☘️🌸🙏ଚାଣକ୍ୟ ବାଣୀ🙏🌸☘️ମଣିଷର ଆଚାର ବ୍ୟବହାର

Human behaviour
Reading Time: < 1 minute

➡️ ମଣିଷର ଆଚାର ବ୍ୟବହାର, ଆଚରଣରୁ ତାର ବଂଶ ମର୍ଯ୍ୟାଦା, ଆଭିଜାତ୍ୟ, କୁଳ ପରମ୍ପରା ଜଣାପଡିଥାଏ ।

➡️ ଯିଏ ଯେମିତି ବ୍ୟବହାର ଦେଖାଏ ସେ ସେମିତି ବ୍ୟବହାର ପାଇଥାଏ ।

➡️ ଶରୀରକୁ ଦେଖି ତାର ଖାଦ୍ୟ କଳନା କରାଯାଇପାରେ ।

➡️ କଥାବାର୍ତାରୁ ଭଦ୍ରତା, ନମ୍ରତାର ପ୍ରମାଣ ମିଳିଥାଏ ।

➡️ “ପାଗଳ ଶିଷ୍ୟକୁ ଉପଦେଶ ଦେବା, ଝିଅ ଓ ସ୍ତ୍ରୀକୁ ପାଳନ ପୋଷଣ କରିବା, ଦୁଃଖୀ ଲୋକ ସହ ବନ୍ଧୁତା ବଢାଇବା” ଏସବୁ ଖୁବ୍ କଷ୍ଟକର । ଏଭଳି ଲୋକେ ଦୁଃଖ ପାଇବା ସହିତ ସମାଜରେ ଏକଲା ହୋଇଯାନ୍ତି ।

➡️ ଚମକୁ ଥିବା ସବୁ ଧାତୁ ସୁନା ନୁହେଁ ।

➡️ ଏ ଦୁନିଆଟା ଅପବାଦ, ଅପମାନ, ଅବିଶ୍ୱାସର ଗନ୍ତାଘର । ପ୍ରତ୍ୟେକ ପ୍ରାଣୀ ବୁଝି ବିଚାରି ବିବେକାନୁମୋଦିତ ରାସ୍ତାରେ ଚାଲିବା ଆବଶ୍ୟକ । ଦୁଷ୍ଟ, ଖଳ, ଖରାପକୁ ଛାଡି ଭଲକୁ ଆପଣେଇବା ଆବଶ୍ୟକ ।

➡️ ରାଜାଙ୍କୁ ଶୋଭା ଥାଟ ପଲଟଣ । ବଣିଆକୁ ସାଜେ ବ୍ୟବସାୟ ।
ଅନ୍ୟକାମ ସେ କରିପାରେ ନାହିଁ । ଘରକୁ ସୁନ୍ଦର ଘରଣୀ ।

(ଘରଣୀଟି କେବଳ ସୁନ୍ଦରୀ ହେଲେ ଚଳିବ ନାହିଁ । କେବଳ ରୂପକୁ ନେଇ ଗର୍ବ କରାଯାଏ ନାହିଁ । ଗୁଣ ଥିବା ଦରକାର । ଘରଣୀ ଘରକୁ ସଜାଇବା ଠାରୁ ସବୁରି ମନ ନେଇ ଚଳିବା, ସବୁ କାମ ସୁଚାରୁ ରୂପେ କରିବା, ସବୁରି ପ୍ରିୟଭାଜନ ହେବା ଆବଶ୍ୟକ) ।

☘️🌸🙏ଜୟ ଜଗନ୍ନାଥ 🙏🌸☘️

 

☘️🌸🌼ଆଜିର ଅନୁଚିନ୍ତା 🌼🌸☘️ସମ୍ପର୍କ ରକ୍ତରେ ନ ଥାଏ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.