
➡️ ମିଷ୍ଟବଚନ ଦୁଷ୍ଟକୁ ବଶ କରିଥାଏ ।
➡️ କାମନା, ବାସନା, ସଂସାରର ସବୁଠାରୁ ଅଧିକ ଦୁଃସାଧ୍ୟ ରୋଗ । ଏଥିରେ ସଂକ୍ରମିତ ହେଲେ ମଣିଷର ଆଉ ନିସ୍ତାର ନଥାଏ । ସେ ନିଜ ଭିତରେ ନିଜେ ଜଳି ଜଳି ନିଃଶେଷ ହୋଇଯାଏ ।
➡️ କ୍ରୋଧ ସବୁଠାରୁ ଶକ୍ତିଶାଳୀ ଅଗ୍ନିଶିଖା । ଏହା ମାନ, ମର୍ଯ୍ୟାଦା, ଚରିତ୍ର, ବଂଶ ପରମ୍ପରାକୁ ଧ୍ୱଂସ କରିଦିଏ ।
➡️ ଯାହା ପାଖରେ ଜ୍ଞାନ ଥାଏ ସେ ସଦା ସୁଖୀ । ସଂସାରଯାକର ଦୁଃଖ ଜ୍ଞାନ ପାଖରେ ହାର ମାନିଥାଏ ।
➡️ ସଂସାରରେ ପ୍ରାଣୀ ଏକା ଏକା ଜନ୍ମ ହୁଏ । ଏକା ଏକା ମରେ । କେହି ସାଥୀ ହୁଅନ୍ତି ନାହିଁ ।
➡️ ସମସ୍ତେ ନିଜର କର୍ମଫଳ ଭୋଗ କରିବାକୁ ବାଧ୍ୟ ହୁଅନ୍ତି ।
➡️ ସ୍ୱର୍ଗମର୍ତ୍ୟ ବୋଲି କିଛି ନାହିଁ । ଏଇଠି ସ୍ୱର୍ଗ ଏଇଠି ନର୍କ । ଭଲ କାମ କଲେ ସ୍ୱର୍ଗ ସୁଖ ମିଳେ । ମନ୍ଦ କର୍ମ ପାଇଁ ନର୍କ ଯନ୍ତ୍ରଣା ରହିଥାଏ ।
☘️🌸🙏ଜୟ ଜଗନ୍ନାଥ 🙏🌸☘️