☘️🌸🌼ଚାଣକ୍ୟ ବାଣୀ🌼🌸☘️ସର୍ବଦା ସୁଖ ଭୋଗ…

Chanakya Baani
Reading Time: < 1 minute

➡️ ପ୍ରାଣୀ ଯେତେବେଳେ ଦୁଃଖକଷ୍ଟରେ କଲବଲ ହେଉଥିବା ବା ମରିଥିବାର ଅନ୍ୟକୁ ଦେଖେ ସେତେବେଳେ ତା ମନକୁ ବୈରାଗ୍ୟ ଗ୍ରାସ କରେ । ସେ ଭଗବାନଙ୍କୁ ମନେ ପକାଏ । ସଂସାରକୁ ମାୟାଜାଲ ବୋଲି ବର୍ଣ୍ଣନା କରେ । ଦୁଷ୍କର୍ମ ଠାରୁ ଦୂରେଇ ରହିବାକୁ ପ୍ରତିଜ୍ଞା କରେ । ମାତ୍ର କିଛି କାଳ ପରେ ପୁଣି କ୍ଷଣିକ ସୁଖରେ ସବୁଭୁଲେ । ଏହା ଠିକ୍ ନୁହେଁ ।

➡️ କେତେକ ଲୋକ ଏପରି ଅଛନ୍ତି ଯେଉଁମାନେ କି ନିଜକୁ ସବୁଠାରୁ ଅଧିକ ଚାଲାକ୍, ବିଦ୍ବାନ ବୋଲି ମନେ କରନ୍ତି । ସେମାନେ ଯାହା କରନ୍ତି ତାହା ସଠିକ୍ ଓ ଧର୍ମଧାରଣା ଉପରେ ଆଧାରିତ ବୋଲି କହନ୍ତି । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ସେଇମାନେ ହିଁ ବାରବାର ଠକନ୍ତି । ଦୁଃଖ ପାଆନ୍ତି ।

➡️ ଆଖି, କାନ, ନାକ, ଜୀହ୍ୱା, ଚର୍ମ ଆଦି ଏକ ଏକ ଇନ୍ଦ୍ରିୟ । ଏମାନଙ୍କ ସହିତ ହାତ, ପାଦ, ମୁହଁ, ଲିଙ୍ଗ, ମଳଦ୍ୱାର ଆଦି ସଂଯୁକ୍ତ । ଯେତେ ପ୍ରକାରର ଅଶୋଭନୀୟ କର୍ମ ମଧ୍ୟ ଏମାନଙ୍କ ଦ୍ୱାରା ହିଁ କରାଯାଇପାରେ । ଏମାନଙ୍କ ଉପରେ ସଂଯମ ରକ୍ଷା କରିବା ପ୍ରକୃତ ମଣିଷର କର୍ତ୍ତବ୍ୟ ହେବା ଉଚିତ୍ ।

➡️ ଯିଏ ରୂପ, ରସ, ଅଭିମାନ, ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ ସେ ମହାନ୍ । ସେ ସମସ୍ତଙ୍କୁ ବଶୀଭୂତ କରିପାରେ ।

➡️ ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ହାତରେ ଖେଳନା ପାଲଟି ଜୀବନର ଅର୍ଥ ଭୁଲିଯାଆନ୍ତି ସେମାନେ ଏକ ପ୍ରକାର ପାପରେ ଲିପ୍ତ ହୋଇପଡନ୍ତି । କିନ୍ତୁ ଯିଏ ଏସବୁକୁ ଅବଦମିତ କରିପାରେ, ସଂଯମ ସାଧନାରେ କୃତକାର୍ଯ୍ୟ ହୋଇପାରେ ସେ ମହାନ୍ ପାଲଟି ଯାଇପାରେ ।

➡️ ଏ ଦୁନିଆଁ ଅମର ନୁହେଁ, ସ୍ଥାୟୀ ନୁହେଁ, ସଦାଚଚଂଳ, ଗତିଶୀଳ । କେହି ପ୍ରାଣୀ ଅମର ରହିବ ବୋଲି ଭାବିବା ଉଚିତ୍ ନୁହେଁ । ଦିନେନାଦିନେ ତାକୁ ମୃତ୍ୟୁ କବଳିତ କରିବ । ଏଣୁ ଖରାପ କାମ କରିବା, ଅସତ ପଥରେ ଚାଲିବା, କୁସଙ୍ଗରେ ପଡିବା ଅପେକ୍ଷା ସତ୍ସଙ୍ଗ ଲାଭ କରି ସତ୍କର୍ମ କରିବା ଆବଶ୍ୟକ । ଏହାଦ୍ୱାରା ସତ୍ୟର ସୁଫଳ ମିଳିପାରିବ ।

➡️ ଯିଏ ସର୍ବପ୍ରାଣୀଙ୍କୁ ଦୟା କରେ, ବିନାସ୍ୱାର୍ଥରେ ଅନ୍ୟର ସେବା କରେ, ଅନ୍ୟକୁ ଜ୍ଞାନ ବିତରଣ କରେ ସେ ସର୍ବଦା ସୁଖ ଭୋଗ କରିଥାଏ ।

☘️🌸🙏ଜୟ ଶ୍ରୀ ରାଧାମାଧବ🙏🌸☘️

 

🕉️🌸🙏ଚାଣକ୍ୟ ବାଣୀ🙏🌸🕉️

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.