
➡️କାହାକୁ କେବେ ଛୋଟ ଭାବିବା ଅନୁଚିତ୍ କାରଣ ପାଞ୍ଚ ଟଙ୍କାର ପେନ୍ ବି ପାଞ୍ଚ କୋଟି ଟଙ୍କାର ଚେକ୍ ଲେଖିଥାଏ ।
➡️ସଙ୍ଗୀତ ହେଉଛି ଏକ ମାଧ୍ୟମ ଯାହା ଆତ୍ମାରେ ଜୀବନ ସଂଚାର କରିଥାଏ ଓ ଜୀବନର ଶୂନ୍ୟତାକୁ ପୂରଣ କରିଥାଏ…!!
➡️ନିଜକୁ ସୁନାର ମୁଦ୍ରା ଭଳି ଗଢିତୋଳ,ଯାହାର ମୂଲ୍ୟ ନାଳରେ ପଡିଗଲେ ମଧ୍ୟ କମିବ ନାହିଁ ।
➡️ସେଇ ଲୋକକୁ ବିଶ୍ୱାସ କର ଯିଏ ତୁମ ମୁରୁକି ହସ ଭିତରେ ଲୁଚିଥିବା ଦୁଃଖ,କ୍ରୋଧ ଭିତରେ ଲୁଚିଥିବା ଭଲପାଇବା ଓ ତୁମ ନୀରବତା ଭିତରେ ଲୁଚିଥିବା କାରଣକୁ ସହଜରେ ଜାଣିପାରେ।
➡️ଯାହାର କୌଣସି ଗ୍ୟାରେଣ୍ଟି ନାହିଁ ତା’ରି ନାଁ ହେଉଛି ଜୀବନ — ଆଉ ଯେଉଁ କଥାର ଗ୍ଯାରେଣ୍ଟି ଅଛି ,ତା’ରି ନାଁ ମୃତ୍ୟୁ ଅଟେ ।
➡️ଯେଉଁଠି ତୁମକୁ ଲାଗିବ କି ତମ ପାଇଁ ଅନ୍ଯ କେହି କଷ୍ଟ ପାଉଛି,ତେବେ ସେଠାରୁ ଦୂରେଇ ଯିବା ହିଁ ଠିକ୍ ।
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻