
➡️ ଅହଂକାର ରୁପକ ଅନ୍ଧକୁପରୁ ରକ୍ଷା ପାଇବାର ସରଳ ଉପାୟ ହେଲା ସେବା। ଆମେ ଭଗବାନଙ୍କ ଯେତେ ଶୃଙ୍ଗାର କରିବା, ସେବା କରିବା, ନିଜକୁ ଜଡ଼ିତ କରିବା ଅହଙ୍କାର ମନ ମଧ୍ୟରେ ପ୍ରବେଶ କରିବାର ସୁଯୋଗ ପାଇବ ନାହିଁ।
➡️ ଧନ ସମ୍ପତ୍ତିର ଲୋଭ ବଡରୁ ବଡ଼ ମନୁଷ୍ୟର ବୁଦ୍ଧି ଭ୍ରଷ୍ଟକରିଦିଏ। ଧନ ସମ୍ପତ୍ତିର ମାୟାରେ ପାପକୁ ଆଦରି ନିଏ ଏବଂ ପତିତ ହୋଇଯାଏ।
➡️ ନଶ୍ବର ଧନସମ୍ପଦକୁ ନିଜର ବୋଲି ଭାବିବା, ମିଛ ପଦ ପଦବୀରେ ମଦମତ୍ତ ରହିବା ନିଜକୁ ମାୟାଗ୍ରସ୍ତ କରିବା ପାଇଁ ଯଥେଷ୍ଟ। ନାମ ସ୍ମରଣରେ ଏହି ଭାବନା ଆସିବ ନାହିଁ କାରଣ ଆମର ତ ଏଇ ବାଲି କଣିକା ଟିକିଏ ମଧ୍ୟ ନୁହେଁ ସବୁ ସେଇ ଦିବ୍ୟସତ୍ତା ପରମାତ୍ମା ପରମପୁରୁଷଙ୍କର। ଆମେ ତ ଏହି ସମ୍ପତ୍ତିର ରକ୍ଷକ ମାତ୍ର।
➡️ ରାଜା ପ୍ରଜାପାଳକ ହୋଇଥାଏ। ପ୍ରଜାର ଧନ, ସମ୍ପଦ, ମାନ, ସମ୍ମାନ,ଏବଂ ସୁରକ୍ଷାର ସୁବ୍ୟବସ୍ଥା କରିବା ରାଜାର କର୍ତ୍ତବ୍ୟ ଅନ୍ୟଥା ରାଜା ଏବଂ ଦସ୍ୟୁ ମଧ୍ୟରେ କୌଣସି ବିଭେଦ ନାହିଁ।
➡️ କେବଳ ଦଣ୍ଡ ଦେବା ରାଜାର କର୍ତ୍ତବ୍ୟ ନୁହେଁ, ପରନ୍ତୁ ପ୍ରଜାର ଦଣ୍ଡ ପାଇବାର ଅବକାଶ କେମିତି ପାଇଲା ତାର ସମାଧାନ କରିବା ଏବଂ ଭବିଷ୍ୟତରେ ସେପରି ଭୁଲ କେମିତି କରିବ ନାହିଁ ତାହାର ବ୍ୟବସ୍ଥା କରିବା ରାଜାର କର୍ତ୍ତବ୍ୟ।
➡️ ଭଗବାନ ସମସ୍ତଙ୍କର ଇଚ୍ଛା ପୁରଣ କରିଥାଆନ୍ତି। ଜାମ୍ବବନ୍ତ ମଲ୍ଲଯୁଦ୍ଧ ଇଚ୍ଛା କରିଥିଲେ, ତାଙ୍କର ଯୁଗାନ୍ତରରେ ଏହି ଅଭିଳାଷ ପୁରଣ ହୋଇଥିଲା। ଆମେ ଭଗବାନଙ୍କୁ ଯେମିତି ସ୍ମରଣ କରିବା ଠିକ ସେପରି ଆମକୁ ଫଳଲାଭ ହେବ।
☘️🌸🙏ଜୟ ଜଗନ୍ନାଥ 🙏🌸☘️