
➡️ଆମର ମୁଖରୁ ଶବ୍ଦ ବାହାରିବା ପୂର୍ବରୁ ମନରେ ବିଚାର ଆସେ I ବିଚାରରୁ ଶବ୍ଦ ଏବଂ ଶବ୍ଦ ରୁ ହିଁ କର୍ମର ଜନ୍ମ I ଗୋଟିଏ ପ୍ରକାରର କର୍ମ ବାରମ୍ବାର କଲେ ସେହି କର୍ମ ଆମର ଅଭ୍ୟାସ (ସଂସ୍କାର)ରେ ପରିଣତ ହୋଇଯାଏ, ଯାହା ଚରିତ୍ର ଗଠନରେ ସାହାଯ୍ୟ କରେ I ଆମର ଚରିତ୍ର ଆମର ଭାଗ୍ୟ ତିଆରି କରିଥାଏ I
➡️ଯଦି ଆମେ ନିଜର ଭାଗ୍ୟ ବର୍ତ୍ତମାନ ଅପେକ୍ଷା ଅଧିକ ଭଲ କରିବାକୁ ଚାହୁଁ , ତେବେ ପ୍ରତିଦିନ ଆମର ସଂସ୍କାର (ଯେଉଁଥିରେ ଆମର ଉନ୍ନତି ନହୋଇ କ୍ଷତି ହୋଇଥାଏ ) ଉପରେ କଡା ନଜର ରଖି ସେଗୁଡିକୁ ପରିବର୍ତ୍ତନ କରିବା ଆବଶ୍ୟକ I
➡️ଆମେ ଯଦି ସଂସ୍କାରକୁ ଯେମିତି ଅଛି ସେମିତିରେ କାମ ଚଳାଇବାକୁ ଚାହିଁବା , ତାହେଲେ ଆମର ଭାଗ୍ୟ ମଧ୍ୟ ଯେମିତି ଅଛି ସେମିତି ହିଁ ରହିବ I
➡️ସମସ୍ତଙ୍କ ଭାଗ୍ୟର ଚାବି ନିଜ ନିଜ ହାତରେ ଥାଏ, ଭଗବାନଙ୍କ ପାଖରେ ନୂହେଁ I ଆମର ନିଜର ସଂସ୍କାର ଏବଂ କର୍ମ ଅନୁସାରେ ଆମର ଭାଗ୍ୟ ଲେଖା ଯାଇଥାଏ I
🌼☘️🌸🙏ଜୟ ଶ୍ରୀକୃଷ୍ଣ🙏🌸☘️🌼