
ଦେଖାଯାଏ, ଶୁଦ୍ଧ ସତ୍ତ୍ବମୟ ଦେବତା ଓ ପବିତ୍ରହୃଦୟ ୠଷିମାନେ ବି ବେଳେବେଳେ ଭଗବାନଙ୍କର ପରମ ପ୍ରେମମୟୀ ଅନନ୍ୟ ଭକ୍ତିରୁ ବଞ୍ଚିତ ହୋଇଯାଉଛନ୍ତି । ସତରେ, ଭଗବତ୍ ଭକ୍ତି ବଡ଼ ଦୁର୍ଲଭ ବସ୍ତୁ । ଜଗତରେ ଯେତେ ପ୍ରାଣୀ ଅଛନ୍ତି, ସେମାନଙ୍କ ସଂଖ୍ୟା ପୃଥିବୀର ଧୁଳିକଣା ଭଳି ଅଗଣିତ ।
ସେମାନଙ୍କ ମଧ୍ୟରୁ କେବଳ ଅଳ୍ପ କେତେକ ମନୁଷ୍ୟାଦି ଶ୍ରେଷ୍ଠ ଜୀବ ହିଁ ନିଜର ଉଦ୍ଧାର ନିମନ୍ତେ ଚେଷ୍ଟା କରିଥାନ୍ତି । ସେମାନଙ୍କ ଭିତରେ ବି ସଂସାରରୁ ମୁକ୍ତି ଚାହୁଁଥିବା ଲୋକ ବିରଳ ଏବଂ ମୁକ୍ତି ଚାହୁଁଥିବା ହଜାର ହଜାର ଲୋକଙ୍କ ମଧ୍ୟରୁ ମଧ୍ୟ କେଉଁଠି ଜଣେ ଅଧେ ମୁକ୍ତି ପାଉଥାବେ । କୋଟି କୋଟି ସିଦ୍ଧ ଏବଂ ମୁକ୍ତପୁରୁଷଙ୍କ ମଧ୍ୟରେ ବି ଐକାନ୍ତିକରୂପେ ଭଗବତ୍ ପରାୟଣ ହୋଇଥିବା ଶାନ୍ତଚିତ୍ତ ମହାପୁରୁଷ ମିଳିବା ଆହୁରି ଦୁର୍ଲଭ ।
।। ୬/୧୪/୨-୫।।
☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️