ଘେରି ରହିଥାନ୍ତି ତାଙ୍କର ବହୁ ଅନୁଗତ, ଶୁଭେଚ୍ଛୁ ବନ୍ଧୁ । ସମସ୍ତେ କିନ୍ତୁ ନିଜ ନିଜ ଫାଇଦା ହାସଲ ପାଇଁ ଅଥବା କିଛି ଧନ ଆଶାରେ ନିଜକୁ ପରମ ବନ୍ଧୁ ବୋଲି ଘୋଷଣା କରି ଦେଖାଇ ହେଉଥାନ୍ତି । ପ୍ରକୃତରେ ଧନୀ ବନ୍ଧୁଙ୍କର ଧନ ଅପବ୍ୟୟ କରାଇ ମଉଜମସ୍ତିରେ ମିସ୍ ଗୁଲ୍ ହେବା ସେମାନଙ୍କର ପ୍ରଧାନ କାମ।

ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!

☘️🌸🙏ଜୟ ଜଗନ୍ନାଥ🙏🌸☘️

 

💖 ଆଜିର ଅନୁଚିନ୍ତା 💖କର୍ମ ଜଗତରେ ରହି କର୍ତ୍ତବ୍ୟରେ ଅବହେଳା…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x