
ଯଦି ଆପଣ ସୁଖ ଚାହୁଁଛନ୍ତି ତ ତାହାଲେ ରାତିରେ କେବେ ଅନିଦ୍ରା ରୁହନ୍ତୁ ନାହିଁ’,ସେହିପରି ଜୀବନରେ ଯଦି ଶାନ୍ତି ଚାହୁଁଛନ୍ତି ତ ତାହାଲେ କେବେହେଲେ ଦିନରେ ଶୋଇବେ ନାହିଁ । ଆଉ ଜୀବନରେ ଜଦି ସମ୍ମାନ ଚାହୁଁଛନ୍ତି ତ କେବେହେଲେ ବ୍ୟର୍ଥ କହିବେ ନାହିଁ,ଠିକ ସେହିପରି ଆପଣ ଯଦି ଭଲପାଇବା ଚାହୁଁଛନ୍ତି ତ କେବେହେଲେ ନିଜ ଲୋକଙ୍କଠାରୁ ଦୂରକୁ ଯିବେ ନାହିଁ ll
➡️ ନିଜ ଚେହେରା କୁ ଯେତେ ସଜାଇଲେ କଣ ହେବ ଯଦି ଆପଣଙ୍କ ପାଖରେ ଗୁଣ ହିଁ ନାହିଁ, ସେ ଚେହେରା ର କିଛି ମହତ୍ତ୍ବ ନାହିଁ କାରଣ ସମ୍ମାନ ଆଉ ଇଜ୍ଜତ କେବଳ ସଂସ୍କାରରୁ ହିଁ ମିଳେ ଯେପରି ରାଜା ନିଜ ଦେଶରେ ହିଁ ସମ୍ମାନ ପାଉଥିବା ବେଳେ ବିଦ୍ବାନ ସାରା ଦେଶରେ ସମ୍ମାନ ପାଇଥାଏ ll
➡️ ଆପଣ ସର୍ବଦା ନିଜର ଶକ୍ତି ସହିତ ଲଢ଼ନ୍ତୁ, ଅନ୍ୟର ଦୁର୍ବଳତା ସହିତ ନୁହଁ କାରଣ ପ୍ରକୃତ ସଫଳତା ତ ନିଜ ପ୍ରୟାସରେ ହିଁ ମିଳିଥାଏ, ଅନ୍ୟର ହାରିବାରେ ନୁହଁ..ଆପଣ ଯେଉଁଦିନ ନିଜ ହସର ମାଲିକ ନିଜେ ହେଇଯିବେ ସେହିଦିନ ଠାରୁ ଆପଣଙ୍କୁ ଏ ସଂସାରରେ କେହି କନ୍ଦେଇ ପାରିବେ ନାହିଁ ଏହା ନିଶ୍ଚିତ ମନେ ରଖନ୍ତୁ ll
➡️ ସେହିପରି ଜୀବନର ପ୍ରତିଟି ମୂହୁର୍ତ୍ତ ଅନ୍ୟକୁ୍ ଖୁସି ଏବଂ ଅନ୍ୟର ଉପକାର କରି ବିତେଇବାକୁ ଚେଷ୍ଟାକରନ୍ତୁ କାହିଁକି ନା ପ୍ରତି ସଂନ୍ଧ୍ୟାରେ କେବଳ ସୂର୍ଯ୍ୟ ହିଁ ଅସ୍ତ ହୁଅନ୍ତି ନାହିଁ, ଆପଣଙ୍କ ଜୀବନର ବହୁମୂଲ୍ୟ ଦିନଟିଏ ବି ଅସ୍ତ ହୋଇଯାଇଥାଏ ll
ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!
☘️🌸🙏ଜୟ ଜଗନ୍ନାଥ🙏🌸☘️