
🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁
➡️Life ରେ କେବେ ବି କାହାକୁ ଭୁଲ୍ ବୁଝ ନାହିଁ କାରଣ ବନ୍ଦ ଘଣ୍ଟା ବି ଦିନରେ ଦୁଇଥର ସଠିକ୍ ସମୟ ଦେଖାଇଥାଏ ତେଣୁ କାହାକୁ କିଛି କହିବା ପୂର୍ବରୁ ଭଲ ଭାବରେ ବୁଝିକି କୁହ ।
➡️ପଇସା ପାଖରେ ଥିଲେ ପର ବି ଆପଣାର ହୋଇଯାଆନ୍ତି,ପଇସା ପାଖରେ ନ ଥିଲେ ଆପଣାର ବି ପର କରିଦିଅନ୍ତି ।
➡️ଯେଉଁ ସମ୍ପର୍କ ଆମକୁ କନ୍ଦେଇ ଦିଏ ତା ଠାରୁ ଗଭୀର ସମ୍ପର୍କ ଆଉ ଦୁନିଆରେ ନାହିଁ ।ଆଉ ଯେଉଁ ସମ୍ପର୍କ ଆମେ କାନ୍ଦୁଥିବା ବେଳେ ଛାଡି ଯାଏ ତା ଠାରୁ ଦୁର୍ବଳ ସମ୍ପର୍କ ଦୁନିଆରେ ନାହିଁ ।
➡️ଏହି ଦୁନିଆରେ ସମସ୍ତଙ୍କୁ ନିଜର ଜ୍ଞାନ ଉପରେ ଗର୍ବ କିନ୍ତୁ କାହାରିକୁ ବି ନିଜର ଗର୍ବ ଉପରେ ଜ୍ଞାନ ନାହିଁ ।
➡️ସହିବାର ବି ଗୋଟେ ସୀମା ଥାଏ ସହିବାର ସୀମା ଟପିଗଲେ ସହିବା ଲୋକ ବି କହିବାକୁ ବାଧ୍ୟ ହୁଏ ।
➡️ଏ ଜୀବନଟା ଗୋଟେ ରଙ୍ଗମଞ୍ଚ ଏଠି ଦୁଃଖରେ ହସିବାକୁ ପଡେ,ଆଉ ସୁଖରେ କାନ୍ଦିବାକୁ ପଡେ ।
➡️ଟିକିଏ ହସିକି କଥା କହି ଦେଖ ଅନେକ ବଡ ବଡ ସମସ୍ୟାର ସମାଧାନ ହୋଇଯିବ ।
➡️କେହି ମଧ୍ୟ ଆପଣଙ୍କ ସର୍ଜନା ( ସୃଷ୍ଟି )ଟିକୁ ଚୋରାଇ ନେଇପାରେ,କିନ୍ତୁ ଆପଣଙ୍କ ପ୍ରତିଭାକୁ ନୁହେଁ ।
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻