
➡️ ଦୁଃଖ ସମୟରେ ଜ୍ଞାତିବନ୍ଧୁଙ୍କର ଆନ୍ତରିକତା ଜଣାଯାଇଥାଏ ।
➡️ ବନ୍ଧୁର ବନ୍ଧୁତ୍ୱର ଗଭୀରତା ତାର ସହଯୋଗ ଓ ତ୍ୟାଗରୁ ଜଣାପଡିଥାଏ ।
➡️ ମଣିଷ ନିର୍ଦ୍ଧନ ହୋଇଗଲେ ପତ୍ନୀର ଭଲ ପାଇବା ପରୀକ୍ଷିତ ହୋଇଥାଏ ।
➡️ ଯେଉଁମାନେ ମିଳୁଥିବା ଦ୍ରବ୍ୟକୁ ହତାଦର କରି ଦୁର୍ଲଭ ଦ୍ରବ୍ୟ ପଛରେ ଗୋଡାନ୍ତି ସେମାନେ କିଛିତ ପାଆନ୍ତିନି ବରଂ ପାଇଥିବା ଦ୍ରବ୍ୟକୁ ହରାନ୍ତି ।
➡️ ଲାଳସା ଅନ୍ଧ । ଲାଳସାର ବଶବର୍ତୀ ଲୋକ ନିଜକୁ ମଧ୍ୟ ଭୁଲିଯାଏ ।
➡️ ନଦୀ, ନିଆଁ, ନାରୀ, ଶସ୍ତ୍ରଧାରୀ, ନଖଥିବା ପ୍ରାଣୀ, ଶିଙ୍ଗ ଥିବା ପଶୁ ଏବଂ ରାଜପରିବାରର ଲୋକଙ୍କୁ ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ ।
➡️ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ଓ ହଜମ କରିବାର ଶକ୍ତି, ଅଧିକ ସମୟ ସମ୍ଭୋଗ କରିବାର ଦକ୍ଷତା, ସୁନ୍ଦରୀ ସ୍ତ୍ରୀ ଏବଂ ଦାନ ଦେବାର କ୍ଷମତା, ଏସବୁ ସାଧାରଣ କଥା ନୁହେଁ । ଏସବୁ ହାସଲ କରିବା ପାଇଁ କଠିନରୁ କଠିନତର ପରିଶ୍ରମ କରିବାକୁ ପଡିଥାଏ ।
☘️🌸🙏ଜୟ ଜଗନ୍ନାଥ 🙏🌸☘️