
➡️ ଶାନ୍ତି ମନୁଷ୍ୟର ଏକ ଅନ୍ତର୍ନିହିତ ଗୁଣ I ଶାନ୍ତି ପାଇବାକୁ ହେଲେ ଆମକୁ ଅନ୍ତର୍ମୁଖୀ ହୋଇ ନିଜ ଭିତରକୁ ଯିବାକୁ ପଡିବ I ଭିତର ଜିନିଷକୁ ବାହାରେ ଖୋଜିବା ଅଜ୍ଞାନତା ଅଟେ I
➡️ ଶାନ୍ତି ରୂପକ ଚୁମ୍ବକ ଅଶାନ୍ତ ଆତ୍ମାମାନଙ୍କୁ ଶାନ୍ତ କରିବାର ଶକ୍ତି ରଖିଥାଏ I
➡️ ଶାନ୍ତି ଓ ସହନଶକ୍ତି ଶୀତତାପ ନିୟନ୍ତ୍ରିତ ମେସିନ୍ ଭଳି ମଣିଷର କାର୍ଯ୍ୟ କ୍ଷମତାକୁ ବଢାଏ I
➡️ ମନ ଶାନ୍ତ ଓ ନିଶ୍ଚଳ ରହିଲେ ବିଜୟ ଅବଶ୍ୟମ୍ଭାବୀ I ଏହା ଶୀତଳ ଲୁହା ପରି , ଯାହା ଉତ୍ତପ୍ତ ଲୌହକୁ କାଟିପାରେ ଓ ବଙ୍କା କରିପାରେ I
➡️ କୁଟିଳ ବୁଦ୍ଧି ବ୍ୟକ୍ତି କେତେବେଳେ ମାନସିକ ଶାନ୍ତି ଉପଭୋଗ କରିପାରେ ନାହିଁ, ତ’ର କୁଟିଳତା ତାକୁ ବନ୍ଧନଯୁକ୍ତ କରି ରଖେ I
☘️🌸🙏ଜୟ ଶ୍ରୀକ୍ରିଷ୍ଣା🙏🌸☘️