🌸☘️🙏ଆଜିର ମହତ ବାଣୀ🙏☘️🌸ଅତିମାତ୍ରାରେ ଗାମ୍ଭୀର୍ଯ୍ୟ

Thought of the on grumpy people
Reading Time: < 1 minute

➡️ ଅତିମାତ୍ରାରେ ଗାମ୍ଭୀର୍ଯ୍ୟ ଅନେକ ସମୟରେ ଅହଂଭାବର ସୂଚନା ଦିଏ । ( ଲେଭେଟର )

➡️ ବହୁ ସଂଖ୍ୟକ କ୍ଷୁଦ୍ର କ୍ଷୁଦ୍ର ସଦ୍ଗୁଣ ହିଁ ମନୁଷ୍ୟକୁ ପ୍ରକୃତରେ ଭାଗ୍ୟବାନ କରାଏ । ( ବାକନ )

➡️ ବନ୍ଧୁର ସମ୍ପଦ ବେଳେ ତାହା ପାଖକୁ ଯିବାପାଇଁ ତରତର ହୁଅ ନାହିଁ-ତାହାର ବିପଦବେଳେ ହିଁ ତୁରନ୍ତ ଧାଇଁଯାଅ । ( ଚିଲୋ )

➡️ ନିଜର ସୁଖରେ ଅନ୍ୟକୁ ଭାଗୀ କରାଇ ପାରିଲେ ଯେଉଁ ଲୋକର ସନ୍ତୋଷ ହୁଏ ସେହି ହିଁ ହେଉଛି ମହତ ଲୋକ । ( ଡନ୍କାନ )

➡️ ଖୋସାମଦ ଏଭଳି ଗୋଟିଏ କଥା ଯେ ତାହା ଦାତା ଓ ଗ୍ରହୀତା ଉଭୟଙ୍କୁ ଭ୍ରଷ୍ଟ କରିଦିଏ । ( ବକ )

➡️ ନିଜ ହାତରେ ନିଜର ଭବିଷ୍ୟତ ଗଢିବା ଭିତରେ ହିଁ ମନୁଷ୍ୟର ପୁରୁଷାକାର ରହିଛି । ( ଟାଟଲର )

➡️ ଯେଉଁ ଲୋକ ଦାରିଦ୍ର୍ୟ ସହିତ ସଂଗ୍ରାମ କରି ବିଜୟୀ ହୋଇଛି, ସେ ହିଁ ପ୍ରକୃତ ଶକ୍ତିଶାଳୀ ମନୁଷ୍ୟ । ( କାର୍ଲାଇଲ )

➡️ ଅସତ୍ ଚରିତ୍ର ଲୋକର ଶରୀରଟି ମୃତ ଲୋକର ଆତ୍ମାର କବରସ୍ଥଳୀ ବୋଲି କହିଲେ ଚଳେ । ( ବୁଭୀ )

➡️ ଯେଉଁ

ଲୋକ କୁତ୍ସାରଟନା କରେ, ତା’ଠାରୁ ଅଧିକ ଘୃଣ୍ୟ ଲୋକ ହେଉଛି ସେହି, ଯିଏ ବହୁଲୋକଙ୍କ କାନରେ ସେ କଥା ପହଁଚାଏ । ( କ୍ୟାଥର୍ଉଡ )

➡️ ମନୁଷ୍ୟ ଯାହା ହାସଲ କରେ ତାହା ଯଦି ସମାଜରେ କୌଣସି କାମରେ ନ ଲାଗିଲା, ତେବେ ତାହାର କୌଣସି ମୂଲ୍ୟ ନାହିଁ । ( ଆଡ୍ଲର )

☘️🌸🙏ଜୟ ଶ୍ରୀରାଧା ମାଧବ🙏🌸☘️

 

💞 ଆଜିର ଅନୁଚିନ୍ତା 💞ସମାଧାନର ରାସ୍ତା ସବୁବେଳେ ରହିଛି…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x