
➡️ ୧) ସକାଳ ୫ଟା ପୂର୍ବରୁ ଉଠନ୍ତୁ l
➡️ ୨) ଖାଲି ପେଟରେ ଗୋଟିଏ ଲିଟର ଉଷୁମ ପାଣି ପିଅନ୍ତୁ । (ପାଣି ପିଇବାର ଅଧ ଘଣ୍ଟା ଆଗରୁ କିଛି ଖା’ନ୍ତୁ ନାହିଁ ଓ ଅଧଘଣ୍ଟା ପରେ ଯାହା ଖା’ନ୍ତୁ)
➡️ ୩) ସକାଳ ଜଳଖିଆ ୮୦ ପରସେଣ୍ଟ ପେଟ ଭରି ଖା’ନ୍ତୁ ।
➡️ ୪) ମଧ୍ୟାହ୍ନ ଭୋଜନରେ ୭୦ ପରସେଣ୍ଟ ପେଟ ଭରି ଖା’ନ୍ତୁ ।
➡️ ୫) ରାତ୍ରୀ ଭୋଜନରେ ଅଧା ପେଟ ଖା’ନ୍ତୁ ।
➡️ ୬) ସକାଳେ,ଦି ପହରେ ଓ ରାତିରେ ଖାଇବାର ଅଧଘଣ୍ଟା ପରେ ଅଧା ଲିଟର ଲେଖା ପାଣି ପିଅନ୍ତୁ।
➡️ ୭) ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ l
➡️ ୮) ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ l
➡️ ୯) ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ ।
➡️ ୧୦) ରାତିରେ ଶୋଇବା ସମୟରେ ପ୍ରଥମେ ଚିତ୍ ହୋଇ ଶୁଅନ୍ତୁ ଓ ୩ ଟୋପା ସୋରିଷ ତେଲ ନାଭିରେ ପକାନ୍ତୁ ଓ ନାଭି ଚାରିପଟେ ଟିକେତେଲ ଧିରେ ମାଲିସ୍ କରନ୍ତୁ,ତା’ପରେ ଆରାମରେ ଶୋଇଯାନ୍ତୁ ।
➡️ ୧୧) ସପ୍ତାହରେ ୨ ରୁ ୩ ଥର ପିତା(କଲରା) ଖା’ନ୍ତୁ ୨ ରୁ ୩ ଥର ଅମୃତଭଣ୍ଡା(କଞ୍ଚା)ସନ୍ତୁଳା ଖା’ନ୍ତୁ । ୨ ରୁ ୩ ଥର ଲାଉ ଖା’ନ୍ତୁ । (କଲରା,ଅମୃତଭଣ୍ଡା ଓ ଲାଉର ପରିମାଣ ଅତି କମରେ ଥରକୁ ୨୦୦ ଗ୍ରାମ ।
➡️ ୧୨) ଆଇଁଷ ଯେତେ କମ୍ ଖାଇବେ ସେତେ ଭଲ । ବିଲକୁଲ୍ ଆଇଁଷ ନ ଖାଇଲେ ବହୁତ ଭଲ ।
➡️ ୧୩)ସକାଳେ ଗାଧୋଇଲା ବେଳେ,ପ୍ରଥମେ ଗୋଡଆଡୁ ପାଣି ଢାଳି ଢାଳି ବେକଯାଏ ଗାଧାନ୍ତୁ ଓ ଶେଷରେ ମୁଣ୍ଡରେ ପାଣି ଢାଳି ଗାଧାନ୍ତୁ ।
➡️ ୧୪)ଦରକାର ନ ପଡିଲେ ଉପବାସ କରନ୍ତୁ ନାହିଁ, କେବେବି ଠିଆ ଠିଆ ପାଣି ପିଅନ୍ତୁ ନାହିଁ ।
➡️ ୧୫)ଲୋଭରେ କେବେବି ପେଟଭରି ଖିଆନ୍ତୁ ନାହିଁ।
👆ଏତିକି ମାତ୍ର ଟିକେ ପାଳନ କରନ୍ତୁ,ଆଉ ଦେଖନ୍ତୁ ଆପଣଂକ ଜୀବନ ସୁଖମୟ ହୋଇଯିବ,ଆପଣ କେବେବି ରୋଗରେ ଆକ୍ରାନ୍ତ ହେବେନାହିଁ,ଆନନ୍ଦରେ ଜୀବନ କାଟିବେ ।👆