ଆଜିର ଅନୁଚିନ୍ତା: କର୍ମ କରି ଚାଲନ୍ତୁ,ସୁଫଳ ନିଶ୍ଚୟ ମିଳିବ।

Thought of the day
Reading Time: < 1 minute

🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁

➡️ସମୟ କେତେ ବେଳେ କାହାକୁ କେଉଁ ମୋଡରେ ଛିଡା କରିବ ଠିକ୍ ନାହିଁ,ତେଣୁ ଖୁସିରେ ଗର୍ବ କରନ୍ତୁ ନାହିଁ କି ଦୁଃଖରେ ଭାଙ୍ଗି ପଡନ୍ତୁ ନାହିଁ ।କର୍ମ କରି ଚାଲନ୍ତୁ,ସୁଫଳ ନିଶ୍ଚୟ ମିଳିବ ।ସୃଷ୍ଟିରେ ସମସ୍ତେ ସମୟର ଦାସ ।

➡️”ମଣିଷ ଜୀବନ ଅତି ଦୁର୍ଲଭ ଜୀବନ ସତ କିନ୍ତୁ ଆମେ କିଛି ଗ୍ୟାରେଣ୍ଟି ଦେଇ ପାରିବା ନାହିଁ ଯେ କେତେବେଳେ ରୋଗ ଆସି ସୁସ୍ଥ ଜୀବନକୁ ରୁଗଣ କରିଦେବ ଏବଂ ଏ ଦୁର୍ଲଭ ଜୀବନ ଏକ ନର୍କ ବନି ଯିବ, ତେଣୁ କଣ ପାଇଁ ଏତେ ରାଗ ରୁଷା ଏତେ ଗର୍ବ କରିବା, ସତରେ କଣ ଆମର ଜୀବନ କାଳରେ କିଛି ଅସୁବିଧା ଆସିବ ନାହିଁ କି”, ଯେତିକି ଦିନ ବଞ୍ଚିବା ଘୃଣା ଭାବ ଛାଡି ହସ ଖୁସି ବାଣ୍ଟିବା

➡️ମଣିଷର ସବୁଠାରୁ ବଡ ଶକ୍ତି ହେଉଛି ତା ଓଠର ହସ,ଯେଉଁ ମଣିଷ ସବୁ ପରିସ୍ଥିତିକୁ ମୁକାବିଲା କରି ହସି ପାରିଥାଏ ସିଏ କେବେ ବି ହାରି ନ ଥାଏ ।

➡️ଧର୍ଯ୍ୟ ପାଖରେ ସବୁକିଛି ହାର ମାନିଯାଏ.. ସମସ୍ତ ବିପଦକୁ ଧର୍ଯ୍ୟର ସହ ସାମ୍ନା କଲେ ଶେଷରେ ଧର୍ଯ୍ୟର ହିଁ ଜିତାପଟ ହୁଏ..ସମସ୍ତଙ୍କ ଜୀବନରେ ଦୁଃଖ ଆସେ ହେଲେ ଏହା ଚିରସ୍ଥାୟୀ ହୋଇ ରହି ପାରେନା କାରଣ, ବିଧିର ବିଧାନ ହିଁ ତାହା ତାକୁ ଦୁଃଖ ବିନା ପ୍ରକୃତ ସୁଖକୁ ଅନୁଭବ କରିହୁଏ ନାହିଁ..ଅନ୍ଧାର ବିନା ଆଲୋକର ବି ମାନେ ନାହିଁ, ସଂସାରରେ ବଞ୍ଚିବାକୁ ହେଲେ ଆପଣଙ୍କୁ ବିପଦକୁ ବି ସାମ୍ନା କରିବାକୁ ପଡିବ ହିଁ ପଡିବ

➡️କେବଳ ସଫଳତା ହାସଲ କର..ବାକି ସବୁ ଆପେ ହାତ ମୁଠାକୁ ଆସିଯିବ..ସେ ଯାହା ହେଉ ଧନ, ନାରୀ କିମ୍ବା ସମ୍ମାନ :-ସଫଳତାର ଚାବିକାଠି ହେଉଛି ସ୍ଥିରତା ଓ ଧର୍ଯ୍ୟ

➡️ଏହି ଜନ୍ମର ବନ୍ଧୁ, ସମ୍ବନ୍ଧି, ସାଂସାରିକ ସମ୍ବନ୍ଧ ଅନ୍ୟ ଜନ୍ମରେ କଣ ହେବ ଏହା ଜଣା ପଡେ ନାହିଁ। ଏହା ଗୋଟିଏ ମାତ୍ର ଜନ୍ମର କଥା। ତେଣୁ କାହାର ମୃତ୍ୟୁରେ ଶୋକ କରନାହିଁ କିମ୍ବା ଜନ୍ମରେ ଅତି ଆନନ୍ଦିତ ହୁଅନାହିଁ। ଏହି ସମ୍ବନ୍ଧ ନାଶବାନ ଅଟେ।

➡️ମନ ବାୟୁ ପରି ଚଞ୍ଚଳ, କିନ୍ତୁ ଏହି ମନକୁ ବଶ କରିବାର ସାଧନ ହେଲା ବୈରାଗ୍ୟ ଏବଂ ଅଭ୍ୟାସ। ମନକୁ ବାରମ୍ବାର ଛୋଟଛୁଆ ଭଳି ବାରମ୍ବାର ଚଞଳତାରୁ ଶାନ୍ତ କରିବାକୁ ପଡ଼ିବ।

➡️ସମୟର ସୁଅରେ ସବୁକିଛି ଭାସିଯାଏ ସିନା କିନ୍ତୁ ସ୍ମୃତି ହୋଇ ରହିଯାଏ କାଲିର ଅତୀତ ଆଉ ଆଶା ହୋଇ ବଞ୍ଚି ରହିଥାଏ ଆସନ୍ତା କାଲିର ଭବିଷ୍ୟତ

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 ଜୟ ଜଗନ୍ନାଥ🙏🏻

 

Keep safe and secure your family and also keep far away from all kind of negativities

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.