🎪🛕ଆଜିର ଅନୁଚିନ୍ତା🛕🎪ଅର୍ଥ ଆଉ ସ୍ବାର୍ଥ…

selfish UO
Reading Time: < 1 minute

➡️ହୃଦୟରୁ ଗଢିଉଠିଥିବା ସମ୍ପର୍କକୁ ଦୂରତା କେବେ ଭାଙ୍ଗି ପାରେନାହିଁ ।
➡️ଅର୍ଥ ଆଉ ସ୍ବାର୍ଥ ମଣିଷକୁ ଅମଣିଷ କରିଦିଏ ।

➡️କାହାର ଅସୁବିଧା ସମୟରେ ନିଶ୍ଚିତ ଛିଡା ହୁଅନ୍ତୁ ।କାରଣ ଅସୁବିଧା ସିନା କିଛି ସମୟ ରହିବ କିନ୍ତୁ ସେ ଜୀବନ ସାରା ଆପଣଙ୍କୁ ମନେ ରଖିବ ।

➡️ଆପଣ ଯେତେ ବି ଦାମିକା ଗାଡିରେ ଯାତ୍ରା କରନ୍ତୁ ନା କାହିଁକି ଜୀବନର ଶେଷ ଯାତ୍ରା ଛ ଖଣ୍ଡ ବାଉଁଶରେ ହିଁ ହବ ।

➡️ଜୀବନରେ ଗୋଟିଏ ନିୟମ ରଖ, ସିଧା କଥା କୁହ, ସତ୍ୟ କୁହ, ମୁହଁ ଉପରେ କୁହ ଯିଏ ନିଜର ହୋଇଥିବେ ସେ ଭଲସେ ବୁଝିଯିବେ ଆଉ ଯେ ନାମକୁ ମାତ୍ର ଥିବେ ସେ ଦୁରେଇ ଯିବେ ।

➡️ସୁଖର ଅନ୍ୟ ନାମ ଜୀବନ ନୁହେଁ, କଷ୍ଟକୁ ଜୟ କରି ବଞ୍ଚିରହିବାର ନାମ ହିଁ ଜୀବନ ।

➡️ସୁନ୍ଦରତା ଥାଉ କି ନଥାଉ, ସରଳତା ରହିବା ଉଚିତ୍ । ସମ୍ପର୍କ ଥାଉ କି ନଥାଉ, ଭଲ ପାଇବା ରହିବା ଉଚିତ୍ । ଦେଖା ହେଉ କି ନ ହେଉ କଥା ହେବା ଉଚିତ୍। ଏହା ହିଁ Relation.

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🙏ଜୟ ଜଗନ୍ନାଥ🙏🙏

 

☘️🌸🌼ଆଜିର ଅନୁଚିନ୍ତା 🌼🌸☘️ସମ୍ପର୍କ ରକ୍ତରେ ନ ଥାଏ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.